ETV Bharat / state

30 ହଜାର ଲୋକଙ୍କ ସାହାରା ଗୋଟିଏ କାଠ ପୋଲ, ଭୁଶୁଡି ପଡିଲେ....

author img

By

Published : Jul 25, 2019, 1:56 PM IST

ଯାତାୟତ କହିଲେ କାଠ ପୋଲ । ଛାତ୍ରଛାତ୍ରୀଙ୍କ ଠାରୁ ଶ୍ରମିକ, ପ୍ରାୟ 30 ହଜାର ଲୋକଙ୍କ ସାହାରା ଏହି ପୋଲ । ବର୍ଷା ହେଲେ କେତେବେଳେ ପୋଲଟି ଭାସିଯିବ, ସେହି ଡରରେ ରାୟଗଡା ବିନିଶପୁଟ ସମେତ 6ଟି ପଞ୍ଚାୟତ ।

ଡିଜାଇନ ଫଟୋ

ରାୟଗଡା: ଆଜି ଯାଏଁ ଆରମ୍ଭ କଲେନି ପୋଲ କାମ । ଯେଉଁଥିପାଇଁ ଏବେ ବି ସମସ୍ୟାରେ ସନ୍ତୁଳିତ ହେଉଛନ୍ତି ରାୟଗଡା ବିନିଶପୁଟ ସମେତ 6ଟି ପଞ୍ଚାୟତର 30 ହଜାର ଲୋକ । ଖରା, ବର୍ଷା, ଶୀତ ଯାହା ହେଲେ ବି ଯାତାୟତର ଏକମାତ୍ର ସାହାରା ଏହି ଭଙ୍ଗା ଦଦରା କାଠ ପୋଲ । ଏବେ ନଦୀରେ ପାଣି କମ ଥିବାରୁ ଯଦିଓ ଏତେଟା ଭୟ ନାହିଁ ହେଲେ ବର୍ଷା ହେଲେ କଥା ସରିଲା । ପୁଣି କଲ୍ୟାଣସିଂହପୁର ଯିବାକୁ ବୁଲିବାକୁ ପଡିବ 25 କିଲୋମିଟର ବାଟ । ଏହି ଟେନସନରେ ଛଟପଟ ହେଲେଣି ଗ୍ରାମବାସୀ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ରାୟଗଡା

୨୦୧୩ ମସିହାରେ ରାଜ୍ୟ ପୁଲିସ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଏକ ଝୁଲା ପୋଲ ନିର୍ମାଣ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ବିନିଶପୁର ନିକଟ ନାଗାବଳୀ ନଦୀ ଆରପଟେ ଥିବା ଜଗନ୍ନାଥପୁର, ପୁଜାରିଗୁଡ଼ା, ମାଝିଗୁଡ଼ା, ପୋଲମା, ସୁନାଖଣ୍ଡି ଏବଂ କନ୍ଦକାତୁପାଡ଼ୁ ଭଳି 6 ପଞ୍ଚାୟତବାସୀଙ୍କୁ ସିଧାସଳଖ କଲ୍ୟାଣସିଂହପୁର ବ୍ଲକ ସହ ଯୋଡି ରଖିବା କିନ୍ତୁ ୨୦୧୭ ମସିହାରେ ନାଗାବଳୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ସବୁ ଭସେଇ ନେଇଥିଲା ।

ବାସ ..ସେବେଠୁ ଏଭଳି ଅବହେଳିତ, ହେୟ ହୋଇ ପ୍ରଶାସନର ନଜର ଆଢୁଆଳରେ ରହିଯାଇଛନ୍ତି ଏଠାକାର ଲୋକେ । କିନ୍ତୁ ଏତେ ପରେ ବି ହାର ମାନିନଥିଲେ ଏମାନେ । ନିଜ ଶ୍ରମ ଓ ପାରିଶ୍ରମିକଙ୍କୁ ଖର୍ଚ୍ଚ କରି ତିଆରି କରିଥିଲେ ଏହି କାଠ ପୋଲଟିକୁ । ଆଉ ଏହାର ଅବସ୍ଥା ଆପଣଙ୍କ ଆଗରେ । ମଣିଷ ଠାରୁ ଯାନବାହନ ସବୁ ବୋଝ ବୋହୁଛି ଏହି ପୋଲଟି । କେତେବେଳେ ଭାରସାମ୍ୟ ହରାଇ ଖସିଯିବ କିଛି ଗ୍ୟାରେଣ୍ଟି ନାହିଁ ।

ଏନେଇ ଏଠାରେ ଏକ ସ୍ଥାୟୀ ପୋଲଟିଏ ନିର୍ମାଣ ପାଇଁ ଯୋଜନା ରହିଥିବାବେଳେ ସର୍ଭେ ନାମରେ ନାଲିଫିତା ତଳେ ବନ୍ଧା ହୋଇ ପଡ଼ି ରହିଛି ବିଜୁସେତୁ ଯୋଜନାରେ ପ୍ରସ୍ଥାବିତ ସେତୁଟି । ଏପଟେ କାମ ଆରମ୍ଭ ହେବ ବୋଲି କହି ନିର୍ବାହୀ ଯନ୍ତ୍ରୀ କେବଳ ସମୟ ଗଡାଉଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

testing 456

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.