ETV Bharat / state

ରେଳ ଟ୍ରାକ ଦେଇ ଓଡିଆ ଶ୍ରମିକଙ୍କ ଘରବାହୁଡା, 47 ଜଣ ଉଦ୍ଧାର - ରାୟଗଡା ରେଳବାଇ ପୋଲିସ

ଡ୍ରୋନ ଦେଇପାରୁନି ରେଳ ଧାରଣାରେ ସୁରକ୍ଷା । ନାକେଦମ ହେଉଛନ୍ତି ରେଳ ସୁରକ୍ଷା ବଳ । ହେଲେ ଖୋଲା ମେଲାରେ ଅବାଧରେ ରେଳଧାରଣା ସାଜିଛି ଶ୍ରମିକଙ୍କ ଘରବାହୁଡାର ଗଳାବାଟ । ଅଧିକ ପଢ଼ନ୍ତୁ...

odia migrant labour returns home through railway track, rayagada latest news, rayagada railway police, odia migrant labour returns home, ରେଳ ଟ୍ରାକ ଦେଇ ଓଡିଆ ଶ୍ରମିକଙ୍କ ଘରବାହୁଡା, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌, ରାୟଗଡା ରେଳବାଇ ପୋଲିସ, ଓଡିଆ ଶ୍ରମିକଙ୍କ ଘରବାହୁଡା
ରେଳ ଟ୍ରାକ ଦେଇ ଓଡିଆ ଶ୍ରମିକଙ୍କ ଘରବାହୁଡା, 47 ଜଣ ଉଦ୍ଧାର
author img

By

Published : Apr 27, 2020, 10:51 PM IST

ରାୟଗଡା: ଡ୍ରୋନ ଦେଇପାରୁନି ରେଳ ଧାରଣାରେ ସୁରକ୍ଷା । ନାକେଦମ ହେଉଛନ୍ତି ରେଳ ସୁରକ୍ଷା ବଳ । କେତେବେଳେ ଡ୍ରୋନ ତ କେତେବେଳେ ପୁଣି ସ୍ବତନ୍ତ୍ର ଟ୍ରେନରେ ପହରା ଦେଉଛନ୍ତି ରେଳ ସୁରକ୍ଷା ବଳ । ହେଲେ ଖୋଲା ମେଲାରେ ଅବାଧରେ ରେଳଧାରଣା ସାଜିଛି ଶ୍ରମିକଙ୍କ ଘରବାହୁଡାର ଗଳାବାଟ । ଏମିତିରେ ଆନ୍ଧ୍ରପ୍ରଦେଶ ବିଜୟନଗରରୁ ଓଡ଼ିଶାର ବରଗଡ଼, ସମ୍ବଲପୁରକୁ ରେଳ ଧାରଣାରେ ଚାଲି ଚାଲି ଯାଉଥିବା 47 ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ରାୟଗଡା ରେଳବାଇ ପୋଲିସ । ଯାହା ପ୍ରମାଣ କରୁଛି ଆନ୍ଧ୍ରପ୍ରଦେଶର ସୁରକ୍ଷା ବ୍ୟବସ୍ଥାକୁ ।

ରେଳ ଟ୍ରାକ ଦେଇ ଓଡିଆ ଶ୍ରମିକଙ୍କ ଘରବାହୁଡା, 47 ଜଣ ଉଦ୍ଧାର

ଏହି ଶ୍ରମିକମାନେ ଟ୍ରେନ ଲାଇନରେ ଚାଲି ଚାଲି ଆସୁଥିବା ଖବର ପାଇ ରେଳବାଇ ପୋଲିସ ରାୟଗଡା-ଆନ୍ଧ୍ର ସୀମାନ୍ତ ଜେମାଦେଈପେଣ୍ଠ ନିକଟରେ ଏମାନଙ୍କୁ ଅଟକାଇଥିଲା । ତଦନ୍ତ ବେଳେ ଏମାନେ ଆନ୍ଧ୍ରପ୍ରଦେଶ ବିଜୟନଗରରେ ଏକ ପ୍ଲାଇଉଡ କାରଖାନାରେ କାମ କରୁଥିବା ଜଣାପଡିଛି । ଲକଡାଉନ ପରେ ଏହି କାରଖାନା ବନ୍ଦ ହୋଇ ଯିବାରୁ ଏହାର ମାଲିକ ଶ୍ରମିକମାନଙ୍କୁ ମଜୁରୀ ଦେଲା ନାହିଁ । ଖାଦ୍ୟପେୟ ଅଭାବରୁ ଏହି ଶ୍ରମିକମାନେ ବାଧ୍ୟ ହୋଇ ଟ୍ରେନ ଲାଇନରେ ଚାଲି ଚାଲି ନିଜ ଘରକୁ ଯାଉଥିବା ବେଳେ ପୋଲିସ ଦ୍ବାରା ଧରା ପଡିଛନ୍ତି ।

ତେବେ ଧରା ପଡିଥିବା ଏହି 47 ଜଣ ଶ୍ରମିକଙ୍କୁ ଅଟକ ରଖାଯାଇ ଶେଷଖାଲ ଥାନାକୁ ହସ୍ତାନ୍ତର କରାଯାଇଛି । ଅଟକ ରହିଥିବା ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସରକାରୀ କ୍ବାରେଣ୍ଟାଇନ ହୋମକୁ ପଠାଯିବ ବୋଲି କହିଛି ରେଳବାଇ ପୋଲିସ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.