ETV Bharat / state

ଝିଅକୁ ମାରି ପୋଡ଼ି ଦେଲା ସାବତ ମା' ! ପାଉଁଶ ଜବତ କରି ପୋଲିସର ତଦନ୍ତ ଆରମ୍ଭ

author img

By

Published : Jan 9, 2023, 7:51 PM IST

Updated : Jan 9, 2023, 8:35 PM IST

ଝିଅକୁ ହତ୍ୟା କରି ସାବତ ମାଆ ଓ ନିଜ ବାପା ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି (Woman allegedly murdered step daughter ) । ପୁରୀ ଗୋପ ଅଞ୍ଚଳରେ ଘଟିଛି ଏହି ଘଟଣା । ପୋଲିସ ପାଉଁଶ ଜବତ କରି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

Woman allegedly murdered step daughter
Woman allegedly murdered step daughter
ଝିଅକୁ ମାରି ପୋଡ଼ି ଦେଲା ସାବତ ମା' ! ପାଉଁଶ ଜବତ କରି ପୋଲିସର ତଦନ୍ତ ଆରମ୍ଭ

ପୁରୀ: ସାବତ ମାଆର କଳା କାରନାମା । ଝିଅକୁ ହତ୍ୟା କରି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ଆଶ୍ଚର୍ଯ୍ୟକର କଥା ହେଉଛି ଝିଅର ହତ୍ୟାକାଣ୍ଡରେ ବାପାର ସମ୍ପୃକ୍ତି ଥିବା ନେଇ ମଧ୍ୟ ଅଭିଯୋଗ ଆସିଛି (Woman allegedly murdered step daughter ) । ଏଭଳି ଲୋମଟାଙ୍କୁରା ଘଟଣା ପୁରୀ ଜିଲ୍ଲାର ଗୋପ ବ୍ଲକ ବନ୍ତୁଳିଗ୍ରାମ ପଞ୍ଚାୟତ ବିଜିପୁର ଗାଁରେ ଘଟିଛି । ମୃତ ଝିଅ ମୋନାଲି ମହାରଣାର ବଡ଼ ଭଉଣୀ ରଶ୍ମିତା ମହାରଣା ଏହି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ।

ଅଭିଯୋଗକୁ ଭିତ୍ତି କରି ଗୋପ ପୋଲିସ ଶ୍ମଶାନକୁ ଯାଇ ମୃତ ଝିଅର ପାଉଁଶ ଜବତ କରି ତଦନ୍ତ ଆରମ୍ଭ କରିଛି । ଗୋପ ବ୍ଳକ ବନ୍ତୁଳିଗା ପଞ୍ଚାୟତ ବିଜିପୁର ଗାଁର ଦୁର୍ଗାଚରଣ ମହାରଣାଙ୍କ ପ୍ରଥମ ପତ୍ନୀ ଗତ ୨୦୧୮ରେ ମୃତ୍ୟୁବରଣ କରିବା ପରେ ତାଙ୍କର ୨ଟି ଝିଅ ରଶ୍ମିତା ଓ ମୋନାଲି ବାପାଙ୍କ ପାଖରେ ବହୁତ କଷ୍ଟରେ ଜୀବନ କାଟୁଥିଲେ। ବଡ଼ ଭଉଣୀ ରଶ୍ମିତା କୋଲକାତାରେ ଏକ ଘରୋଇ ଅଫିସରେ କାର୍ଯ୍ୟ କରି ସାନ ଭଉଣୀଙ୍କୁ ଗୋପ ମହାବିଦ୍ୟାଳୟରେ +୩ର ଶେଷ ବର୍ଷ ପର୍ଯ୍ୟନ୍ତ ପାଠ ପଢାଉଥିଲେ ।

ବାପା ଦୁର୍ଗାଚରଣ ୨୦୨୦ରେ ପୂର୍ଣ୍ଣବାର ବିବାହ କରିବା ପରେ ଦୁଇଝିଅଙ୍କ ଜୀବନରେ ଆସିଥିଲା ଦୁଃଖ । ସାବତ ମା'ର ସାନ ଭଉଣୀ ମୋନାଲିକୁ ମାଡ଼ ମାରିବା ସହ ଗାଳି ମଧ୍ୟ କରୁଥିବା ଅଭିଯୋଗ ହୋଇଛି । ମୋନାଲି ସବୁବେଳେ ଫୋନ ଯୋଗେ ବଡ ଭଉଣୀ ରଶ୍ମିତାଙ୍କୁ ଜଣାଉଥିଲା । ତେବେ ଗତ ୭ ତାରିଖ ରାତ୍ରିରେ ମୋନାଲିଙ୍କୁ ତାଙ୍କ ସାବତ ମା' ମମତା ଓଝା ଓ ସାବତ ମା'ର ଭାଇ ଜୀବନ ଓଝା ମିଶି ହତ୍ୟା କରି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ- ରାକ୍ଷସୀ ରୂପୀ ମାଆ ! ନିଜ ଛୁଆକୁ କାଟି କଲା ଖଣ୍ଡ ଖଣ୍ଡ

ପୋଡ଼ିବା ପରେ ପ୍ରମାଣ ଲୁଚାଇବା ପାଇଁ ମଶାଣିକୁ ଧୋଇ ଦେଇଛନ୍ତି । ଏ ସମ୍ପର୍କରେ ରଶ୍ମିତାଙ୍କୁ ଗାଁ ଲୋକେ ଫୋନ ମାଧ୍ୟମରେ ଜଣାଇଥିଲା । ତା ସହିତ ନିଜେ ଘରକୁ ଆସି ସାନ ଭଉଣୀକୁ ଖୋଜାଖୋଜି କରିଥିଲେ। ପରେ ଶ୍ମଶାନକୁ ଯାଇ ଦେଖିବା ପରେ ତାଙ୍କର ସନ୍ଦେହ ଉପଜୁଥିଲା । ସେଠାରୁ ଆସି ଗୋପ ଥାନାରେ ସେ ଲିଖିତ ଅଭିଯୋଗ ଦେଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ଗୋପ ପୋଲିସ ଶ୍ମଶାନକୁ ଯାଇ କିଛି ପାଉଁଶ ସହ ଅସ୍ଥି ସଂଗ୍ରହ କରିଛି ।

ଗୋପ ପୋଲିସ ସାଇଣ୍ଟଫିକ ଟିମ ଡକାଇ ତଦନ୍ତ ମଧ୍ୟ ଆରମ୍ଭ କରିଛି । ଏବେ ବାପା ଦୁର୍ଗାଚରଣ, ମା' ମମତା ଓ ମାମୁଁ ଜୀବନ ଓଝା ଫେରାର ଥିବା ସୂଚନା ଦେଇଛି ଗୋପ ପୋଲିସ । ତେବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶୃତି ଦେଇଛି ।

ଇଟିଭି ଭାରତ, ପୁରୀ

Last Updated : Jan 9, 2023, 8:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.