ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ - ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ଚାଷ ଜମିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ହେଲେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଧ୍ବଜାପାଟଣା ଗାଁର ସୁଶାନ୍ତ ପ୍ରଧାନ । ଅଧିକ ପଢ଼ନ୍ତୁ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ
author img

By

Published : Mar 23, 2022, 8:30 AM IST

ବ୍ରହ୍ମଗିରି: ଚାଷ ଜମିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ହେଲେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଧ୍ବଜାପାଟଣା ଗାଁର ସୁଶାନ୍ତ ପ୍ରଧାନ । ସୁଶାନ୍ତ ନିଜ ଜମିକୁ ଦେଖିବାକୁ ଯିବା ସମୟରେ ହଠାତ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ତେବେ ପୁଅ ଘରକୁ ଆସିବା ବିଳମ୍ବ ହେବାରୁ ପରିବାର ଲୋକେ ଏବଂ ତାଙ୍କ ମା ଜମି ନିକଟକୁ ଯାଇଥିଲେ । ସେଠାରେ ପୁଅ ବନ୍ଧ ଉପରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ ।

ସୂଚନାନୁସାରେ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ଜମିରେ ଏପରି ବେଆଇନ ଭାବେ ଏକ କିଲୋମିଟର ପର୍ଯ୍ୟନ୍ତ ବିଦ୍ୟୁତ ତାର ଜମିରେ ମଡ଼ାଇ ପାଣି ବୁହଯାଛି। ଯାହା ଦ୍ଵାରା କିଛି ଦିନ ପୂର୍ବେ ଅନେକ ଜୀବଜନ୍ତୁଙ୍କ ଜୀବନ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ତେଣୁ ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାସହ ଏଭଳି ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.