ETV Bharat / state

100 କୋଟିର ଗଞ୍ଜେଇ ଚାଷ ନଷ୍ଟ କଲା ରାୟଗଡା ପୋଲିସ

author img

By

Published : Dec 11, 2022, 10:51 AM IST

ଗତ ଏକ ମାସ ମଧ୍ୟରେ ଜିଲ୍ଲାର ପ୍ରାୟ ୧୦୦୦ ହେକ୍ଟର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛି ପୋଲିସ । ଅଧିକ ପଢନ୍ତୁ

100 କୋଟିର ଗଞ୍ଜେଇ ଚାଷ ନଷ୍ଟ
100 କୋଟିର ଗଞ୍ଜେଇ ଚାଷ ନଷ୍ଟ
100 କୋଟିର ଗଞ୍ଜେଇ ଚାଷ ନଷ୍ଟ

ରାୟଗଡା: ଜିଲ୍ଲାରେ ଆରମ୍ଭ ହୋଇଛି ଅପରେସନ ଗ୍ରୀନ ଡାଇମଣ୍ଡ । ଏହି ଅଭିଯାନରେ ବଡ ଧରଣର ସଫଳତା ପାଇଛି ପୋଲିସ । ଗତ ଏକ ମାସ ମଧ୍ୟରେ ଜିଲ୍ଲାର ପ୍ରାୟ ୧୦୦୦ ହେକ୍ଟର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ଏହାର ଅନୁମାନିକ ମୂଲ୍ୟ ପ୍ରାୟ 100 କୋଟି ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ରାୟଗଡା ଏସପି ବିବେକାନନ୍ଦ ଶର୍ମା ।

ରାୟଗଡା ଏସ୍ପିଙ୍କ କହିବା ଅନୁସାରେ, "ରାୟଗଡା ଜିଲ୍ଲାରେ ଗତ ଦିନରେ ଧରାପଡିଥିବା 6454 ଟନ ଗଞ୍ଜେଇକୁ ଦୁଇଟି ପର୍ଯ୍ୟାୟରେ ନଷ୍ଟ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ 777 ଟନ ଗଞ୍ଜେଇ ନଷ୍ଟ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ 5677 ଟନ ଗଞ୍ଜେଇ ନଷ୍ଟ କରାଯାଇଛି । ରାୟଗଡା ଜିଲ୍ଲାର ମୁନିଗୁଡା, ଆମ୍ବାଦଳା, ପୁଟାସିଙ୍ଗ ଏବଂ ପଦ୍ମପୁର ଥାନାର 23ଟି ମାମଲାରେ ଜବତ ହୋଇଥିବା ଏହି ସବୁ ଗଞ୍ଜେଇକୁ ଡ୍ରଗ ଦିସ୍ପୋଜାଲ କମିଟିର ପ୍ରତ୍ୟକ୍ଷ ନିରୀକ୍ଷଣରେ ଇମ୍ଫାର ବ୍ଲଷ୍ଟ ଫର୍ନେସରେ ପୋଡି ଦିଆଯାଇଛି ।"

ଏହା ମଧ୍ୟ ପଢନ୍ତୁ: ସ୍ମାର୍ଟସିଟିରେ ଭୁଶୁଡି ପଡିଛି ପରିମଳ ବ୍ୟବସ୍ଥା, BMC ପାଉଛି ସ୍ବଚ୍ଛତାରେ ଜାତୀୟ ସମ୍ମାନ

ଏହି ମାମଲାରେ ଗତ ବର୍ଷ 170 ଜଣକୁ ଗିରଫ କରାଯାଇଥିବା ବେଳେ ଏ ବର୍ଷ ବର୍ତ୍ତମାନ ସୁଦ୍ଧା 86 ଜଣ ଗଞ୍ଜେଇ ତସ୍କରଙ୍କୁ ଗିରଫ କରିଥିବା ଏସପି ସୂଚନା ଦେଇଛନ୍ତି । ତେବେ ଏହି ଅଭିଯାନ ଆସନ୍ତା ଜାନୁଆରୀ ମାସ ପର୍ଯ୍ୟନ୍ତ ଚାଲୁ ରହିବାକୁ ଥିବା ବେଳେ ଆହୁରି ଗଞ୍ଜେଇ ଚାଷ ନଷ୍ଟ କରାଯିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.