ରାୟଗଡା: ଗଞ୍ଜେଇ ବୋଝେଇ ୧୨ ଚକିଆ ଟ୍ରକ ଜବତ। ରାୟଗଡା ରାଜ୍ଯ ରାଜପଥ କଡରେ ଥିବା ଟିକରପଡାରୁ ଜବତ କଲା ଏସଟିଏଫ ଟିମ। ୨୦୦୦ କେଜି ଗଞ୍ଜେଇ ଏସଟିଏଫ ଟିମ ଦ୍ବାରା ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ 2 କୋଟିରୁ ଊର୍ଦ୍ଧ୍ବ ହେବ। ଚାଲାଣ କରୁଥିବା ଅଭିଯୁକ୍ତମାନେ ଖସି ପଳାଇଥିବାବେଳେ ଗଞ୍ଜେଇ ଟ୍ରକ ଜବତ କରି ଫେରିଛି ଟିମ ।
ତେବେ ପର୍ଯ୍ୟାପ୍ତ ପରିମାଣର ଗଞ୍ଜେଇ ଚାଲାଣର ସୁରାକ ପାଇଥିଲା ଏସଟିଏଫ ଟିମ । ଯାହାକୁ ଆଧାରକରି ଟ୍ରକକୁ ଧରିବା ପାଇଁ ଉଦ୍ଯମ କରିଥିଲେ ଟିମ। ଏନେଇ ଟ୍ରକର ପିଛା କରି କରି ଟିକରପଡା ମୁନିଗଡା ନିକଟରେ ଜବତ କରିଥିଲେ । ଏନଡିପିଏସ ଆକ୍ଟରେ ୧୯୮୫ରେ ସମସ୍ତ ସାମଗ୍ରୀକୁ ସିଜ କରାଯାଇଛି ।

କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ଏକ ପିଚୁ ବୋଝେଇ ଟ୍ରକକୁ ଖାନତଲାସି କରିବା ସମୟରେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ବୋଝେଇ ଗାଡିକୁ ଅଟକ ରଖି ସବିଶେଷ ତଦନ୍ତ ଏସଟିଏଫ ଆରମ୍ଭ କରିଛି ।
ରାୟଗଡାରୁ ରଞ୍ଜନ ରଥ ଓ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ