ETV Bharat / state

ଭୋଟ ଦେଉଛି ପିପିଲି, ମହାରଥୀ ଗଡରେ କାହାର ହେବ ବାଜିମାତ ? - ପିପିଲି ନିର୍ବାଚନ

କାହାର ହେବ ପିପିଲି ? କାହାକୁ ନିଜ ନେତା ବାଛିବେ ପିପିଲିବାସୀ ? କିଏ ଧରିବ ଶାସନ ମଙ୍ଗ ? ଆଜି ତାହା ନିର୍ଦ୍ଧାରଣ କରୁଛନ୍ତି ଭୋଟର । ସକାଳୁ ସକାଳ କଡା ସୁରକ୍ଷା ମଧ୍ୟରେ ପିପିଲିରେ ଆରମ୍ଭ ହୋଇଛି ଭୋଟିଂ ପ୍ରକ୍ରିୟା । ଅଧିକ ପଢନ୍ତୁ...

Pipili by election: ଚାଲିଛି ବମ୍ଫର ଭୋଟିଂ
Pipili by election: ଚାଲିଛି ବମ୍ଫର ଭୋଟିଂ
author img

By

Published : Sep 30, 2021, 12:05 PM IST

ପୁରୀ: ଆଜି ପିପିଲି ମହାଲଢେଇ । ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ । କିଏ ଧରିବ ଶାସନ ମଙ୍ଗ ତାହା ନିର୍ଦ୍ଧାରଣ ପାଇଁ ସକାଳୁ ସକାଳୁ ପିପିଲିର ୩୪୮ଟି ବୁଥରେ ଆରମ୍ଭ ହୋଇଛି ମତଦାନ । ସକାଳ 7ଟାରୁ ଆରମ୍ଭ ହୋଇଥିବା ଭୋଟିଂ ପ୍ରକ୍ରିୟା ସନ୍ଧ୍ୟା 6ଟା ଯାଏଁ ଚାଲିବ । କଡା ସୁରକ୍ଷା ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଚାଲିଛି । ସକାଳ ପରଠାରୁ ଭୋଟରମାନେ ବିଭିନ୍ନ ବୁଥରେ ଲମ୍ବା ଲାଇନ ଲଗାଇ ନିଜ ନିଜର ପ୍ରିୟ ନେତାଙ୍କୁ ଭୋଟ ଦେଉଛନ୍ତି । ସେହିପରି ଧୀରେ ଧୀରେ ବୁଥରେ ମତଦାତାଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୂର୍ବାହ୍ନ ୧୧ଟା ସୁଦ୍ଧା ମୋଟ ୨୪.୭୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ମତଦାନ କରିବେ । ଏହି ଉପନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି । ଆଜି ସକାଳୁ ମତଦାନ ପୂର୍ବରୁ ସବୁ ଦଳର ଏଜେଣ୍ଟଙ୍କ ଉପସ୍ଥିତରେ ସମସ୍ତ ବୁଥରେ ମକ ପୋଲ ହୋଇଥିଲା । ଯେକୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ସମ୍ବେଦନଶୀଳ ବୁଥଗୁଡିକରେ ୱେବକାଷ୍ଟିଂ ଓ ୧୨ଟିରେ ଭିଡିଓ ଉତ୍ତୋଳନ ବ୍ୟବସ୍ଥା ହୋଇଛି । ୨୩ଟି ବୁଥରେ ମାଇକ୍ରୋ ଅବଜରଭର ମୁତୟନ ହୋଇଛନ୍ତି ।

ସକାଳ ସମୟରେ ପିପିଲର ପ୍ରଥମେ ତିନୋଟି ବୁଥରେ ଇଭିଏମ ଅଚଳ ହୋଇଯାଇଥିଲା । ନୂଆଶାସନ ଦକ୍ଷିଣ ସାହିର ୨୦୩ ନଂର ବୁଥ, ୧୩୯-A ଏବଂ 177 ନଂ ବୁଥରେ ଇଭିଏମ ଅଚଳ ଥିଲା । ଏହାପରେ ନିର୍ବାଚନ ମଣ୍ଡଳୀର ୬ଟି ବୁଥରେ ପୁଣି ତ୍ରୁଟି ପରିଲକ୍ଷିତ ହୋଇଥିଲା । କୌଶଲ୍ୟାପୁରର ୧୫୪, ପୁବାର ୧୫୮, ଲକ୍ଷ୍ମୀନାରାୟଣପୁରର ୧୬୧, ସିଉଳାର ୧୬୯, ବିନାୟକପୁରର ୧୭୩ ନମ୍ବର ବୁଥରେ ଇଭିଏମ ତ୍ରୁଟି ଦେଖାଦେଇଛି । ଯେଉଁ କାରଣରୁ ମତଦାନ ମଧ୍ୟ ପ୍ରଭାବିତ ହୋଇଛି ।

ସେହିପରି ସକାଳେ ପୁରୀ ଏସପି ପିପିଲିରେ ଭୋଟ କେନ୍ଦ୍ର ବୁଲି ସ୍ଥିତି ସମୀକ୍ଷା କରିଛନ୍ତି । ମତଦାନ ପ୍ରକ୍ରିୟା ସ୍ବାଭାବିକ ଚାଲିଛି । ଉତ୍ତେଜନାପ୍ରବଣ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଏସଏଫ ଯବାନ ମୁତୟନ ହୋଇଛନ୍ତି । ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି ବୋଲି ଏସପି ସୂଚନା ଦେଇଛନ୍ତି ।

ଅନ୍ୟପଟେ ପାଣିଦୋଳ କଣ୍ଟିର ୧୩୩(A) ବୁଥରେ ମତଦାନ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ । ସେ ସପରିବାର ସହ ଭୋଟ ଦେଇଛନ୍ତି ଏବଂ ଅଧିକରୁ ଅଧିକ ମତଦାନ ପାଇଁ ଅନୁରୋଧ କରିଛନ୍ତି । ରୁଦ୍ରଙ୍କ ପରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ମଧ୍ୟ ଭୋଟ୍ ଦେଇଛନ୍ତି । କଡା ସୁରକ୍ଷା ମଧ୍ୟରେ ବିଭିନ୍ନ ମତଦାନ କେନ୍ଦ୍ରରେ ମତସାବ୍ୟସ୍ତ କରୁଛନ୍ତି ପିପିଲିବାସୀ ।

ଉଲ୍ଲେଖଯୋଗ୍ୟ, ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶାନୁଯାୟୀ, କଟକଣା ମଧ୍ୟରେ ସମ୍ପୂର୍ଣ୍ଣ ଭୋଟିଂ ପ୍ରକ୍ରିୟା ଜାରି ରହିଛି । ଉପ ନିର୍ବାଚନ ନିମନ୍ତେ ପ୍ରାୟ ୨ ହଜାର ପୋଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି ଏବଂ ୫୦୦ଟି ଗାଡି ମୁତୟନ କରାଯାଇଛି । ପ୍ରାୟ ୭୦ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି । ସେହିଭଳି ୧୯୮୩ ସୁରକ୍ଷାକର୍ମୀ ମୁତୟନ ସହ ୩୨ଟି ମୋବାଇଲ ଟିମ୍ ନିୟୋଜିତ ରହିଛନ୍ତି ।

ପିପିଲି ଉପନିର୍ବାଚନର ମତଦାନ ନିମନ୍ତେ ଦିବ୍ୟାଙ୍କ ଭୋଟରମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବୁଥ ଅର୍ଥାତ୍ ୩୪୮ଟିରେ ହ୍ବିଲ ଚେୟାର ଓ ରାମ୍ପ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଘରୁ ଓ ବୁଥକୁ ନେବା ଆଣିବା କରିବା ପାଇଁ ସ୍ବତନ୍ତ୍ର ବାହାନ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଡେଲାଙ୍ଗ ବ୍ଲକରେ ୭୧ ଏବଂ ପିପିଲି ବ୍ଲକରେ ୨୮ଟି ଗାଡି ନେବା ଆଣିବା ପାଇଁ ରଖାଯାଇଛି । ସେମାନଙ୍କୁ ସହଯୋଗ କରିବାକୁ ଜାତୀୟ ସେବା ସଂସ୍ଥା, ନେହେରୁ ଯୁବ କେନ୍ଦ୍ର, ସ୍ବୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ବେସରକାରୀ ସଂସ୍ଥାର ସେଚ୍ଛାସେବୀ ନିୟୋଜିତ ଅଛନ୍ତି ।

ଲୋକମାନେ ଭୋଟ ପରିଚୟପତ୍ର ସମେତ ଅନ୍ୟ ୧୧ଟି ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ୍ ଦେଉଛନ୍ତି । ଭୋଟରଙ୍କ ମଧ୍ୟରେ ମଧ୍ୟ ଏହି ଉପନିର୍ବାଚନକୁ ନେଇ ଖୁବ୍ ଉତ୍କଣ୍ଠା ଦେଖାଯାଇଛି । ଲୋକମାନେ ନିଜ ଭୋଟ ଦେବାର ଅଧିକାର ସାବ୍ୟସ୍ତ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ନିଜ ପ୍ରିୟ ପ୍ରାର୍ଥୀଙ୍କ ମନୋନୟନ କରିବାକୁ ଅପିଲ କରିଛନ୍ତି । ତେବେ କିଏ ଜିତିବ ପିପିଲି ବାଜି ? ଆସନ୍ତା ୩ ତାରିଖରେ ସମସ୍ତ କଳ୍ପନାଜଳ୍ପନା ଉପରେ ପଡିବ ପୂର୍ଣ୍ଣଚ୍ଛେଦ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.