ETV Bharat / state

3 କୋରୋନା ଯୋଦ୍ଧା ସମେତ ରାୟଗଡାରେ 19 ନୂଆ ମାମଲା - coronaverus latest news

ରାୟଗଡାରୁ 19 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁଣୁପୁର ବ୍ଲକ ଓ ପୌର ପରିଷଦ ଅଞ୍ଚଳରୁ 3ଜଣ କୋରୋନା ଯୋଦ୍ଧା ସମେତ 15 ଓ ରାୟଗଡାରେ 4 ମୋଟ ଜିଲ୍ଲାରେ 19 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

3 କୋରୋନା ଯୋଦ୍ଧା ସମେତ ରାୟଗଡା ଜିଲ୍ଲାରେ 19 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Jul 17, 2020, 6:36 PM IST

ରାୟଗଡା: ଜିଲ୍ଲାର ଆଉ 19 କୋରୋନା ଆକ୍ରାନ୍ତ ଚିହ୍ନଟ । ଗୁଣୁପୁର ବ୍ଲକ ଓ ପୌର ପରିଷଦ ଅଞ୍ଚଳରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଶୁକ୍ରବାର 3ଜଣ କୋରୋନା ଯୋଦ୍ଧା ସମେତ 15 ଓ ରାୟଗଡାରେ 4 ମୋଟ ଜିଲ୍ଲାରେ 19 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି ।

3 କୋରୋନା ଯୋଦ୍ଧା ସମେତ ରାୟଗଡା ଜିଲ୍ଲାରେ 19 ନୂଆ ଆକ୍ରାନ୍ତ ଚିହ୍ନଟ

ସୂଚନା ଅନୁଯାୟୀ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟର ଜଣେ ଡାକ୍ତର ଓ 2ଜଣ କର୍ମଚାରୀ କୋରୋନା ଚିହ୍ନଟ ହେବାପରେ ଡାକ୍ତରଖାନାର OPDକୁ ତିନିଦିନ ପାଇଁ ବନ୍ଦ କରାଯାଇଛି । ଚିହ୍ନଟ ହୋଇଥବା ଡାକ୍ତଖାନାକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଛି । ପୌର ପରିଷଦର ବିଭିନ୍ନ ୱାର୍ଡରୁ 9 ଜଣ ଓ ସିରିଝୋଲି ପଞ୍ଚାୟତ ଅନ୍ତର୍ଗତ ଚିନ୍ତାଲିଗୁଡା ଗ୍ରାମରୁ 6 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସମ୍ପୃକ୍ତ ଅଞ୍ଚଳକୁ ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ବାଉଁଶ ଦ୍ଵାରା ବ୍ୟାରିକେଡ଼ କରାଯାଇ ସିଲ କରାଯାଇଛି ।ପୋଲିସ ପକ୍ଷରୁ କଡାକଡି କଟକଣା ଜାରି କରାଯାଇଛି ।

ସୂଚନାଥାଉକି ରାୟଗଡା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 188 ରେ ପହଞ୍ଚିଥିବା ବେଳେ 126 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋରୋନା ସହିତ ମୁକାବିଲା କରିବା ପାଇଁ ସରକାରୀ ନିୟମ ପାଳନ କରନ୍ତୁ ବୋଲି ରାୟଗଡ଼ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାବାସୀଙ୍କୁ କହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.