ବ୍ରହ୍ମଗିରି: ଭସାପୋଲ ଇଞ୍ଜିନରେ ପାଣି ପଶିଯିବାରୁ ପୁଣିଥରେ ବ୍ରହ୍ମଗିରି ଚିଲିକାରେ ଯାତ୍ରୀଙ୍କ ଗମନାଗମନ ବିଚ୍ଛିନ୍ନ ହୋଇଛି । ଏନେଇ ସିଡିଏର ଅବହେଳାର ଅଭିଯୋଗ ଆଣିଛନ୍ତି ସ୍ଥାନୀୟବାସିନ୍ଦା ।
କୃଷ୍ଣପ୍ରସାଦ ଜହ୍ନିକୁଦା ଘାଟରୁ ସାତପଡ଼ା ଅଭିମୁଖେ ବାହାରିବା ପୂର୍ବରୁ ପ୍ରଥମେ ଭସାପୋଲର ଇଞ୍ଜିନ ଯାଞ୍ଚ କରାଯାଇଥିଲା । ହେଲେ ସେଥିରେ ପାଣି ପଶିଥିବା ଦେଖିବାକୁ ମିଳିଥିଲା । ଗତ ସେପ୍ଟେମ୍ବର 15 ତାରିଖରେ ଦ୍ଵିତୀୟ ଭସାପୋଲ ଭାବରେ ସିଡିଏ ତରଫରୁ ଲୋକମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା । ଯାହାଫଳରେ ଚିଲିକା ମଧ୍ୟରେ ଥିବା ମହିଁଷା, ଜହ୍ନିକୁଦାକୁ ଯାତାୟତ ପାଇଁ ଲୋକମାନଙ୍କ ସୁବିଧା ହେଉଥିଲା । କିନ୍ତୁ ଏକ ମାସରେ ଏହା ଖରାପ ହୋଇଯିବା ଦୁଃଖର ବିଷୟ । ସିଡିଏର ଖାମଖିଆଲି ହେତୁ ନୂତନ ଭାବେ ଚାଲୁଥିବା ଭସାପୋଲଟି ଖରାପ ହେବାକୁ ଯାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କହିଛନ୍ତି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ