ETV Bharat / state

ଲକଡାଉନ 3.0 ପାଇଁ ଆଶା ଆଶଙ୍କାରେ ରଥ ନିର୍ମାଣ କାର୍ଯ୍ୟ - ରଥ ନିର୍ମାଣ ନେଇ ନିଷ୍ପତ୍ତି

କେନ୍ଦ୍ର ସରକାର ସାରା ଦେଶରେ ଦୁଇ ସପ୍ତାହ ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରିବା ପରେ ପୁରୀରେ ରଥ ନିର୍ମାଣ ନେଇ ଆଶଙ୍କା ସୃଷ୍ଟି ହୋଇଛି।

chariots in Puri
ରଥ ନିର୍ମାଣ ନେଇ ବଢ଼ିଲା ଆଶଙ୍କା
author img

By

Published : May 2, 2020, 4:40 PM IST

ପୁରୀ: ମେ' 3ରେ ସରୁଥିବା ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ନସରୁଣୁ ତୃତୀୟ ପର୍ଯ୍ୟାୟରେ ପୁଣି 2 ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ତେବେ ଲକଡାଉନ ବୃଦ୍ଧି ଯୋଗୁଁ ପୁରୀରେ ରଥ ନିର୍ମାଣ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ରଥ ନିର୍ମାଣ ନେଇ ବଢ଼ିଲା ଆଶଙ୍କା

ଲକଡାଉନ ସମୟରେ ସମସ୍ତ ବାହ୍ୟ ଧର୍ମୀୟ କାର୍ଯ୍ୟ ଉପରେ କଟକଣା ଲାଗିଛି। ଏଣୁ ଲକଡାଉନ ଯୋଗୁଁ ରଥ ନିର୍ମାଣରେ ଆଶା ଆଶଙ୍କା ସୃଷ୍ଟି ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଲକଡାଉନ ଉଠିଲା ପରେ ରଥ ନିର୍ମାଣ ନେଇ ନିଷ୍ପତ୍ତି ହେବ ବୋଲି ଗଜପତି ମହାରାଜ କହିଥିଲେ। କିନ୍ତୁ ଲକଡାଉନ ବଢିବା ପରେ ଏବେ ରଥ ନିର୍ମାଣ ଉପରେ କଟକଣା ରହିଛି।

ଯଦି ବି ମେ 17 ତାରିଖରେ ଲକଡାଉନ ଉଠେ, ତେବେ ଏତେ କମ ସମୟ ଭିତରେ ଜୁନ 23ରେ ହେବାକୁ ଥିବା ରଥଯାତ୍ରା ପାଇଁ ରଥ ନିର୍ମାଣ ସମ୍ଭବ ହେବ ନାହିଁ ବୋଲି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି। ଫଳରେ ଚଳିତବର୍ଷ ରଥଯାତ୍ରା ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଛି।

ଅନ୍ୟପଟେ କିନ୍ତୁ ଦଇତାପତି ମାନେ ଆଶା ଛାଡି ନାହାନ୍ତି। ଲକଡାଉନରେ ନିର୍ମାଣ କାର୍ଯ୍ୟ ନେଇ ସରକାରଙ୍କ ଅନୁମତି ଥିବାରୁ ରଥ ନିର୍ମାଣରେ କୌଣସି ଅସୁବିଧା ନାହିଁ। ଏଣୁ ରଥ ନିର୍ମାଣ ହେବା ଉଚିତ ବୋଲି ବରିଷ୍ଠ ଦଇତାପତି ସେବାୟତ କହିବା ସହ ପୁରୀ ସହର ଗ୍ରୀନ ଜୋନରେ ଥିବାରୁ ସରକାର ନିଶ୍ଚିତ ରଥ ନିର୍ମାଣ ପାଇଁ ଅନୁମତି ଦେବେ ବୋଲି ବିନାୟକ ଦାସ ମହାପାତ୍ର ଆଶା ରଖିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.