ETV Bharat / state

ବିପଦପୂର୍ଣ୍ଣ ଅବସ୍ଥାରେ ଥଣ୍ଡା ରାତିରେ ନଦୀରେ ବାସନ ମାଜିଲେ ଛାତ୍ର, ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି - ବାସନ ମାଜିଲେ ଛାତ୍ର

viral video of students: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଛାତ୍ରମାନେ ନଦୀରେ ବାସନ ମାଜୁଥିବାର ଦୃଶ୍ୟ । ଜିଲ୍ଲା ଶିକ୍ଷାଧିକାରୀ ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅଭିଭାବକ । ଅଧିକ ପଢନ୍ତୁ

viral video of students
ବିଜ୍ଞାନମେଳା ପରେ ବାସନ ମାଜିଲେ
author img

By ETV Bharat Odisha Team

Published : Dec 13, 2023, 9:31 PM IST

ବିଜ୍ଞାନମେଳା ପରେ ବାସନ ମାଜିଲେ

ପୁରୀ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଛାତ୍ରମାନେ ନଦୀରେ ବାସନ ମାଜୁଥିବାର ଦୃଶ୍ୟ । ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହୋଇଛି । ସୂଚନା ଅନୁସାରେ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ବିଦ୍ୟାଳୟ ଛାତ୍ରମାନେ ନଦୀରେ ବାସନ ମାଜୁଥିବାର ଦୃଶ୍ୟ । ରାତିରେ ପୁରୀ କଣାସ ଦୟା ନଦୀରେ ପିଲାମାନେ ବାସନ ମାଜୁଥିବାର ଭିଜୁଆଲ ସାମନାକୁ ଆସିବା ପରେ ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ପିଲାମାନେ ବାସନ ମାଜୁଥିବାବେଳେ ଶିକ୍ଷକ ବନ୍ଧ ଉପରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଭାଇରଲ ହେଉଥିବା ଭିଜୁଆଲ ଗତକାଲି(ମଙ୍ଗଳବାର) ରାତିର ବୋଲି ଜଣାପଡିଛି ।

ଶୀତ କାକର ତଥା ଅନ୍ଧାର ରାତିରେ କୁନି କୁନି ସ୍କୁଲ ପିଲା ମାନେ ବାସନ ମାଜିବା ଘଟଣା ଏବେ ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ପାଲଟିଛି । ସୂଚନା ଅନୁସାରେ, ଗତକାଲି(ମଙ୍ଗଳବାର) କଣାସ ନୀଳାଚଳ ସେବା ପ୍ରତିଷ୍ଠାନରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଭୋଜି ଭାତର ଆୟୋଜନ କରାଯାଇଥିଲା । ଭାଇରଲ ହେଉଥିବା ଭିଜୁଆଲ ରାତି ପ୍ରାୟ 11ଟା ସମୟର ବୋଲି କୁହାଯାଉଛି । ତେବେ ପିଲାମାନେ ଦୟା ନଦୀରେ ଶିକ୍ଷକଙ୍କ ଉପସ୍ଥିତିରେ ବାସନ ମାଜୁଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ହୋଇଥିବା ଭୋଜି ଭାତର ବଡ଼ ବଡ଼ ହଣ୍ଡା ଡିଶ୍ ସବୁ କୁନି କୁନି ପିଲାଙ୍କ ହାତରେ ଦୟା ନଦୀ କୂଳକୁ ବୁହାଇ ନେବା ଓ ବିପଦ ପୂର୍ଣ୍ଣ ଅବସ୍ଥାରେ ରାତି ଅଧରେ ବାସନ ମଜାଇବା କେତେ ଦୂର ଯଥାର୍ଥ ବୋଲି ପ୍ରଶ୍ନ ଉଠିଛି। ଏହି ଘଟଣାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ଏହା ବି ପଢନ୍ତୁ...ଲୋକଙ୍କୁ ଧର୍ମ ପରିବର୍ତ୍ତନ କରାଉଛନ୍ତି ଶିକ୍ଷକ, ଭିଡିଓ ଭାଇରାଲ

ଏହା ବି ପଢନ୍ତୁ...ଶିକ୍ଷକ ସାଜିଲେ ଭକ୍ଷକ, ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ବେସରକାରୀ ବିଦ୍ୟାଳୟ ଭଳି ସରକାରୀ ବିଦ୍ୟାଳୟରେ ସରକାର ଅନେକ ସୁବିଧା ସୁଯୋଗ ଯୋଗାଇ ଦେଉଥିବାବେଳେ ସରକାରୀ ବିଦ୍ୟାଳୟର ଏଭଳି ଦୃଶ୍ୟ ଅନେକଙ୍କୁ ବ୍ୟଥିତ କରିଛି । ସକାଳେ ନୀଳାଚଳ ସେବା ପ୍ରତିଷ୍ଠାନରେ ଆୟୋଜିତ ଏହି ବିଜ୍ଞାନ ମେଳାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ଉପସ୍ଥିତ ଥିବାବେଳେ ରାତିରେ ଏଭଳି ଘଟଣା ନଜରୁ ଆସିଛି। ତେବେ ଏହି ଘଟଣା ଜଣାପଡିବା ପରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.