ETV Bharat / state

ରାୟଗଡାରେ ୨୪ ନୂଆ କୋରୋନା ପଜିଟିଭ - ରାୟଗଡାରେ କୋରୋନା

ରାୟଗଡା ଜିଲ୍ଲାରେ ୨୪ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେବଳ ରାୟଗଡା ସହରରେ ୧୫ ନୂଆ ପଜିଟିଭ ବାହାରି ଥିବା ବେଳେ ଗୁଣପୁର ସହରରୁ ୩ଜଣ, କୁଜେନ୍ଦ୍ରିରୁ ଜଣେ ଓ ସିରିଝୋଳି ପଞ୍ଚାୟତରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାୟଗଡା ଜିଲ୍ଲାରେ ୨୪ ନୂଆ କୋରୋନା ପଜିଟିଭ
ରାୟଗଡା ଜିଲ୍ଲାରେ ୨୪ ନୂଆ କୋରୋନା ପଜିଟିଭ
author img

By

Published : Jul 14, 2020, 6:25 PM IST

ରାୟଗଡା: ଜିଲ୍ଲାରେ ଆଜି ପୁଣି ୨୪ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେବଳ ରାୟଗଡା ସହରରେ ୧୫ ନୂଆ ପଜିଟିଭ ବାହାରି ଥିବା ବେଳେ ଗୁଣପୁର ସହରରୁ ୩ଜଣ, କୁଜେନ୍ଦ୍ରିରୁ ଜଣେ ଓ ସିରିଝୋଳି ପଞ୍ଚାୟତରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ଲୋକାଲ୍ ବୋଲି ଜଣାଯାଇଛି ।

ରାୟଗଡା ଜିଲ୍ଲାରେ ୨୪ ନୂଆ କୋରୋନା ପଜିଟିଭ

ରାୟଗଡା ସହରର ଆକ୍ରାନ୍ତମାନଙ୍କ ଟ୍ରାଭେଲ୍ ହିଷ୍ଟ୍ରି ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ୩ଜଣ ବିଭିନ୍ନ ହଟସ୍ପଟ ଜିଲ୍ଲାରୁ ଆସିଛନ୍ତି । ସେହିପରି ଗୁଣପୁର ସିରିଝୋଳି ଗ୍ରାମର ଆକ୍ରାନ୍ତ ହଟ୍‌ସ୍ପଟ୍ ବିଜୟପୁର ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ଆସି ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତଙ୍କୁ ଜେକେପୁର କେଭିଡ୍ କେୟାର ସେଣ୍ଟର ସମେତ ବିଷମକଟକ ଓ ଗୁଣପୁର କୋଭିଡ୍ ସେଣ୍ଟରେ ଭର୍ତ୍ତି କରାଯାଇଛି ।

ରାୟଗଡା ସହରର ବିଭିନ୍ନ ସଂକ୍ରମିତ ସାହି ବସ୍ତିରେ ମ୍ୟୁନିସିପାଲିଟି ପକ୍ଷରୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇ ସର୍ବସାଧାରଣ ପ୍ରବେଶକୁ ନିଷିଦ୍ଧ କରାଯାଇଛି । ଆଜି ସୁଦ୍ଧା ରାୟଗଡା ଜିଲ୍ଲାରେ ମୋଟ ୧୬୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଛି । ତେବେ ଜିଲ୍ଲାରେ ଆଜି ସୁଦ୍ଧା ୧୨୩ ଜଣ ସୁସ୍ଥ ହୋଇସାରିଥିବା ଜିଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.