ETV Bharat / state

ମୁକ୍ତା ଯୋଜନାରେ ରାୟଗଡାକୁ ମିଳିବ 10 କୋଟି ! - 10 crore to rayagada under mukta yojana

ମୁକ୍ତା ଯୋଜନାରେ ରାୟଗଡାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ୫ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ରାୟଗଡାବାସୀ । ୧୦ କୋଟି ବ୍ୟୟରେ ବିଭିନ୍ନ ୱାର୍ଡରେ କାର୍ଯ୍ୟକାରୀ ହେବ ଏହି ପ୍ରକଳ୍ପ । ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଜଣାଯାଇ ଖୁବଶୀଘ୍ର ଏହା କାର୍ଯ୍ୟକାରୀ କରାଯିବା ବୋଲି ଆଶ୍ବାସନା ଦେଲେ ୫ଟି ସଚିବ । ଅଧିକ ପଢନ୍ତୁ...

mukta scheme
ମୁକ୍ତା ଯୋଜନାରେ ରାୟଗଡାକୁ ମିଳିବ 10 କୋଟି !
author img

By

Published : Nov 10, 2021, 7:44 AM IST

ରାୟଗଡା: ମଙ୍ଗଳବାର ବିଜେଡି ପର୍ଯ୍ୟବେକ୍ଷକ ତଥା ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ଦିନିକିଆ ରାୟଗଡା ଗସ୍ତ କରିଥିଲେ । ଏହି ଅବସରରେ ଜିଲ୍ଲାର ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ ଅତନୁ । ରାୟଗଡା ସହର ଏକ ପୁରାତନ ସହର ଏବଂ ମ୍ୟୁନିସିପାଲିଟି ଅଟେ । ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଏକ ଷ୍ଟାଡିୟମ ନିର୍ମାଣ ପାଇଁ ୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିସହ ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପ ପାଇଁ ୬୫ କୋଟି ଟଙ୍କା ସହ ବସଷ୍ଟାଣ୍ଡର ଉନ୍ନତି ପାଇଁ ଅର୍ଥ ମଞ୍ଜୁର କରିଥିବା ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ସମ୍ବାଦିକ ସାମ୍ମିଳନୀରେ ଜଣାଇଛନ୍ତି ଅତନୁ ସବ୍ୟସାଚୀ ।

ମୁକ୍ତା ଯୋଜନାରେ ରାୟଗଡା 10 କୋଟି

ସେ ଆହୁରିମଧ୍ୟ କହିଛନ୍ତି, ମଙ୍ଗଳବା ରାୟଗଡାର ବୁଦ୍ଧିଜୀବୀ, ପୂର୍ବତନ କାଉନସିଲର, ସହରର ନାଗରିକମାନେ ତାଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଜନହିତକର ମୁକ୍ତା ଯୋଜନାରେ ଜିମ୍, ପାନୀୟ ଜଳ ଯୋଗାଣ, ଡ୍ରେନ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭଳି ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଭିସି ମାଧ୍ୟମରେ ୫ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ରାଜ୍ୟ ସରକାର ୧୦ କୋଟି ଟଙ୍କା ବ୍ୟୟରେ ଏହିସବୁ ପ୍ରକଳ୍ପ ବିଭିନ୍ନ ୱାର୍ଡରେ କାର୍ଯ୍ୟକାରୀ କରିବା ନେଇ ଜିଲ୍ଲାବାସୀ ଆଶାବାଦୀ ରହିଛନ୍ତି । 5ଟି ସଚିବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଜଣାଯାଇ ଖୁବଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ ବୋଲି ଆଶ୍ବାସନା ଦେଇଥିବା କହିଛନ୍ତି ଅତନୁ ।

ଏହି ସାମ୍ବାଦିକ ସମ୍ମିଳନୀରେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ, ବିଜୁ ଛାତ୍ର ଜନତା ଦଳ ସଭାପତି ଦେବାଶିଷ ଖାଡଙ୍ଗାଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.