ETV Bharat / state

ଚଇତି ପର୍ବର ଦ୍ବିତୀୟ ସନ୍ଧ୍ୟା, ମନ ଛୁଇଁଲା ଦିବ୍ୟାଙ୍ଗଙ୍କ ଦେଶାତ୍ମବୋଧକ ନୃତ୍ୟ - ଲୋକ ମହୋତ୍ସବ ଚଇତି ପର୍ବ

ଲୋକ ମହୋତ୍ସବ ଚଇତି ପର୍ବର ଦ୍ବିତୀୟ ସନ୍ଧ୍ୟା । ପାରମ୍ପରିକ ଲୋକନୃତ୍ୟ ସହ ଦିବ୍ୟାଙ୍କଙ୍କ ଦେଶାତ୍ମବୋଧକ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଅଧିକ ପଢ଼ନ୍ତୁ

chaiti festival
ଚଇତି ପର୍ବ
author img

By

Published : Jan 20, 2023, 9:01 AM IST

Updated : Jan 20, 2023, 10:27 AM IST

ଚଇତି ପର୍ବର ଦ୍ବିତୀୟ ସନ୍ଧ୍ୟା

ରାୟଗଡ଼଼ା: ଲୋକ ମହୋତ୍ସବ ଦ୍ବିତୀୟ ସନ୍ଧ୍ୟାରେ ଦୁଲୁକିଲା ଚଇତି ମଣ୍ଡପ । ରାୟଗଡ଼ା ଜିଲ୍ଲା ଲୋକ ମହୋତ୍ସବ ଚଇତିର ଦ୍ବିତୀୟ ସନ୍ଧ୍ୟା ଥିଲା ଚିତ୍ତାକର୍ଷକ । ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ବନ୍ଦେ ଉତ୍କଳ ଜନନୀ ଗାନରୁ ଆରମ୍ଭ ହୋଇଥିଲା। କଳାକାରଙ୍କ ଲୋକନୃତ୍ୟରେ ଝୁମିଉଠିଲେ ଦର୍ଶକ ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଶାଖାପାଟଣା ରେଳ ଡିଭିଜନ ଡିଆରଏମ ଅନୁପ ଶତପଥି ଯୋଗଦାନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଯୋଗ ଦେଇଥିଲେ । ଚଇତି ପର୍ବର ଦ୍ବିତୀୟ ସନ୍ଧ୍ୟାରେ ବିଷମକଟକ ବ୍ଲକ ଭାଲେରୀ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଆସାମ ରାଜ୍ୟ ବିହୁ ଓ ମହାରାଷ୍ଟ୍ରର ଲାବଣି ନୃତ୍ୟ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା । ଏହାପରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା ଦେଶାତ୍ମବୋଧକ ନୃତ୍ୟ । ଯାହାକି ସମସ୍ତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏତଦବ୍ୟତୀତ ଗଜପତି, କନ୍ଧମାଳ, ବଲାଙ୍ଗୀର ସମେତ ରାୟଗଡ଼ା ଜିଲ୍ଲାର ବିଭିନ୍ନ ବ୍ଲକର କଳାକାର ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଡିଆରଏମ ଶତପଥୀ ଘୋଷଣା କରିଥିଲେ ଯେ, ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀ ମନ୍ଦିର ପାଇଁ ରେଳବାଇ ବୋର୍ଡ଼ ତରଫରୁ ଅନୁମୋଦନ ମିଳିଛି । ରେଳବାଇ ଓ ରାଜସ୍ବ ବିଭାଗ ମଧ୍ୟରେ ଜମି ଅଦଳବଦଳ କରାଯିବ । ଫଳରେ ତୃତୀୟ ରେଳ ଧାରଣା ପାଇଁ ମନ୍ଦିରର କୌଣସି କ୍ଷତି ଘଟିବନାହିଁ । ଏଣେ ଡିଆଇଜି ରାଜେଶ ପଣ୍ଡିତ କହିଛନ୍ତି, "ମୁଁ ଏହି ଜିଲ୍ଲାର ଏସପି ରହିଥିବା ସମୟରେ ଚଇତି ପାଳନ କରାଯାଉଥିଲା । ଦିନକୁ ଦିନ ଏହାର ଆକର୍ଷଣ ବଢ଼ି ଚାଲିଛି । ଏହାଦ୍ବାରା ଲୋକକଳା ଉଜ୍ଜିବୀତ ରହିଛି ।" କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଧର୍ମାନନ୍ଦ ବେହେରା ଯୋଗଦାନ କରିଥିଲେ ।

ସୂଚନା ଥାଉକି, ରାୟଗଡ଼ାରେ ଗତ 18 ତାରିଖରୁ ଆରମ୍ଭ ହୋଇଥିବା ଚଇତି ପର୍ବ 5 ଦିନ ଧରି ଚାଲିବ । ସ୍ଥାନୀୟ ଜିସିଡି ପଡିଆରେ ଆନୁଷ୍ଠିତ ଚଇତି ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ଉଠାଇବେ ରାୟଗଡ଼ାବାସୀ । ସ୍ଥାନୀୟ ଲୋକ କଳା, ସଂସ୍କୃତି ସହ ଓଲିଉଡ ଷ୍ଟାରଙ୍କର ଜଲବା ଦେଖିବାକୁ ପାଇବେ ଦର୍ଶକ । ସହରରେ ଟ୍ରାଫିକ କଟକଣା ଏବଂ ପାର୍କିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାୟଗଡ଼ା ଏସପିଙ୍କ ସମେତ ଅତିରିକ୍ତ ଏସପି ଏହାର ତଦାରଖ କରୁଛନ୍ତି ।

୮ ଜଣ ଡିଏସପି, ୧୩ ଜଣ ଇନିସପେକ୍ଟର, ୨୩ ଜଣ ସବଇନିସପେକ୍ଟର, ୪୫ ଜଣ ଏଏସଆଇ, ୨୭ ଜଣ ହାବିଲଦାର, ୪ ହୋମଗାର୍ଡଙ୍କ ସମେତ ୯ ପ୍ଲାଟୁନ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ ହେବେ । ଏହାସହ ଏନସିସିର ୧୫୦ ଜଣ କ୍ୟାଡେଟ୍ ଏଥିରେ ନିୟୋଜନ କରାଯିବ ବୋଲି ଏସପି ସୂଚନା ଦେଇଥିଲେ । ଚଇତି ମହୋତ୍ସବ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଗାଡି ପାର୍କିଂର ବ୍ୟବସ୍ଥା ବି କରାଯାଇଛି ।

ଇଟିଭି ଭାରତ, ରାୟଗଡ଼ା

Last Updated : Jan 20, 2023, 10:27 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.