ETV Bharat / state

ମହାପ୍ରଭୁଙ୍କୁ ଦର୍ଶନ କଲେ ମମତା, ବ୍ରାହ୍ମଣଙ୍କୁ ପରଶି ନିଜେ ଖାଇଲେ ମହାପ୍ରସାଦ

author img

By

Published : Mar 22, 2023, 8:12 PM IST

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସିଂହଦ୍ଵାର ନିକଟରେ ମମତା ପହଞ୍ଚିବା ପରେ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ଵାଗତ କରାଯାଇଥିଲା । ଏହାପରେ ମନ୍ଦିରରେ ସ୍ବତନ୍ତ୍ର ମାନସିକ ପୂଜା କରି ମହାପ୍ରସାଦ ସେବନ କରିଥିଲେ । ଅଧିକ ପଢ଼ନ୍ତୁ

ମହାପ୍ରଭୁଙ୍କୁ ଦର୍ଶନ କଲେ ମମତା
ମହାପ୍ରଭୁଙ୍କୁ ଦର୍ଶନ କଲେ ମମତା

ମହାପ୍ରଭୁଙ୍କୁ ଦର୍ଶନ କଲେ ମମତା

ପୁରୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ମମତା ପହଞ୍ଚିବା ପରେ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵାଗତ କରାଯାଇଥିଲା । ମମତା ମଧ୍ୟ ନିଜେ ତାଙ୍କ କୌଳିକ ପଣ୍ଡା ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ମମତା ପ୍ରଥମେ ପ୍ରଭୁ ପତିତପାବନଙ୍କୁ ଦର୍ଶନ କରି ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ମହାପ୍ରଭୁଙ୍କୁ ରତ୍ନ ସିଂହାସନରେ ଦର୍ଶନ କରିବା ସହ ମାନସିକ ପୂଜା କରିଥିଲେ ।

ପରେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ବିମଳା ଦେବୀ ଓ ମହାଲକ୍ଷ୍ମୀଙ୍କ ମନ୍ଦିର ଯାଇ ଦର୍ଶନ କରିବା ପରେ ବିଭିନ୍ନ ପାର୍ଶ୍ବ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଥଲେ ମମତା । ପରେ ତାଙ୍କ ମାନସିକ ପାଇଁ ନୀଳଚକ୍ରରେ ୧୪ ହାତିଆ ବାନା ଲାଗି ହୋଇଥିଲା । ମମତା ନିଜେ ନୀଳଚକ୍ରରେ ବାନା ଲାଗିବା ଦୃଶ୍ୟ ବସି ଦେଖିଥିଲେ । ପରେ ବ୍ରାହ୍ମଣ ଭୋଜନ ଅନୁଷ୍ଠିତ ହୋଇଥିଲା । ନିଜେ ମମତା ବ୍ରାହ୍ମଣଙ୍କୁ ମହାପ୍ରସାଦ ପରଶିଥିଲେ । ପରେ ସେ ନିଜେ ମହାପ୍ରସାଦ ସେବନ କରିଥିଲେ । ପରେ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିଥଲେ । ସିଂହଦ୍ବାର ବାହାରେ ଅପେକ୍ଷା କରିଥିବା ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଥିଲେ ମମତା । ସେ ସମଗ୍ର ଦେଶବାସୀଙ୍କ କଲ୍ୟାଣ ପାଇଁ ପୂଜା କରିଥିବା କହିଥିଲେ । ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଥିଲେ ମମତା । ଜଗନ୍ନାଥଧାମ ଓଡ଼ିଶା ସହିତ ବଙ୍ଗଳାର ସ୍ଵତନ୍ତ୍ର ସମ୍ପର୍କ ଥିବା ସେ କହିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବହୁତ୍ ଖୁସିଥିବା ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... 'ପଶ୍ଚିମବଙ୍ଗ ଭବନ' ପାଇଁ ଜାଗା ପସନ୍ଦ କଲେ ମମତା, କହିଲେ ଓଡ଼ିଶା- ପଶ୍ଚିମବଙ୍ଗ ଦୁଇ ଭଉଣୀ

ଶାଢୀ, ବିଭିନ୍ନ ଫଳ ଓ ପୂଜା ସାମଗ୍ରୀ ନେଇ ମାନସିକ ପୂଜା ହୋଇଥିବା ମମତାଙ୍କ କୌଳିକ ପଣ୍ଡା ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି । ମମତା ମହାପ୍ରସାଦ ସେବନ କଲେ ଓ ରତିରେ ମଧ୍ୟ କରିବେ ବୋଲି କୌଳିକ ପଣ୍ଡା କହିଥିଲେ । ଶ୍ରୀମନ୍ଦିର ଯିବା ପୂର୍ବରୁ ଓଡ଼ିଶା ସରକାର ପୁରୀରେ ପଶ୍ଚିମବଙ୍ଗ ସରକାରଙ୍କୁ ଏକ ଗେଷ୍ଟ ହାଉସ ପାଇଁ ଦେଇଥିବା ଜମି ଅନୁଧ୍ୟାନ କରିଥିଲେ ମମତା । ସେପଟେ ଆଗାମୀ ଦିନରେ ନିର୍ବାଚନ ଥିବାବେଳେ ସେଥିରେ ସଫଳ ହେବା ପାଇଁ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥିଲେ ଓ ଏଥିରେ ସେ ନିଶ୍ଚିତ ସଫଳ ହେବେ ବୋଲି ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.