ପୁରୀ: କୋଣାର୍କରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନବେଳେ ଅଘଟଣ । କାର୍ଯ୍ୟକ୍ରମ ପାଇଁ ଲାଗିଥିବା ତୋରଣ ଖସି କେନ୍ଦ୍ର ରେଳମନ୍ତ୍ରୀଙ୍କ ଗାଡ଼ି ଚେପା ହୋଇଛନ୍ତି । ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଅଶ୍ବିନୀ ବୈଷ୍ଣବ।
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ କୋଣାର୍କରେ ଯୋଗ ଶିବିର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମିଲ ହୋଇଥିଲେ । ତେବେ କାର୍ଯ୍ୟକ୍ରମ ପାଇଁ ଲାଗିଥିବା ତୋରଣ ଖସି ଅଶ୍ବିନୀଙ୍କ ଗାଡ଼ି ଉପରେ ପଡି କିଛି ଅଂଶ ଚେପା ହୋଇଯାଇଛି। ସୌଭାଗ୍ୟ ବଶତଃ ମନ୍ତ୍ରୀ ଗାଡ଼ିରେ ନଥିବା ଜଣାପଡ଼ିଛି । ଏହି ବିଶାଳ ସମାରୋହରେ ନିମ୍ନ ମାନର କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଇଟିଭି ଭାରତ, ପୁରୀ