ETV Bharat / state

ପ୍ରଭାବଶାଳୀଙ୍କ ହାତରେ ଜଙ୍ଗଲ, ବନ ବିଭାଗକୁ ଗ୍ରାମବାସୀଙ୍କ ଚେତାବନୀ - ପୁରୀରେ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା ନେଇ ଗ୍ରାମବାସୀଙ୍କ ଚେତାବନୀ

ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା ନେଇ ତାତିଲେ ଗ୍ରାମବାସୀ। ଜଙ୍ଗଲ ସୁରକ୍ଷା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନ ନେଲେ ଆନ୍ଦୋଳନ ହେବ ବୋଲି ପୁରୀ ଜିଲ୍ଲା ଲିଆଖିଆ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଅଧିକ ପଢ଼ନ୍ତୁ

Villagers warn of protest for forest protection in puri
ପ୍ରଭାବଶାଳୀଙ୍କ ହାତରେ ଜଙ୍ଗଲ, ବନ ବିଭାଗକୁ ଗ୍ରାମବାସୀଙ୍କ ଚେତାବନୀ
author img

By

Published : Mar 30, 2022, 12:28 PM IST

ପୁରୀ: ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା ନେଇ ତାତିଲେ ଗ୍ରାମବାସୀ। ପ୍ରଭାବଶାଳୀ ବ୍ୟକ୍ତିଙ୍କ କବଜାରେ ଗ୍ରାମ୍ୟ ଜଙ୍ଗଲ ଥିବାରୁ ମନଇଚ୍ଛା ଲୁଟ ହେଉଥିବା ଅଭିଯୋଗ ହୋଇଛି। ଏ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନ ନେଲେ ଆନ୍ଦୋଳନ ହେବ ବୋଲି ପୁରୀ ଜିଲ୍ଲା ଲିଆଖିଆ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ପ୍ରଭାବଶାଳୀଙ୍କ ହାତରେ ଜଙ୍ଗଲ, ବନ ବିଭାଗକୁ ଗ୍ରାମବାସୀଙ୍କ ଚେତାବନୀ

ପୁରୀ ଜିଲ୍ଲା ଗୋପ ବ୍ଳକ ଲିଆଖିଆ ଗ୍ରାମ୍ୟ ଜଙ୍ଗଲ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅଧିନରେ ଥିବାରୁ ଜଙ୍ଗଲରୁ ଲୁଟ ହେଉଛି ଅନେକ ଜଙ୍ଗଲ ଜାତ ଦ୍ରବ୍ୟ । ହେଲେ ପୁରୀ ଜିଲ୍ଲା ବନ ଖଣ୍ଡ ଅଧିକାରୀ ଏହାର ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରିଛନ୍ତି ଲିଆଖିଆ ଗ୍ରାମବାସୀ । ଜଙ୍ଗଲର ସୁରକ୍ଷା ପାଇଁ ବନ ସୁରକ୍ଷା ସମିତି ଗଠନ ଦାବି ନେଇ ବାରମ୍ବାର ପୁରୀ ଜିଲ୍ଲା ଡିଏଫଓଙ୍କୁ ଅବଗତ କରାଯାଇ ଥିଲା। ମାତ୍ର ଡିଏଫଓ କୌଣସି ପଦକ୍ଷେପ ନେଉ ନାହାଁନ୍ତି ।

ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା ପାଇଁ ଗ୍ରାମ୍ୟ ବନ ସୁରକ୍ଷା ସମିତି ଗଠନ ନିୟମ ଥିବା ବେଳେ ଏହି ନିୟମ ଉଲଘଂନ ହୋଇଥିବା କହିଛନ୍ତି ଗ୍ରାମବାସୀ। ତେବେ ତୁରନ୍ତ ପୁରୀ ଜିଲ୍ଲା ବନଖଣ୍ଡ ଅଧିକାରୀ ଏ ଦିଗରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଲିଆଖିଆ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଏକ ସାମ୍ବାଦିକ ସମିଳନୀ ଜରିଆରେ ଚେତାବନୀ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.