ETV Bharat / state

ଶପଥ ଗ୍ରହଣ ପରେ କଣ କହୁଛନ୍ତି ସରପଞ୍ଚ, ଶୁଣନ୍ତୁ... - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ଦେଇଥିବା ଦାୟିତ୍ଵ ସୂଚାର ରୂପେ ସଂପାଦନ କରିବୁ ବୋଲି କହିଛନ୍ତି ପୁରୀ ଜିଲ୍ଲାର କିଛି ସରପଞ୍ଚ । ଅଧିକ ପଢନ୍ତୁ...

what-after-the-taking-ota-what-did-sarpanch-say-listen-dot-dot-dot
ଶପଥ ଗ୍ରହଣ ପରେ କଣ କହୁଛନ୍ତି ସରପଞ୍ଚ, ଶୁଣନ୍ତୁ...
author img

By

Published : Apr 22, 2020, 6:39 PM IST

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ସମସ୍ତ ସରପଞ୍ଚ ମାନଙ୍କୁ ଶପଥପାଠ କରାଇଛନ୍ତି । କୋରୋନାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଦାୟିତ୍ବକୁ ନିଷ୍ଠାର ସହ ପାଳନ କରିବାକୁ ଶପଥ ନେଇଛନ୍ତି ରାଜ୍ୟର ସରପଞ୍ଚମାନେ । ଏଥି ସହିତ କୋରୋନା ମହାମାରୀ ମୁକାବିଲା ଏବଂ ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ କିଭଳି ପାଞ୍ଚାୟତ ସ୍ତରରେ କ୍ଵାରେନଟାଇନରେ ରଖାଯିବ, ସେ ନେଇ ଆଲୋଚନା ହୋଇଛି ।

ଶପଥ ଗ୍ରହଣ ପରେ କଣ କହୁଛନ୍ତି ସରପଞ୍ଚ, ଶୁଣନ୍ତୁ...

ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ସମସ୍ତ ସରପଞ୍ଚ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ପାଇଁ ସବୁ ବ୍ଲକରେ ବିଶେଷ ବ୍ୟବସ୍ଥା ହୋଇଥିଲା । ବିଶେଷକରି ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଙ୍ଗରୋଧ ଭାବରେ ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ରଖାଯିବା ସହିତ ସେମାନଙ୍କୁ ଖାଇବା ଓ ଚିକିତ୍ସାର ବ୍ୟବସ୍ଥା କରିବି ବୋଲି ସରପଞ୍ଚମାନଙ୍କୁ ଶପଥ ପାଠ କରାଇଥିଲେ ମୁଖ୍ୟମନ୍ତ୍ରୀ । ପଞ୍ଚାୟତ ସ୍ତରରେ ରାଜ୍ୟ ବାହାରେ କେତେ ଲୋକ ଅଛନ୍ତି ତାହାର ତାଲିକା ପ୍ରସ୍ତୁତ ପାଇଁ ସରପଞ୍ଚଙ୍କୁ ଦାୟିତ୍ଵ ଦିଆଯାଇଛି ।

ତେବେ ମୁଖ୍ୟମନ୍ତ୍ରୀ ଦେଇଥିବା ଦାୟିତ୍ଵ ସୂଚାର ରୂପେ ସଂପାଦନ କରିବୁ ବୋଲି କହିଛନ୍ତି ପୁରୀ ଜିଲ୍ଲାର କିଛି ସରପଞ୍ଚ । ପୁରୀ ଜିଲ୍ଲା ନିମାପଡା ବ୍ଲକ ସଭା ଗୃହରେ ସମସ୍ତ ସରପଞ୍ଚ ଉପସ୍ଥିତ ରହି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବେ ବୋଲି ଶପଥ ଗ୍ରହଣ କରିଥିଲେ । ସେହିପରି ଜିଲ୍ଲାର ସମସ୍ତ ବ୍ଲକରେ କୋରୋନା ମୁକାବିଲା ନେଇ ସରପଞ୍ଚମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.