ETV Bharat / state

ବାରହା ଆକ୍ରମଣରେ ୯ ଆହତ, 2 ବର୍ଷର ଶିଶୁ ଗୁରୁତର

ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ବାରହା ଆକ୍ରମଣରେ 9ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ 2 ବର୍ଷର ଶିଶୁ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 1, 2021, 5:17 PM IST

wild animal attack in puri 9 injured
ବାରହା ଆକ୍ରମଣରେ ୯ ଜଣ ଆହତ,2 ବର୍ଷର ଶିଶୁ ଗୁରୁତର

ପୁରୀ: ଜଙ୍ଗଲୀ ବାରହା ଆକ୍ରମଣରେ ୯ ଜଣ ଆହତ ଓ 2 ବର୍ଷର ଶିଶୁ ଗୁରୁତର। ଏଭଳି ଘଟଣା ଘଟଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ।

ଜିଲ୍ଲାର ବଳଙ୍ଗା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଆଜି ସକାଳୁ ଏକ ଜଙ୍ଗଲୀ ବାରହା ପଶିଥିଲା । ହଠାତ ବାରହା ଆକ୍ରମଣରେ 9ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ 2ବର୍ଷ ର ଶିଶୁ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ବଳଙ୍ଗା ଥାନା ଅନ୍ତର୍ଗତ ସାଦେରିଆ ଗ୍ରାମର ବନମାଳୀ ଲେଙ୍କା (58), ଡମ୍ବରୁଧର ସ୍ବାଇଁ (60),ଉକ ବାରିକ (35)ଓ ତାଙ୍କ ପତ୍ନୀ ଗୀତାଞ୍ଜଳି ବାରିକ (29),ଏବଂ ତାଙ୍କ 2ପୁଅ ସମ୍ୟସ (11)ଓ ବିଶ୍ବଜିତ (9) । ସେହିପରି ବନ୍ଧମୁଣ୍ଡା ଗ୍ରାମର ବିଶ୍ବବନ୍ଧୁ ବାରିକଙ୍କ 2 ବର୍ଷର ପୁଅ ଆୟୁଷ୍ମାନ ଓ ଝିଅ ଆୟୁଷ ପ୍ରିୟଦର୍ଶିନୀ (9) ଓ ବାମନାଳ ତିହୁଳା ଗ୍ରାମର ପବିତ୍ର ସାମନ୍ତରାୟ (38) ।

ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣ ଏକ ପ୍ରକାର ଆତଙ୍କିତ ହୋଇପଡିଛନ୍ତି । ସେପଟେ ବାରହା ଧରା ପଡିନଥିବାବେଳେ ପୁଣି ଲୋକମାନଙ୍କୁ ଆକ୍ରମଣ କରିପାରେ ବୋଲି ସମ୍ଭାବନା ସୃଷ୍ଟି ହେଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.