ETV Bharat / state

ପାଇଖାନା ଟାଙ୍କିରେ ଫସିଲା ବାରହା, ଉଦ୍ଧାର କଲା ଦମକଳ ବାହିନୀ - wild boar rescued in bramagiri

ପାଇଖାନା ଟାଙ୍କିରେ ଫସିଲା ବାରହା । ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ । ଅଧିକ ପଢନ୍ତୁ...

ପାଇଖାନା ଟାଙ୍କିରେ ଫସିଲା ବାରହା ,ଉଦ୍ଧାର କଲା ଦମକଳ ବାହିନୀ

author img

By

Published : Nov 6, 2021, 4:39 PM IST

ବ୍ରହ୍ମଗିରି : ପାଇଖାନା ଟାଙ୍କିରେ ଫସିଲା ବାରହା । ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ । ଦୀର୍ଘ ସମୟର ଉଦ୍ୟମ ପରେ ବାରହାକୁ ଉଦ୍ଧାର କଲା ଦମକଳ ବାହିନୀ । ସୂଚନା ଅନୁସାରେ, ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଳୁପାଟଣା ଗାଁର ଗୋଟିଏ ପାଇଖାନା ଟାଙ୍କିରେ ଫସି ଯାଇଥିଲା ବାରହା । ପରେ ବାରହାକୁ ଉଦ୍ଧାର ପାଇଁ ଫାୟାର ଟିମ, ସ୍ନେକ ହେଲ୍ପ ଲାଇନର ବ୍ରହ୍ମଗିରି ସଦସ୍ୟଙ୍କୁ ଖବର ଦିଆଯାଇଥିଲା । ଆରମ୍ଭ ହୋଇଥିଲା ଅପରେସନ । ଦୀର୍ଘ ସମୟ ପରେ ବାରହାଟିକୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ ।

ପାଇଖାନା ଟାଙ୍କିରେ ଫସିଲା ବାରହା ,ଉଦ୍ଧାର କଲା ଦମକଳ ବାହିନୀ

ବାରହା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲ ପଦା ହେଉଥିବାରୁ ଖାଦ୍ୟ ନ ପାଇଁ ବାରହା ଜନବସତି ମୁହାଁ ହେଉଛନ୍ତି । ବାରହା ଆକ୍ରମଣରେ କେତେବେଳେ ଲୋକଙ୍କର କ୍ଷୟକ୍ଷତି ହେଉଛି ତ ଆଉ କେତେବେଳେ ଲୋକଙ୍କ ଆକ୍ରମଣରେ ବାରହାର ଜୀବନ ଯାଉଛି । କିଛି ଦିନ ତଳେ ସ୍ଥାନୀୟ ଲୋକଙ୍କ ଅକ୍ରମଣରେ ଏକ ବାରହାର ମୃତ୍ୟୁ ହୋଇଥିଲା ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.