ETV Bharat / state

ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ୍ ଘଟଣାର ୨ ଅଭିଯୁକ୍ତ ଗିରଫ

ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ୍ ଘଟଣାର ୨ ଅଭିଯୁକ୍ତ ଗିରଫ। ଉଭୟଙ୍କୁ କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ...

2 lootera arrested in rayagada
ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ୍ ଘଟଣାର ୨ ଅଭିଯୁକ୍ତ ଗିରଫ
author img

By

Published : May 8, 2021, 7:37 AM IST

Updated : May 8, 2021, 10:42 AM IST

ରାୟଗଡା: ଜିଲ୍ଲାରେ ବାଇକ ଡିକି ଭାଙ୍ଗି ୯୦ ହଜାର ଟଙ୍କା ଲୁଟ ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଟାଉନ ଥାନା ପୋଲିସ । ଗିରଫ ଦୁଇଜଣ ଅଭିଯୁକ୍ତ ହେଲେ ଦାସ ରାଜି ଓ କମଳେଶ ଦାସ । ଉଭୟ ଅଭିଯୁକ୍ତଙ୍କ ଘର ଗଞ୍ଜାମର ଜିଲ୍ଳାର ଆସ୍କା ଥାନା ଅଞ୍ଚଳରେ ବୋଲି ପୋଲିସ ସୂତ୍ରରୁ ଖବର ମିଳିଛି । ଲୁଟ ହୋଇଥିବା ସମୁଦାୟ ଟଙ୍କାରୁ ୪୯ହଜାର ଟଙ୍କା ନଗଦ ଜବତ ହୋଇଥିବା ବେଳେ ଲୁଟ୍ ଘଟଣାରେ ବ୍ୟବହୃତ ଏକ ଟିଭିଏସ ଆପାଚି ଗାଡି ଜବତ ହୋଇଥିବା ନେଇ ଟାଉନ ଥାନା ପକ୍ଷରୁ ଜଣାଯାଇଛି ।

ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ୍ ଘଟଣାର ୨ ଅଭିଯୁକ୍ତ ଗିରଫ

ସୂଚନା ଅନୁଯାୟୀ, ଗତ ଏପ୍ରିଲ ୩୦ ତାରିଖ ଦିନ କୋଲନରା ବ୍ଳକର ପିଇଓ ରାନୁ ମାଣ୍ଡାଙ୍ଗି ସହରର ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପରିସରରେ ଥିବା ଏସବିଆଇ ଏଟିଏମକୁ ଯାଇଥିଲେ । ଆଉ ଏଟିଏମରୁ ୯୦ ହଜାର ଟଙ୍କା ଉଠାଣ କରି ବାଇକ ଡିକିରେ ରଖିଥିଲେ । ସେହି ସମୟରେ ଦୁଇଜଣ ଅଭିଯୁକ୍ତ ଏକ ବାଇକରେ ଆସି ଟଙ୍କା ଲୁଟି ନେଇ ଆଖି ପିଛୁଳାକେ ଚମ୍ପଟ ମାରିଥିଲେ । ଏନେଇ ରାୟଗଡା ଟାଉନ ଥାନାରେ ସେ ଅଭିଯୋଗ କରିଥିଲେ । ପରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ଆଧାରରେ ବିଶେଷ ସୂତ୍ରରୁ ଖବର ପାଇ ଲୁଟ ଘଟଣାରେ ସମ୍ପୃକ୍ତ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

Last Updated : May 8, 2021, 10:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.