ETV Bharat / state

ପୁରୀରେ ଯୁବକଙ୍କୁ ନିର୍ମମ ହତ୍ୟା, ଜଣେ ଅଟକ

author img

By ETV Bharat Odisha Team

Published : Aug 31, 2023, 8:12 AM IST

ପୁରୀରେ ମୁଣ୍ଡ ଟେକିବାରେ ଲାଗିଛି ଅପରାଧିକ ମାମଲା । ବିଚ୍ ରାସ୍ତାରେ ଯୁବକଙ୍କୁ ନିର୍ମମଭାବେ ହତ୍ୟା । ଅଧିକ ପଢନ୍ତୁ

ପୁରୀରେ ମୁଣ୍ଡଟେକିବାରେ ଲିିଗିଛି ଅପରାଧିକ ମାମଲା

ପୁରୀ: ଦିନକୁ ଦିନ ପୁରୀରେ ବଢିବାରେ ଲାଗିଛି ଅପରାଧ । ଗତ ବୁଧବାର ପୁରୀ ଜଟିଆବାବାଜୀ ଛକରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକ ନରେନ୍ଦ୍ରକୋଣର ଗୋପବନ୍ଧୁ କଲୋନୀର ଲଡୁ ନାୟକ । ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବକଙ୍କ ମୁଣ୍ଡକୁ ତୀକ୍ଷ୍ନ ହତିଆରରେ ଆକ୍ରମଣ କରାଯାଇଥିବା ପୋଲିସ ସୂଚନା ଦେଇଛି । ପୋଲିସ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଜଘନ୍ୟକାଣ୍ଡ ଘଟିଛି । ଲଡୁ ନାୟକଙ୍କୁ ତାଙ୍କ ପଡୋଶୀ ଏହି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତଙ୍କୁ ପୋଲିସ୍ ଅଟକ ରଖି ପଚରା ଉଚରା କରୁଛି । ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଅସିବ । ଏହାସହ ବ୍ୟବଚ୍ଛେଦ ରିପୋର୍ଟ ଉପରେ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି । ତେବେ ଏହି ହତ୍ୟାକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ସ୍ଥାନୀୟ ଅଞ୍ଚଳରେ ପୋଲିସ୍ ମୁତୟନ କରାଯାଇଛି ।

ଅଧିକ ପଢନ୍ତୁ..ପୁରୀରେ ବଢୁଛି ଅପରାଧ, ଗରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଓ ବୋମାମାଡ଼ ଘଟଣାରେ 6 ଗିରଫ

ସେପଟେ ପୁରୀ ସିଟି ଡିଏସପି କହିଛନ୍ତି, ‘‘ଘଟଣା ସ୍ଥଳକୁ ଯାଇ ପୋଲିସ୍ ଘଟଣାର ଅନୁସନ୍ଧାନ କରୁଛି । ହତ୍ୟାକାଣ୍ଡର କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ।’’

ଅଧିକ ପଢନ୍ତୁ.. ଗୁରୁକୃପା ଆଶ୍ରମରେ ଜଘନ୍ୟକାଣ୍ଡ, କାଠ ଫାଳିଆରେ ପିଟିପିଟି ବାବାଙ୍କୁ ହତ୍ୟା କଲେ ଆଉ ଜଣେ ବାବା

ତେବେ ନିକଟରେ ପୁରୀ ବାସେଳି ସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟିଥିଲା । ଜଣେ ବାବା ଆଉ ଜଣେ ବାବାଙ୍କୁ କାଠ ଫାଳିଆରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ସେହିପରି ଆଉ ଜଣେ ବାବାଙ୍କ ମୁଣ୍ଡରେ ଇଟା ଛେଚି ଦେଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଅନ୍ୟଜଣେ ବାବାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ତେବେ ଅଭିଯୁକ୍ତ ବିଷ୍ଣୁ ବାବା ଓରଫ ରବୀନ୍ଦ୍ର କୁମାର ଜେନାକୁ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ନିକଟରେ ପୁରୀରେ ଅପରାଧିକ ମାମଲା ମୁଣ୍ଡ ଟେକିବାରେ ଲାଗିଛି । ବୋମା ମାଡ ଠାରୁ ଆରମ୍ଭ କରି ହତ୍ୟା ମାମଲା ବୃଦ୍ଧି ଘଟିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.