ETV Bharat / state

ଖାମଖିଆଲ ଜିଲ୍ଲା ପ୍ରଶାସନ, ଜନସଂଖ୍ୟା ଠାରୁ ଭୋଟରଙ୍କ ସଂଖ୍ୟା ଅଧିକ - GP

ପୁରୀ ଜିଲ୍ଲାର ଏକ ଗ୍ରାମପଞ୍ଚାୟତର ଭୋଟର ସଂଖ୍ୟାର ପରିସଂଖ୍ୟନ ରିପୋର୍ଟ ପଦାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ନିର୍ବାଚନକୁ ନେଇ କେତେ ସଜାଗ କେତେ ସତର୍କ ତାହା ଜଣାପଡିଛି । ଜିଲ୍ଲାର ଗୋପୀନାଥପୁର ଗ୍ରାମ ପଞ୍ଚାୟତରେ ଯେତିକି ଜନ ସଂଖ୍ୟା ରହିଛି ତାହା ଠାରୁ 15 ସହ ଅଧିକ ଭୋଟର ରହିଛନ୍ତି । ସୂଚନା ଅଧିକାର ଆଇନ ମାଧ୍ୟମରେ ଏହି ସୂଚନା ବିବରଣୀ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Mar 7, 2019, 12:40 PM IST

ପୁରୀ: ଅଗାମୀ ନିର୍ବାଚନକୁ ନେଇ ପ୍ରଶାସନିକ ସ୍ତରରେ ଚାଲିଛି ଜୋରଦାର ପ୍ରସ୍ତୁତି । ପ୍ରସ୍ତୁତି କେତେ ଗତିଶୀଳ ଆଉ କେତେ ସୁବ୍ୟବସ୍ଥିତ ତାର ପ୍ରମାଣ ମିଳିଛି ପୁରୀ ଜିଲ୍ଲାର ଏକ ଗ୍ରାମପଞ୍ଚାୟତର ଭୋଟର ସଂଖ୍ୟାର ପରିସଂଖ୍ୟନ ରିପୋର୍ଟ ପଦାକୁ ଆସିବା ପରେ । ଜିଲ୍ଲା ପ୍ରଶାସନ ନିର୍ବାଚନକୁ ନେଇ କେତେ ସଜାଗ କେତେ ସତର୍କ ତାହା ଜଣାପଡିଛି । ଜିଲ୍ଲାର ଗୋପୀନାଥପୁର ଗ୍ରାମ ପଞ୍ଚାୟତରେ ଯେତିକି ଜନ ସଂଖ୍ୟା ରହିଛି ତାହା ଠାରୁ 15 ସହ ଅଧିକ ଭୋଟର ରହିଛନ୍ତି । ସୂଚନା ଅଧିକାର ଆଇନ ମାଧ୍ୟମରେ ଏହି ସୂଚନା ବିବରଣୀ ମିଳିଛି । ଜନସଂଖ୍ୟାଠାରୁ ଭୋଟର ଅଧିକା, ଏମିତି କେମିତି ସମ୍ଭବ ବୋଲି ବିଭିନ୍ନ ମହଲରେ ଜିଲ୍ଲା ପ୍ରଶାସନର ଖାମଖିଆଲ ତଥା ବେପରୁଆ ଢଙ୍ଗକୁ ନେଇ ତୀବ୍ର ପ୍ରତିକ୍ରିୟା ପଦାରେ ପଡିଛି ।

ମିଳିଥିବା ସୂଚନା ଅନୁସାରେ ଗୋପୀନାଥପୁର ପଞ୍ଚୟତରେ ଥିବା ଜନସଂଖ୍ୟା ଠାରୁ ଭୋଟର ସଂଖ୍ୟା 1515 ଅଧିକ ରହିଛି । ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବା ବେଳେ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ସୂଚନା ଅଧିକାର ମାଧ୍ୟମରେ ହସ୍ତଗତ ହୋଇଛି । 2011 ଜନଗଣନା ତଥ୍ୟ କହୁଛି ଗୋପୀନାଥପୁର ପଞ୍ଚାୟତରେ 4040 ହେଉଛି ଜନସଂଖ୍ୟା । ହେଲେ ଏବେ ମିଳିଥିବା ରିପୋର୍ଟରେ ଏହାର ଭୋଟର ସଂଖ୍ୟା ହେଉଛି 5555, ଯାହା କି ସମସ୍ତଙ୍କୁ ଚକିତ କରିଛି । ଏହି ରିପୋର୍ଟ ତଥ୍ୟ ଆସିବା ପରେ ପୁରୀ ଜିଲ୍ଲା ପ୍ରଶାସନର ତ୍ରୁଟି ପଦାକୁ ଆସିଛି । ତେବେ ପଞ୍ଚାୟତ ପୁନର୍ଗଠନ ବେଳେ ପ୍ରଶାସନର ତ୍ରୁଟି ଯୋଗୁ ଏଭଳି ବିଚିତ୍ର ସ୍ଥିତି ଉପୁଜିଥିବା ଗୋପୀନାଥପୁର ସରପଞ୍ଚ କହିଛନ୍ତି ।

undefined
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହି ତ୍ରୁଟି ବିଷୟରେ ପୁରୀ ସଦର ବିଡ଼ିଓଙ୍କ ସୂଚନା ଅନୁଯାୟୀ ଗୋପୀନାଥପୁର ପଞ୍ଚାୟତରେ ନିକଟସ୍ଥ ଗ୍ରାମ ଖଣ୍ଡିଆବନ୍ଧର ବାସିନ୍ଦା ଭୋଟ ଦିଅନ୍ତି । ହେଲେ ଖଣ୍ଡିଆବନ୍ଧ ଗ୍ରାମବାସୀ ଗୋପୀନାଥପୁର ଗ୍ରାମ ପଞ୍ଚାୟତର ଜନସଂଖ୍ୟା ତାଲିକାରେ ସାମିଲ ନାହାନ୍ତି । ଏହି ଗ୍ରାମର ଜନସଂଖ୍ୟା ସମଙ୍ଗ ପଞ୍ଚାୟତର ଯାଉଛି । ତେବେ ବଡ଼ ପ୍ରଶ୍ନ ଗୋଟିଏ ପଞ୍ଚାୟତ ଭିତରେ ଥିବା ଗ୍ରାମବାସୀ କେମିତି ଅନ୍ୟ ପଞ୍ଚୟତରେ ଭୋଟର ଅଛନ୍ତି । ଯେଉଁ ସମୟରେ ଭୋଟ ଦେଉଥିବା ଗ୍ରାମବାସୀ ଉକ୍ତ ପଞ୍ଚାୟତ ଜନସଂଖ୍ୟା ତାଲିକାରେ ସାମିଲ ନାହା୍ଁନ୍ତି ।

ଏଭଳି ବିଚିତ୍ର ପ୍ରଶାସନିକ ତ୍ରୁଟି ଯୋଗୁ ଅନେକ ସରକାରୀ ଯୋଜନାରୁ ଗୋପୀନାଥପୁର ପଞ୍ଚାୟତବାସୀ ବଞ୍ଚିତ ହେଉଛନ୍ତି । ତୁରନ୍ତ ଖାଣ୍ଡିଆବନ୍ଧ ଗ୍ରାମକୁ ସମଙ୍ଗ ପଞ୍ଚାୟତ ଭୋଟର ତାଲିକାରେ ସାମିଲ କରିବାକୁ ଗୋପୀନାଥପୁର ଅଧିବାସୀ ଦାବି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Slug,, votor census, pkg, Puri,6.3.19

Anchor,,ଅଗାମୀ ନିର୍ବାଚନ କୁ ନେଇ ପ୍ରଶାସନିକ ସ୍ତରରେ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ ପୁରୀ ଜିଲ୍ଲାରେ ଏକ ବିଚିତ୍ର ତଥ୍ୟ ପଦାକୁ ଆସିଛି । ଗୋଟିଏ ଗ୍ରାମ ପଞ୍ଚାୟତ ରେ ଯେତିକି ଜନ ସଂଖ୍ୟା ରହିଛି ତାହା ଠାରୁ 15 ସହ ଅଧିକ ଭୋଟର ରହିଛନ୍ତି। ଯାହାକି ସୂଚନା ଅଧିକାର ମାଧ୍ୟମ ରେ ଜଣାପଡିଛି। ତେବେ ଜନ ସଂଖ୍ୟା ଠାରୁ ଭୋଟର ସଂଖ୍ୟା କିପରି ଅଧିକ ହେଲା ତାକୁ ନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଥିବା ବେଳେ ପୁରୀ ଜିଲା ପ୍ରଶାସନ ର ବରିଷ୍ଠ ଅଧିକାରୀ ଙ୍କ ତ୍ରୁଟି କୁ ନେଇ ଏବେ ବିଭିନ୍ନ ମହଲରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Vo1,, ପୁରୀ ସଦର ବ୍ଲକ ର ଗୋପୀନାଥପୁର ପଂଚାୟତ। ଏବେ ଏହି ପଂଚାୟତ କୁ ନେଇ  ସାରା ଜିଲାରେ ଚର୍ଚ୍ଚା। କାରଣ ଏହି ପଞ୍ଚୟତ ରେ ଥିବା ଜନ ସଂଖ୍ୟା ଠାରୁ ଭୋଟର ସଂଖ୍ୟା 15 ସହ 15  ଅଧିକ ରହିଛି। ଯାହାକୁ ନେଇ ସବୁଆଡେ ଚର୍ଚା। ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବା ବେଳେ ଏହି ଆଶ୍ଚର୍ଯ୍ୟ ଜନକ ତଥ୍ୟ ସୂଚନା ଅଧିକାର ମାଧ୍ୟମ ରେ ହସ୍ତ ଗତ ହୋଇଛି । ସୂଚନା ଅନୁସାରେ 2011 ଜନ ଗଣନା ତଥ୍ୟ କହୁଛି ଗୋପୀନାଥପୁର ପଂଚାୟତ ରେ 4ହଜାର 40 ହେଉଛି ଜନ ସଂଖ୍ୟା। ହେଲେ ଏହାର ଭୋଟର ସଂଖ୍ୟା ହେଉଛି 5 ହଜାର 5 ସହ 55। ଯାହା କି ଏବେ ସମସ୍ତଙ୍କୁ ଚକିତ କରିଛି। ନିର୍ବାଚନ ପ୍ରସ୍ତୁତି ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଜୋର ଦାର ପ୍ରସ୍ତୁତି କରୁଥିବା ବେଳେ ଗୋପୀନାଥପୁର ପଂଚାୟତ ର ଭୋଟର ତଥ୍ୟ ଆସିବା ପରେ ପୁରୀ ଜିଲ୍ଲା ପ୍ରଶାସନ ର ତ୍ରୁଟି ପଦାକୁ ଆସିଛି। ତେବେ ପଂଚାୟତ ପୁନର୍ଗଠନ ବେଳେ ପ୍ରଶାସନ ର ତ୍ରୁଟି ଯୋଗୁ ଏଭଳି ବିଚିତ୍ର ସ୍ଥିତି ଉପୁଜିଥିବା ଗୋପୀନାଥପୁର ସରପଞ୍ଚ କହିଛନ୍ତି।

ବାଇଟ ,,1,, ଚିନ୍ମୟ ଦାସ , ସୂଚନା ଅଧିକାର କର୍ମୀ
ବାଇଟ,, 2,, ରାଜ କିଶୋର ରାଉତ , ସରପଞ୍ଚ , ଗୋପୀନାଥପୁର ପଂଚାୟତ

Vo2,, ପୁରୀ ସଦର ବିଡ଼ିଓ ଙ୍କ  ସୂଚନା ଅନୁଯାୟୀ ଗୋପୀନାଥପୁର ପଂଚାୟତ ରେ ନିକଟସ୍ଥ ଗ୍ରାମ ଖଣ୍ଡିଆବନ୍ଧ ର ବାସିନ୍ଦା ଭୋଟ ଦିଅନ୍ତି। ହେଲେ ଖଣ୍ଡିଆବନ୍ଧ ଗ୍ରାମ ବାସି ଗୋବିନାଥପୁର ଗ୍ରାମ ପଞ୍ଚାୟତ ର ଜନ ସଂଖ୍ୟା ରେ ସାମିଲ ନାହାନ୍ତି। ଏହି ଗ୍ରାମ ଟି  ର ଜନ ସଂଖ୍ୟା ସମଙ୍ଗ ପଂଚାୟତ ଭିତରେ ଯାଉଛି। ତେବେ  ବଡ଼ ପ୍ରଶ୍ନ ଗୋଟିଏ ପଂଚାୟତ ଭିତରେ ଥିବା ଗ୍ରାମ ବାସୀ କେମିତି ଅନ୍ୟ ପଞ୍ଚୟତ ରେ ଭୋଟର ଅଛନ୍ତି। ଯେତେ ବେଳେକି ଭୋଟ ଦେଉ ଥିବା ଗ୍ରାମ ବାସୀ ଉକ୍ତ ପଞ୍ଚୟତ ଜନ ସଂଖ୍ୟା ରେ  ସାମିଲ ନାହାନ୍ତି। 

ବାଇଟ ,,3,, ରବି ନାରାୟଣ ବାରିକ ,, ବିଡ଼ିଓ , ପୁରୀ ସଦର ବ୍ଲକ

Fvo,, ଏଭଳି ବିଚିତ୍ର ପ୍ରଶାସନିକ ତ୍ରୁଟି ଯୋଗୁ ଅନେକ ସରକାରୀ ଯୋଜନା ରୁ ଗୋପୀନାଥପୁର ପଂଚାୟତ ବାସି ବଂଚିତ ହେଉଛନ୍ତି। ତେବେ ତୁରନ୍ତ ଖାଣ୍ଡିଆବନ୍ଧ ଗ୍ରାମ କୁ ସମଙ୍ଗ ପଂଚୟତ ର ଭୋଟର ତାଲିକାରେ ସାମିଲ କରିବାକୁ  ଗୋପୀନାଥପୁର ବାସୀ ଦାବି କରିଛନ୍ତି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଭିଜୁଆଲ ବାଇଟ ଯାଇଛି। ମେଲ ରେ rti ଡାଟା କପି ଆଟାଜ ଯାଇଛି

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.