ETV Bharat / state

୧ କୋଟି ୫୦ଲକ୍ଷ ଟଙ୍କାର ମୂଲ୍ୟବାନ ପଥର ଜବତ - ରତ୍ନ ପଥର

ରାୟଗଡା ସହରର ଜଗନ୍ନାଥ କମ୍ପ୍ଲେକ୍ସର ଏକ ଘରେ ବିପୁଳ ପରିମାଣର ରତ୍ନପଥର ଗଚ୍ଛିତ ଥିବା ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢ଼ାଉ କରିଥିଲା। ଚାଲାଣ ପାଇଁ ଯୋଜନା ହେଉଥିବା ସମୟରେ କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଧରା ପଡିଲା ୧ କୋଟି ୫୦ଲକ୍ଷ ଟଙ୍କାର ମୂଲ୍ୟବାନ ପଥର ।

ରତ୍ନ ପଥର ଜବତ153 kg worth of gemstone seized by STF
ରତ୍ନ ପଥର ଜବତ୧ କୋଟି ୫୦ଲକ୍ଷ ଟଙ୍କାର ମୂଲ୍ୟବାନ ପଥର ଜବତ
author img

By

Published : Dec 7, 2020, 7:30 PM IST

Updated : Dec 7, 2020, 9:55 PM IST

ରାୟଗଡା: ମୂଲ୍ୟବାନ ରତ୍ନ ପଥର ଚୋରା ଚାଲାଣ ବେଳେ ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ରତ୍ନ ପଥରର ଓଜନ 153 କିଲୋଗ୍ରାମର ହୋଇଥିବାବେଳେ ଏହାର ମୂଲ୍ୟ ପ୍ରାୟ ୧ କୋଟି ୫୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ରାୟଗଡା ସହରର ଜଗନ୍ନାଥ କମ୍ପ୍ଲେକ୍ସର ଏକ ଘରେ ବିପୁଳ ପରିମାଣର ରତ୍ନପଥର ଗଚ୍ଛିତ ଥିବା ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢ଼ାଉ କରିଥିଲା । ପରେ ଏହି ମୂଲ୍ୟବାନ ପଥର ଜବତ ହୋଇଛି ।

୧ କୋଟି ୫୦ଲକ୍ଷ ଟଙ୍କାର ମୂଲ୍ୟବାନ ପଥର ଜବତ

ସୂଚନା ମୁତାବକ ରାୟଗଡା ସହରସ୍ଥିତ ଜଗନ୍ନାଥ କମ୍ପ୍ଲେକ୍ସର ଏକ ଘରେ ଚୋରାରେ ବିପୁଳ ପରିମାଣରେ ରତ୍ନ ପଥର ଗଛିତ ଥିବା ନେଇ କ୍ରାଇମବ୍ରାଞ୍ଚ ଏସଟିଏଫ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା । ଏ ନେଇ ୫ ଜଣିଆ ଟିମ ଉକ୍ତ ସ୍ଥାନରେ ଚଢାଉ କରିଥିଲେ । ଚଢଉ ସମୟରେ ରତ୍ନ ପଥର ଚୋରା ଚାଲାଣ କରିବା ନିମନ୍ତେ ଅଭିଯୁକ୍ତ ଜିତେନ୍ଦ୍ର କୁମାର ବେହେରା ନିଜ କାରରେ ୨ଟି ଅଖାରେ ମୂଲ୍ୟବାନ ରତ୍ନପଥର ରଖିଥିଲେ । କ୍ରାଇମବ୍ରାଞ୍ଚ ଟିମ ୨ଟି ଅଖା ବସ୍ତାରୁ ବିଭିନ୍ନ ରକମର ମୂଲବାନ ୧୫୫ କିଲୋଗ୍ରାମ ପଥର ଜବତ କରିଛନ୍ତି ।

ଯାହାର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି କ୍ରାଇମବ୍ରାଞ୍ଚ ଟିମ ଅନୁମାନ କରୁଛି । ରତ୍ନପଥର ଚୋରାଚାଲାଣ ମାମଲାରେ ସଂପୃକ୍ତ ଥିବା ଜିତେନ୍ଦ୍ର କୁମାର ବେହେରା ନାମକ ବ୍ୟକ୍ତିକୁ କ୍ରାଇମବ୍ରାଞ୍ଚ ଟିମ ଗିରଫ କରି ରାୟଗଡା ଥାନାରେ ଅଟକ ରଖିଛି ।

ଏହି ରତ୍ନପଥର ଚୋରା ଚାଲାଣରେ ଆଉ କେହି ସଂପୃକ୍ତ ଅଛନ୍ତି କି ସେ ନେଇ ଜିତେନ୍ଦ୍ର ବେହେରାଙ୍କୁ ଏସଟିଏଫ ଟିମ ଅଧିକ ପଚରାଉଚରା କରୁଛି । ତେବେ ଗତକାଲି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ହାତରେ ଗୁଣପୁର ଠାରେ ୩୦୦ କିଲୋରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା । ଏହାପରେ କୈଣସି ସୁତ୍ରରୁ ଜିତେନ୍ଦ୍ର କୁମାର ବେହେରାଙ୍କ ଘରେ ଗଞ୍ଜେଇ ଥିବା ଖବର ପାଇ ଏସଟିଏଫ ଟିସ ସ୍ଥାନୀୟ ପୋଲିସ ସହାୟତାରେ ଚଢ଼ାଉ କରିଥିବା କହିଛନ୍ତି ରାୟଗଡ଼ା ଏସପି ଡ଼ା. ଶର୍ବଣ ବିବେକ ଏମ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Dec 7, 2020, 9:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.