ETV Bharat / state

ଶ୍ରୀକ୍ଷେତ୍ର ସାଆନ୍ତେ: ଶ୍ରୀମନ୍ଦିରରେ ରାତ୍ରିରେ କିଏ ଦିଅନ୍ତି ପହରା...

ମହାପ୍ରଭୁଙ୍କ ଓ ବେଢ଼ା ମଧ୍ୟସ୍ଥ ସମସ୍ତ ଦେବଦେବୀଙ୍କ ପହୁଡ଼ ନୀତି ହୋଇସାରିଲା ପରେ ଯିଏ ରାତ୍ରିରେ ଜାଗ୍ରତ ପ୍ରହରୀ ଭାବରେ ବେଢାର ରକ୍ଷାକର୍ତ୍ତା ରୂପେ କାର୍ଯ୍ୟ କରିଥାନ୍ତି ସେ ହେଉଛନ୍ତି ବେଢାକାଳୀ । ଶ୍ରୀମନ୍ଦିର ଭିତର ବେଢ଼ାସ୍ଥ ଶ୍ରୀ ନୀଳମାଧବ ମନ୍ଦିର ଉତ୍ତରକୁ ବେଢ଼ା କାଳୀଙ୍କୁ ଭଦ୍ରକାଳୀ ତଥା ଗୁହ୍ୟକାଳୀଙ୍କ ମନ୍ଦିର ବିଦ୍ୟମାନ ।

author img

By

Published : Jun 20, 2019, 1:09 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ଶ୍ରୀଠାକୁରଙ୍କ ରାତ୍ରି ପହୁଡ ପରେ ମନ୍ଦିର ଭିତରେ ତଥା ବାହାର ଶୋଧ ହୁଏ । ଜୟ ବିଜୟ ଦ୍ବାର ଓ ଛାମୁରେ ଦୁଆର ତାଲା ପଡି ମାଟିର ମୁଦ ଦିଆଯାଏ । ଶ୍ରୀମନ୍ଦିର ଚାରି ଦୁଆରେ ବନ୍ଦ ହେବା ପରେ ବାହାରେ ପହରାବାଲା ପହରା ଦିଏ । ରାତି ହେଲେ ଗହଳିଚହଳି ପୂର୍ଣ୍ଣ ମନ୍ଦିରରେ ଘନ ଅନ୍ଧାର ରାଜୁତି କରେ । ଅନେକ ପ୍ରଶ୍ନ ଉଠେ ଯେ ବାହାରେ ତ ପହରାବାଲା ପହରା ଦିଏ ହେଲେ ଶ୍ରୀମନ୍ଦିର ଭିତର ବେଢାରେ କିଏ ପ୍ରହରା ଦେଇଥାଏ ?

who-escort
ଡିଜାଇନ ଫଟୋ

ମହାପ୍ରଭୁଙ୍କ ଓ ବେଢ଼ା ମଧ୍ୟସ୍ଥ ସମସ୍ତ ଦେବଦେବୀଙ୍କ ପହୁଡ଼ ନୀତି ହୋଇସାରିଲା ପରେ ଯିଏ ରାତ୍ରିରେ ଜାଗ୍ରତ ପ୍ରହରୀ ଭାବରେ ବେଢାର ରକ୍ଷାକର୍ତ୍ତା ରୂପେ କାର୍ଯ୍ୟ କରିଥାନ୍ତି ସେ ହେଉଛନ୍ତି ବେଢାକାଳୀ । ଶ୍ରୀମନ୍ଦିର ଭିତର ବେଢ଼ାସ୍ଥ ଶ୍ରୀ ନୀଳମାଧବ ମନ୍ଦିର ଉତ୍ତରକୁ ବେଢ଼ା କାଳୀଙ୍କୁ ଭଦ୍ରକାଳୀ ତଥା ଗୁହ୍ୟକାଳୀଙ୍କ ମନ୍ଦିର ବିଦ୍ୟମାନ ।

ବେଢାକାଳୀ ହେଉଛନ୍ତି ପରମବୈଷ୍ଣବୀ । ମା' ଙ୍କ ମୂର୍ତ୍ତି ଝୁଣା ଓ ତୈଳରେ ନିର୍ମିତ । ମୂଳ ପ୍ରସ୍ତର ମୂର୍ତ୍ତି ଏହି ମୂର୍ତ୍ତିର ପଛ ଭାଗରେ ଅଛନ୍ତି । ତାହା ଭକ୍ତମାନେ ଦେଖିପାରନ୍ତି ନାହିଁ । ବର୍ତ୍ତମାନର ମୂର୍ତ୍ତିଙ୍କ ଡାହାଣ ପାଖକୁ ଥିବା ଏକ ରନ୍ଧ୍ର ଦେଇ ପ୍ରତିଦିନ ଫୁଲ, ଚନ୍ଦନ ପଶ୍ଚାତ୍‍ ଭାଗରେ ଥିବା ମୂଳ ଦେବୀଙ୍କୁ ଦିଆଯାଇ ପୂଜାର୍ଚ୍ଚନା କରାଯାଇଥାଏ ।

ବର୍ତ୍ତମାନ ଦୃଶ୍ୟମାନ ଦେବୀ ବିଗ୍ରହ ବ୍ୟାଘ୍ର ଚର୍ମ ଉପରେ ଉପବିଷ୍ଟ । ପାୟ ୩ଫୁଟ ଉଚ୍ଚତା ବିଶିଷ୍ଟ ମାଅ କାଳୀ ଦ୍ବିଭୁଜ ବିଶିଷ୍ଟାା । ଦକ୍ଷିଣ ହସ୍ତ ଊର୍ଦ୍ଧ୍ବକୁ ଉଠାଇ ଉତ୍ତୋଳନ କରି ସେ ଖଡ୍ଗ ଧାରଣ କରିଛନ୍ତି । ବାମ ହସ୍ତରେ ଖର୍ପର ଧାରଣ ସହିତ ଜାନୁ ଉପରେ ରହିଛି । ଲହ ଲହ ଜିହ୍ବା ଓ ବିଷ୍ପୋରିତ ନେତ୍ର । ଗଳାରେ ମୁଣ୍ଡମାଳ । ମାଙ୍କୁ କେବଳ ଶୀତଳ ଭୋଗ ମଣୋହି କରାଯାଇଥାଏ ।

ସୂଚନାଯେ ଶ୍ରୀ ମନ୍ଦିର ମଧ୍ୟରେ ଅନେକ ତାନ୍ତ୍ରିକ ଦେବୀ ଯଥା କୁତାମଚଣ୍ଡୀ, ମଶାଣିଚଣ୍ଡୀ, ଖମ୍ବକାଳୀ, ବେଢାକାଳୀ, କମଳା ଆଦି ପୂଜା ପାଆନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.