ETV Bharat / state

ପ୍ରଥମ ଥର ପାଇଁ ବଟନ ଦବାଇବା ପୂର୍ବରୁ ଏଭଳି ଇଚ୍ଛା...

ନିର୍ବାଚନରେ ପ୍ରଥମ ଥର ଭୋଟ ଦେବା ପାଇଁ କେତେ ବ୍ୟଗ୍ର ଜଣେ ନାବାଳକରୁ ସାବାଳକ ଆସନ୍ତୁ ଶୁଣିବା ସେମାନଙ୍କ ମୁହଁରୁ ।

author img

By

Published : Apr 6, 2019, 8:53 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ରାୟଗଡା

ରାୟଗଡା: ପ୍ରଥମ ଥର ପାଇଁ ଇଭିଏମ ବଟନ ଚିପିବେ, ଆଉ ବାଛିବେ ନିଜର ନେତା । ଜାଣିବେ ମତଦାନର ଶୈଳୀ ଆଉ ପ୍ରକ୍ରିୟା । ଆଗରେ ନେତା ବାଛିବା ପାଇଁ ବିକଳ୍ପ ଅନେକ । ନାଗରିକର ପ୍ରଥମ ସୋପାନରେ ପହଞ୍ଚିଛନ୍ତି ନୂଆ ଭୋଟର । ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯିବା ପୂର୍ବରୁ ଏମାନଙ୍କ ମନରେ ରହିଛି ଭୟ ସହ ଉତ୍ସାହ ଓ ଉଦ୍ଦୀପନାର ମିଶ୍ରଣ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ତେବେ ବର୍ତ୍ତମାନ ପିଢିର ୧୮ ବର୍ଷ ବୟସର ଯୁବକଯୁବତୀଙ୍କ କଥା ନକହିଲେ ଭଲ । ଆଜିର ସ୍ଥିତିରେ ସମସ୍ତେ ଅଳ୍ପ ବହୁତେ ରାଜନୈତିକ ଦୃଷ୍ଟିପଟରେ ନଜର ରୁଚି ରଖୁଛନ୍ତି । ଅର୍ଥାତ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷରେ ଅଶିଂଦାର ହୋଇଥାନ୍ତି ।

ହେଲେ ଆମକୁ ଯିଏ ଚାକିରୀ ଦେବ ଆମେ ତାକୁ ଭୋଟ ଦେବୁ । ଏହାସହ ଦେଶ, ରାଜ୍ୟ ଓ ଜିଲ୍ଲାର ବିକାଶ ପାଇଁ ଯିଏ କାର୍ଯ୍ୟ କରିବେ, ସେ ହେବ ଆମର ନେତା ଓ ଆମେ କରିବୁ ତାଙ୍କୁ ବିଜେତା । ଏପରି କିଛି କହିଛନ୍ତି ପ୍ରଥମ କରି ଭୋଟ ଦେବାକୁ ନିଜକୁ ପ୍ରସ୍ତୁତ କରୁଥିବା ଯୁବ ନୂଆ ଭୋଟର ।

ଚଳିତ ନିର୍ବାଚନରେ ରାୟଗଡ଼ା ଜିଲ୍ଲାର ରାୟଗଡ଼ା, ଗୁଣପୁର ଏବଂ ବିଷମକଟକ ନିର୍ବାଚନ ମଣ୍ଡଳୀରେ ମୋଟ ୬ ଲକ୍ଷ ୫୯ ହଜାର ୪୪୨ ଜଣ ଭୋଟର ରହିଛନ୍ତି । ସେଥିମଧ୍ୟରୁ ପ୍ରଥମ ଥର ପାଇଁ ଏହି ତିନୋଟି ନିର୍ବାଚନ ମଣ୍ଡଳୀରେ ଏକ ହଜାର ୯୦୬ ଜଣ ନୂଆ ଭୋଟର ପ୍ରଥମ ଥର ପାଇଁ ନିଜ ନିଜର ମତଦାନ ସାବ୍ୟସ୍ତ କରିବେ । ପ୍ରଥମ ଥର ଭୋଟ ଦେଉଥିବା ଏଭଳି କିଛି ନୂଆଁ ଭୋଟରଙ୍କୁ ଭେଟିଥିଲା ଇଟିଭି ଭାରତ ଟିମ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.