ETV Bharat / state

3 ଗଞ୍ଜେଇ ଚାଲାଣକାରୀ ଗିରଫ, 5 କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ଗୁଣୁପୁର ଓ ପଦ୍ମପୁର ପୋଲିସକୁ ବଡ ସଫଳତା । 3 ଗଞ୍ଜେଇ ଚାଲାଣକାରୀ ଗିରଫ। 5 କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ । ଅଧିକ ପଢନ୍ତୁ...

author img

By

Published : Mar 2, 2021, 12:02 PM IST

3 ଗଞ୍ଜେଇ ଚାଲାଣକାରୀ ଗିରଫ,
3 ଗଞ୍ଜେଇ ଚାଲାଣକାରୀ ଗିରଫ,

ରାୟଗଡା : ଜିଲ୍ଲାର ଗୁଣୁପୁର ଓ ପଦ୍ମପୁର ପୋଲିସକୁ ବଡ ସଫଳତା । ଗଞ୍ଜେଇ ଚାରା ଚାଲାଣ ବେଳେ 3 ଜଣକୁ ଗିରଫ କଲା ପୋଲିସ । 5 କ୍ବିଣ୍ଟାଲ 63 କେଜିର ଗଞ୍ଜେଇ ଜବତ ହୋଇଛି । ଚାଲାଣ ହେଉଥିବା ଟ୍ରକ ମଧ୍ୟ ଜବତ କରିଛି ପୋଲିସ ।

3 ଗଞ୍ଜେଇ ଚାଲାଣକାରୀ ଗିରଫ

ପଦ୍ମପୁର ଖମ୍ବାରୀଗୁଡା ଛକରେ ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ କରାଯାଉଥିଲା । ଏହି ସମୟରେ ଏକ ଟ୍ରକରେ ପ୍ରାୟ 14 ବସ୍ତା ଗଞ୍ଜେଇ ଚାଲାଣ କରାଯାଉଥିବା ନେଇ ପୋଲିସର ନଜରକୁ ଆସିଥିଲା । ଏହା ପରେ ପୋଲିସ ସେମାନଙ୍କ ଉପରେ ଚଢାଉ କରି ଗଞ୍ଜେଇ ସହିତ ତିନୋଟି ମୋବାଇଲ, 1 ଲକ୍ଷ 10 ହଜାର 590 ଟଙ୍କା ମଧ୍ୟ ଜବତ କରିଛି ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 56 ଲକ୍ଷ 30 ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ଗଞ୍ଜେଇ ଅଡବା ରୁ ରାଇପୁର ଅଭିମୁଖେ ଚାଲାଣ ହେଉଥିଲା । ଏନେଇ ଗୁଣୁପୁର ପୋଲିସ ଏସଡିପିଓ ରାଜ କିଶୋର ଦାସ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.