ETV Bharat / state

ମାଣିକପାଟଣା ପୀଠରେ ଜମୁଛି ଭାବକୁଣ୍ଡଳେଶ୍ଵର ମହୋତ୍ସବ - Vaba kundelswar Mahotsav 2022

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବ୍ରହ୍ମଗିରି ମାଣିକପାଟଣା ପୀଠରେ ଜମୁଛି ଭାବକୁଣ୍ଡଳେଶ୍ଵର ମହୋତ୍ସବ । ଅଧିକ ପଢ଼ନ୍ତୁ

ମାଣିକପାଟଣା ପୀଠରେ ଜମୁଛି ଭାବକୁଣ୍ଡଳେଶ୍ଵର ମହୋତ୍ସବ

author img

By

Published : Nov 8, 2022, 11:43 AM IST

ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବ୍ରହ୍ମଗିରି ମାଣିକପାଟଣା ପୀଠରେ ଜମୁଛି ଭାବକୁଣ୍ଡଳେଶ୍ଵର ମହୋତ୍ସବ (Vaba kundelswar Mahotsav ) । ଶଙ୍ଖ, ହୁଳହୁଳରି କମ୍ପୁଛି ମାଣିକପାଟଣା ପୀଠ । ବାଜା, ଢୋଲ ଓ ସଙ୍କୀର୍ତ୍ତନରେ ଉଛୁଳୁଛି ବ୍ରହ୍ମଗିରି ମାଣିକପାଟଣା ପୀଠରେ ଚାଲିଥିବା ଭାବକୁଣ୍ଡଳେଶ୍ଵର ମହୋତ୍ସବ । ମହିଳା, ପୁରୁଷ ମିଳିତ ହୋଇ ଏକାଠି ଭକ୍ତିର ସହ ପାଳନ କରୁଛନ୍ତି ଭାବକୁଣ୍ଡଳେଶ୍ଵର ମହୋତ୍ସବ । ସକାଳୁ ଆରମ୍ଭ ହୋଇଥିବା ମହୋତ୍ସବରେ ପ୍ରସାଦ ସେବନର ଆୟୋଜନ ବି କରାଯାଇଛି ।

ମାଣିକପାଟଣା ପୀଠରେ ଜମୁଛି ଭାବକୁଣ୍ଡଳେଶ୍ଵର ମହୋତ୍ସବ

ଉତ୍ସବରେ କମିଟିର ମୁଖ୍ୟ ଉପଦେଷ୍ଟା ଅଶୋକ କୁମାର ଜେନା ସମ୍ପାଦକ ରାମଚନ୍ଦ୍ର ଜେନା, କମିଟିର ସଦସ୍ୟ ଅମର ସାହୁ, ଦାସରଥୀ ମହାରଣା, ଅଶୋକ ସାହୁ, ବନମାଳୀ ଦଳାଇ, ଅଭିମନ୍ୟୁ ଦାସ, ଇନ୍ଦ୍ରମଣୀ ପ୍ରଧାନ, ଭାସ୍କର ପ୍ରଧାନ, ରାମଚନ୍ଦ୍ର ବେହେରା, ଦିଜବର ପ୍ରଧାନ, ଦେବେନ୍ଦ୍ର ଦଳାଇ, ସଦାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର କାଞ୍ଚ ଅଭିଯାନରେ ଯିବା ସମୟରେ ତାଙ୍କୁ ଶୋଷ ଲାଗିବାରୁ ଦୁଇ ଭାଇ ମାଣିକ ପାଟଣାଠାରେ ଗୌଡୁଣୀ ଠାରୁ ଦହି ଖାଇଥିଲେ । ଗୌଡୁଣୀ ପଇସା ମାଗିବାରୁ ଦୁଇ ଭାଇ ଜଗନ୍ନାଥ ଓ ବଳଭଦ୍ର ନିଜ ଆଙ୍ଗୁଠିରୁ ରତ୍ନ ମୁଦି କାଢି ମାଣିକ ହାତକୁ ଦେଇଥିଲେ ।

ମାଣିକ ଭାବବିହୋଳ ହେଇ ରତ୍ନ ମୁଦିକୁ ହାତରେ ଧରି ବାଲୁକାରେ କୁଣ୍ଡଳ ସ୍ଥାପନ କରିଥିଲେ। ସେହି ଦିନ ଠାରୁ ଏହି ସ୍ଥାନ ମାଣିକର ଭାବବିହ୍ବଳରେ ଭାବକୁଣ୍ଡଳେଶ୍ଵର ନାମରେ ନାମିତ ହୋଇଯାଇଥିଲା । ଏ ସମ୍ପର୍କରେ ମାଣିକପାଟଣା ସାଂସ୍କୃତିକ ପରିଷଦ ସଭାପତି ବନମାଳୀ ଜେନା କହିଛନ୍ତି, ''ମାଣିକ ପାଟଣା ଅନେକ ଐତିହିକର ମୁକସାକ୍ଷୀ । ଏହାର ସମସ୍ତ ସ୍ମୃତିକୁ ସାଇତି ରଖିବା ପାଇଁ ଆମର ଏ ପ୍ରଚେଷ୍ଟା ।

ଆଜି ଏ ଯେଉଁ କୁଣ୍ଡଳ ମହୋତ୍ସବ ପାଳିତ ହେଉଛି ତାହା ଆଡିକୁ ୩ ବର୍ଷ ହେବ ପାଳିତ ହୋଇ ଆସୁଛି । ଯେତେବେଳେ ରାମ ଚନ୍ଦ୍ର ଆସିଥିଲେ ତାଙ୍କର ବନବାସ ସମୟରେ ଏଠାରେ ସେ ଶିବଙ୍କୁ ପୂଜା କରିବା ଉଦ୍ଦେଶ୍ୟରେ ଭାବରେ ବିହୋଳ ହୋଇଯାଇଥିଲେ । ଶିବଙ୍କ ସତ୍ତାଲାଭ କରିବା ପାଇଁ ଏଠାରେ ସେ ଏକ କୁଣ୍ଡଳ ରଖିଥିବାରୁ ଏହି ସ୍ଥାନର ନାଁ ଭାବକୁଣ୍ଡଳେଶ୍ଵର ନାମରେ ପରିଚିତ ହୋଇଛି । ଏଠାରେ ବହୁ ଐତିହ୍ୟ ରହିଅଛି । ଏହି ଐତିହ୍ୟ ପରମ୍ପରାକୁ ଏଠାରେ ବଜାୟ ରଖିବା ପାଇଁ ଏହି ମହୋତ୍ସବ ପାଳନ ହେଉଛି ।''

ଇଟିଭି ଭାରତ, ବ୍ରହ୍ମଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.