ETV Bharat / state

ନିମ୍ନମାନର ଖାଦ୍ୟ ଦେବା ପ୍ରତିବାଦରେ ହଷ୍ଟେଲ ଛାଡିଲେ 39 ଅନ୍ତେବାସୀ

ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ନାଇରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ନିବାସର ନିମ୍ନ ମାନର ଖାଦ୍ୟ ଦିଆଯିବା ପ୍ରତିବାଦରେ ରବିବାର ହଷ୍ଟେଲ ଛାଡିଥିଲେ 39 ଅନ୍ତେବାସୀ ।

author img

By

Published : Aug 5, 2019, 1:50 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାୟଗଡା

ରାୟଗଡା: ପୁଣି ଆସିଲା ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦେବା ଅଭିଯୋଗ । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ନାଇରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ନିବାସର ନିମ୍ନ ମାନର ଖାଦ୍ୟ ଦିଆଯିବା ପ୍ରତିବାଦରେ ରବିବାର ହଷ୍ଟେଲ ଛାଡିଥିଲେ 39 ଅନ୍ତେବାସୀ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାୟଗଡା

ଏହି ସ୍କୁଲର ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ଓ ମେଟ୍ରନ ଅନ୍ତେବାସୀଙ୍କୁ ନିମ୍ନ ମାନର ଖାଦ୍ୟ ଦେବା ନେଇ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ଗତ ସପ୍ତାହରେ 3 ଦିନ ଧରି ଆନ୍ଦୋଳନ କରିବା ପରେ ଶୁକ୍ରବାର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍କୁଲରେ ପହଞ୍ଚି ସମସ୍ୟାର ସମାଧାନ କରିଥିଲେ ।

କିନ୍ତୁ ରବିବାର ପୁଣି ପ୍ରତିଶୃତି କାର୍ଯ୍ୟକାରୀ କରା ନଯିବା ପ୍ରତିବାଦରେ 39 ଛାତ୍ରୀ ହଷ୍ଟେଲ ଛାଡି 4 କିମି ଯିବା ପରେ ସ୍ଥାନୀୟ ସରପଞ୍ଚ ପଞ୍ଚାୟତ କାର୍ଯ୍ୟାଳୟରେ ସେମାନଙ୍କୁ ଆଶ୍ରୟ ଦେଇଥିଲେ । ପରେ ପିଏଆଇଟିଡିଏ ଗୁଣପୁର ଗୋରାଚାନ୍ଦ ଗମାଙ୍ଗ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ପହଞ୍ଚି ପିଲାଙ୍କୁ ବୁଝାସୁଝା କରିବା ପରେ ସେମାନେ ହଷ୍ଟେଲକୁ ଫେରିଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ସମସ୍ୟା ପିଛା ଛାଡ଼ୁନି ଜିଲ୍ଲାର ମଙ୍ଗଳ ବିଭାଗରେ ପଢୁଥିବା ଅନ୍ତେବାସୀଙ୍କ । କେତେବେଳେ ବିଦ୍ୟୁତ ଆଘାତରେ ଛାତ୍ରୀଙ୍କ ମୃତ୍ୟୁ ତ କେତେବେଳେ ମେଲେରିଆରେ ଆକ୍ରାନ୍ତ ହୋଇ ଚିକିଛା ଅଭାବରୁ ମୄତ୍ୟୁ ଭଳି ଘଟଣା ଘଟୁଥିବାବେଳେ ଏବେ ପୁଣି 39 ଅନ୍ତେବାସୀ ହୋଷ୍ଟ୍ରଲ ଛାଡିବା ଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଦେଖିବାକୁ ମିଳିଛି ରାଯଗଡା ଜିଲ୍ଲର ପଦ୍ମପୁର ବ୍ଲକ ନାଇରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ନିବାସରେ। ଏହି ସ୍କୁଲଆର ହଷ୍ଟେଲ ସୁପରିଟେଣ୍ଡେଙ୍କ ଓ ମେଟ୍ରନ ଅନ୍ତେବାସୀ ମାନଙ୍କୁ ନିମ୍ନ ମାନର ଖାଦ୍ୟ ଯୋଗାଣ ନେଇ ଗତ ସପ୍ତାହରେ 3 ଦିନ ଧରି ଆନ୍ଦୋଳନ କରିବା ପରେ ଶୁକ୍ରବାର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିଦ୍ୟା ଭୂଷଣ ମହାନ୍ତି ସ୍କୁଲ ରେ ପହଁଞ୍ଚି ସମସ୍ୟାର ସମାଧାନ କରିଥିଲେ। କିନ୍ତୁ ଆଜି ପୁଣି ପ୍ରତିଶୃତି କାର୍ଯ୍ୟକାରୀ କରାନଯିବା ପ୍ରତିବାଦରେ 39 ଛାତ୍ରୀ ହଷ୍ଟେଲ ଛାଡି 4 କିମି ଯିବାପରେ ସ୍ଥାନୀୟ ସରପଂଚ ପଞ୍ଚାୟତ କାର୍ଯ୍ୟାଳୟରେ ଆଶ୍ରୟ ଦେଇଥିଲେ । ପରେ ପଂଚାୟତ କାର୍ଯ୍ୟାଳୟରେ ପି ଏ ଆଇ ଟି ଡି ଏ ଗୁଣପୁର ଗୋରାଚାନ୍ଦ ଗମାଙ୍ଗ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ପହଞ୍ଚି ପିଲାଙ୍କୁ ବୁଝାସୁଝା କରିବାପରେ ସେମାନେ ହୋଷ୍ଟେଲକୁ ଫେରିଥିଲେ ।
ବାଇଟ - ବିଦ୍ୟାଭୂଷଣ ମହାନ୍ତି (WEO , PADMAPUR)
Body:aConclusion:b
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.