ETV Bharat / state

Durga Puja Special: ଷୋଡଶ ଉପଚାର ପୂଜା ବେଳେ ମା’ ବିମଳାଙ୍କ ଦର୍ଶନ କାହିଁକି ଗର୍ଭବତୀଙ୍କୁ ମନା - worship of durga madhab

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ରହିଛି ଶ୍ରୀମନ୍ଦିରର ଦେବୀ ବିମଳା ମନ୍ଦିର । ଷୋଡ଼ଶ ପୂଜାରେ ମା' ବିମଳାଙ୍କ ମନ୍ଦିର ଦୁର୍ଗା ମାଧବ ଉପାସନା ସହ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି । ଅଧିକ ପଢନ୍ତୁ

special rituals in puri
ବିମଳାଙ୍କ ପୀଠରେ ଦୁର୍ଗା ମାଧବ ଉପାସନା
author img

By ETV Bharat Odisha Team

Published : Oct 18, 2023, 7:52 PM IST

ବିମଳାଙ୍କ ପୀଠରେ ଦୁର୍ଗା ମାଧବ ଉପାସନା

ପୁରୀ: ଶ୍ରୀମନ୍ଦିରରେ ଦେବୀ ବିମଳାଙ୍କ ମନ୍ଦିରରେ ଚାଲିଛି ଷୋଡ଼ଶ ଦିନାତ୍ମକ ପୂଜା । ପରମ୍ପରା ଅନୁଯାୟୀ ଚଣ୍ଡୀପାଠ ସମେତ ସ୍ଵତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହେଉଛି । ଆଶ୍ୱିନ ମାସ କୃଷ୍ଣ ଅଷ୍ଟମୀ ତଥା ମୂଳାଷ୍ଟମୀରୁ 16 ଦିନ ବ୍ୟାପୀ ଶୁକ୍ଲ ଅଷ୍ଟମୀ ପର୍ଯ୍ୟନ୍ତ ଏହି ବିଶେଷ ଷୋଡ଼ଶ ପୂଜା ଅନୁଷ୍ଠିତ ହେଇଥାଏ । ଏହି ସମୟରେ ଦେବୀ ବିମଳାଙ୍କ ପୀଠରେ ଅନୁଷ୍ଠିତ ହୋଇଥାଏ ସ୍ଵତନ୍ତ୍ର ପୂଜାର୍ଚ୍ଚନା । ଯାହାକି ଅନ୍ୟ କେଉଁଠି ଦେଖିବାକୁ ମିଳିନଥାଏ। "ଷୋଡ଼ଶ ପୂଜାରେ ମା' ବିମଳାଙ୍କ ପୀଠରେ ଦୁର୍ଗା ମାଧବ ଉପାସନା ହୋଇଥାଏ। 'ମାଧବ' ହେଉଛନ୍ତି ପୁରୁଷୋତ୍ତମ କ୍ଷେତ୍ରର ଆଦ୍ୟ ଦେବତା । ବିଶ୍ଵାବସୁ ପ୍ରଥମେ ନୀଳ ମାଧବଙ୍କୁ ଉପାସନା କରୁଥିଲେ । ଏଣୁ ଷୋଡ଼ଶ ପୂଜାରେ ଶ୍ରୀ ମନ୍ଦିରରେ ଦେବୀ ବିମଳାଙ୍କ ପୀଠରେ ଉଭୟ ଦୁର୍ଗା ମାଧବଙ୍କୁ ଉପାସନା କରାଯାଏ । ଅନ୍ୟ ସ୍ଥାନରେ ଏଭଳି ଅନନ୍ୟ ପରମ୍ପରା ଦେଖିବାକୁ ମିଳିନଥାଏ" ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ ପଦ୍ମନାଭ ତ୍ରିପାଠୀ ଶର୍ମା କହିଛନ୍ତି ।

ଷୋଡ଼ଶ ଦିନାତ୍ମକ ପୂଜାରେ ପ୍ରଥମ ୮ ଦିନ ବିମଳାଙ୍କ ମନ୍ଦିରରେ ଦୁର୍ଗା ମାଧବଙ୍କୁ ପୂଜାର୍ଚ୍ଚନା ହୁଏ ଓ ପରବର୍ତ୍ତୀ ୮ ଦିନ ଦୋଳ ମଣ୍ଡପସାହି ସ୍ଥିତ ନାରାୟଣୀ ମନ୍ଦିରରେ ପୂଜା କରାଯାଏ । ସେହିପରି ଦେବୀ ବିମଳାଙ୍କ ମନ୍ଦିରରେ ସପ୍ତମୀ, ଅଷ୍ଟମୀ, ନବମୀରେ ସ୍ଵତନ୍ତ୍ର ତ୍ରି ଦିବସାତ୍ମକ ପୂଜା ସହ ଶଙ୍ଖୁଡ଼ି ଭୋଗ ତଥା ଆମିଷ ଭୋଗ ଭାବେ ମାଛ ଭୋଗ ହୋଇଥାଏ । ନିଶାର୍ଦ୍ଧରେ ବଳି ନୀତି ଅନୁଷ୍ଠିତ ହୋଇଥାଏ । ଭାରତ ଅନନ୍ୟ ତନ୍ତ୍ର ପୀଠ ମଧ୍ୟରୁ ଅନ୍ୟତମ ଦେବୀ ବିମଳାଙ୍କ ମନ୍ଦିର । ସତୀଙ୍କ ପାଦ ଏଠାରେ ନିକ୍ଷେପିତ ହୋଇଥିବାରୁ ଏହାକୁ ଶ୍ରୀ ପାଦେଶ୍ୱରୀ ପୀଠ ବୋଲି କୁହାଯାଏ । ଗଜପତି ମହାରାଜାଙ୍କ ଦ୍ବାରା ବରଣ ହୋଇଥିବା ଆଚାର୍ଯ୍ୟ ବ୍ରାହ୍ମଣମାନେ 16 ଦିନ ବ୍ୟାପୀ ଜଗତର ମଙ୍ଗଳ ପାଇଁ ଦେବୀ ପୀଠ ଗୁଡିକରେ ଷୋଡ଼ଶ ଦିନାତ୍ମକ ପୂଜା କରିଥାନ୍ତି ।

ଏହା ବି ପଢନ୍ତୁ...Durga Puja Special: ଭାଇଚାରା ସହରରେ ପରମ୍ପରାର ଛାପ, ମା’ଙ୍କ ମୂର୍ତ୍ତିରେ ବ୍ୟବହାର ହୁଏନି ରାସାୟନିକ ରଙ୍ଗ

ଦେବୀ ବିମଳାଙ୍କ ମନ୍ଦିରରେ ଷୋଡ଼ଶ ଦିନାତ୍ମକ ପୂଜା ସମୟରେ ମନ୍ଦିର ମଧ୍ୟକୁ ମହିଳାଙ୍କ ପ୍ରବେଶ ନେଇ କଟକଣା ରହିଥାଏ । ଶାସ୍ତ୍ରର ବର୍ଣ୍ଣନା ଅନୁଯାୟୀ, ମୂଳାଷ୍ଟମୀ ତିଥିରେ ଦେବୀ ଦୁର୍ଗା ଶୟନରୁ ଉଠି ଉଗ୍ରରୂପ ଧାରଣ କରିଥାନ୍ତି । ଏଣୁ ଗର୍ଭବତୀ ଥିବା ମହିଳାଙ୍କ ଉପରେ ଖରାପ ପ୍ରଭାବ ପଡିବା ଆଶଙ୍କା ରହିଥାଏ । ତେଣୁ ଶୋଡ଼ଶ ପୂଜା ସମୟରେ ମହିଳା ଭକ୍ତମାନଙ୍କୁ ବିମଳା ଦର୍ଶନ ନେଇ କଟକଣା ରହିଥିବାରୁ ମହିଳା ଭକ୍ତମାନେ ମନ୍ଦିର ବାହାରୁ ଦେବୀ ବିମଳାଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇଥାନ୍ତି । ଏହି ଷୋଡ଼ଶ ପୂଜା ସମୟରେ ଦେବୀ ବିମଳାଙ୍କ ପୀଠରେ ଚଣ୍ଡୀପାଠ, ଦୁର୍ଗା ସହସ୍ର ନାମ, ସପ୍ତ ସତୀ ସମେତ ଅନେକ ସ୍ଵତନ୍ତ୍ର ଗୁପ୍ତ ପୂଜା ସହ ସ୍ଵତନ୍ତ୍ର ଭୋଗ ଲାଗି କରାଯାଇଥାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.