ETV Bharat / state

ଦଳୀୟ ପ୍ରାର୍ଥୀ ଆଶ୍ରିତଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଆଜି (ଶନିବାର) ଧର୍ମେନ୍ଦ୍ର ପିପିଲି ପୁବା ଶାସନ, ଲକ୍ଷ୍ମୀ ନାରାୟଣପୁର, ଗୋବିନ୍ଦପୁର, ଜଗନ୍ନାଥପୁରକୁ ମିଶାଇ ପିପିଲି ଓ ଡେଲାଙ୍ଗର 17ଟି ପଞ୍ଚାୟତରେ ମାରାଥନ ପ୍ରଚାର କରିଛନ୍ତି । ଏହି ପ୍ରଚାରରେ ବରିଷ୍ଠ ବିଜେପି ନେତା ଓ ଦଳୀୟ କର୍ମୀ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ...

author img

By

Published : Sep 25, 2021, 7:19 PM IST

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପିପିଲି/ପୁରୀ: ପିପିଲି ଦଖଲ ପାଇଁ ଜୋରଦାର ହେଲା ଲଢେଇ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ପ୍ରଚାର ଆଜି ଷଷ୍ଠ ଦିନରେ ପହଞ୍ଚିଛି । ଆଉ ୨ ଦିନ ପ୍ରଚାର ଥିବାବେଳେ ଆଜି ନିଜେ ଖୋଦ ଧର୍ମେନ୍ଦ୍ର ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିଛନ୍ତି ।

ଦଳୀୟ ପ୍ରାର୍ଥୀ ଆଶ୍ରିତଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଆଜି (ଶନିବାର) ଧର୍ମେନ୍ଦ୍ର ପିପିଲି ପୁବା ଶାସନ, ଲକ୍ଷ୍ମୀ ନାରାୟଣ ପୁର, ଗୋବିନ୍ଦପୁର , ଜଗନ୍ନାଥପୁରକୁ ମିଶାଇ ପିପିଲି ଓ ଡେଲାଙ୍ଗର 17ଟି ପଞ୍ଚାୟତରେ ମାରାଥନ ପ୍ରଚାର କରିଛନ୍ତି । ଏହି ପ୍ରଚାରରେ ବରିଷ୍ଠ ବିଜେପି ନେତା ଓ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

ପ୍ରଚାରବେଳେ ବିଜେପି ମୁଖ୍ୟତଃ ଆବାସ ଦୁର୍ନୀତି, ଫନି ବାତ୍ୟା ପରବର୍ତ୍ତୀ ସହାୟତାରେ ଦୁର୍ନୀତି, କୃଷକଙ୍କ ସମସ୍ୟା ପିପିଲି ନିର୍ବାଚନ ମଣ୍ଡଳୀର ବିକାଶ ନେଇ ରାଜ୍ୟ ସରକାରଙ୍କ ଅବହେଳାକୁ ପ୍ରସଙ୍ଗ କରିଛି । ସେହି ପ୍ରସଙ୍ଗ ଧରି ଆଜି ଧର୍ମେନ୍ଦ୍ର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ପିପିଲିବାସୀ ନିଶ୍ଚିତ ସୁ-ଶାସନ ପାଇଁ ବିଜେପିକୁ ଭୋଟ ଦେଇ ପରିବର୍ତ୍ତନର ମଞ୍ଜି ପୋତିବେ ବୋଲି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.