ETV Bharat / state

ପୁରୀ କେନ୍ଦ୍ରୀୟ ସଂସ୍କୃତ ସଦାଶିବ ବିଶ୍ଵବିଦ୍ୟାଳୟର ହେବ ନବକଳେବର

author img

By ETV Bharat Odisha Team

Published : Nov 18, 2023, 10:30 PM IST

ସଦାଶିବ ସଂସ୍କୃତ ବିଶ୍ବବିଦ୍ୟାଳୟକୁ ଏକ ସ୍ବତନ୍ତ୍ର ପରିଚୟ ଦେବା ପାଇଁ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କା ଆର୍ଥିକ ଅନୁଦାନ ଯୋଗାଇଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଯଜ୍ଞରେ ଆହୁତି ଦେବା ସହ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ୮ ମହଲା ବିଶିଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଭବନ, ପାଞ୍ଚମହଲା ବିଶିଷ୍ଟ ଓ ତିନିଶହ କ୍ଷମତା ସମ୍ପନ୍ନ ମହିଳା ଛାତ୍ରାବାସ ଓ ତିନିଶହ କ୍ଷମତା ସମ୍ପନ୍ନ ପୁରୁଷ ଛାତ୍ରାବାସ, ପାଞ୍ଚମହଲା ବିଶିଷ୍ଟ ଅତିଥି ଭବନର ଶିଳାନ୍ୟାସ କରିଥିଲେ ମନ୍ତ୍ରୀ । ଅଧିକ ପଢନ୍ତୁ

ପୁରୀ କେନ୍ଦ୍ରୀୟ ସଂସ୍କୃତ ସଦାଶିବ ବିଶ୍ଵବିଦ୍ୟାଳୟର ହେବ ନବକଳେବର
ପୁରୀ କେନ୍ଦ୍ରୀୟ ସଂସ୍କୃତ ସଦାଶିବ ବିଶ୍ଵବିଦ୍ୟାଳୟର ହେବ ନବକଳେବର
ପୁରୀ କେନ୍ଦ୍ରୀୟ ସଂସ୍କୃତ ସଦାଶିବ ବିଶ୍ଵବିଦ୍ୟାଳୟର ହେବ ନବକଳେବର

ପୁରୀ: ପୁରୀ କେନ୍ଦ୍ରୀୟ ସଂସ୍କୃତ ସଦାଶିବ ବିଶ୍ଵବିଦ୍ୟାଳୟର ହେବ ନବକଳେବର । ଶହେ କୋଟିର ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ସନ୍ଥ ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣକୁ ନେଇ ଆୟୋଜିତ ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ ଏହି ସଦାଶିବ ସଂସ୍କୃତ ବିଶ୍ଵବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ହେବା ନିହାତି ଆବଶ୍ୟକ । ସେ ନିଜେ ମଧ୍ୟ ଆଜି ଏହାର ଅନୁଧ୍ୟାନ କରିଛନ୍ତି । ହଜାରେ ବର୍ଷର ମନ୍ଦିର ରକ୍ଷଣାବେକ୍ଷଣ ଓ ମରାମତି ପ୍ରସଙ୍ଗରେ ଏଏସଆଇକୁ ଅଯଥା କାଠଗଡାକୁ ଆଣିବା ଉଚିତ ନୁହେଁ । ଏଏସଆଇ ଓ ରାଜ୍ୟ ସରକାରଙ୍କ ମଧ୍ୟରେ କିଛି ଦ୍ବନ୍ଦ୍ବ ରହିଯାଇଛି । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବେ । ନିୟମ ଅନୁଯାୟୀ ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ଗଣତି ହେବା ଆବଶ୍ୟକ ।

ଅଧିକ ପଢନ୍ତୁ- ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର; ରତ୍ନଭଣ୍ଡାର ଶୀଘ୍ର ଖୋଲାଯାଉ କହିଲେ

ପ୍ରଫେସର ହରେକୃଷ୍ଣ ଶତପଥୀଙ୍କ ଦ୍ବାରା ଅନୁବାଦିତ ଲକ୍ଷ୍ମୀ ପୁରାଣର ସଂସ୍କୃତ ସଙ୍କଳନ ଏହି ଅବସରରେ ମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା । ଓଡ଼ିଶାର ଲକ୍ଷ୍ମୀ ପୁରାଣ ଓଡ଼ିଆ ଜାତି କିଭଳି ମହିଳାଙ୍କୁ ସମ୍ମାନ ଦେଇଥାଏ ତାହାର ଏକ ସୁନ୍ଦର କଥା ବସ୍ତୁ । ଯାହାକି ସମୃଦ୍ଧ ଓଡ଼ିଆ ସମାଜର ପରିଚୟ । ଏଣୁ ଏହାକୁ ଆଗାମୀ ଦିନ ଏକାଧିକ ଭାଷାରେ ଅନୁବାଦ କରାଯାଇ କିଭଳି ପ୍ରସାର ହୋଇ ପାରିବ ସେ ନେଇ ପଦକ୍ଷେପ ନେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସଦାଶିବ ସଂସ୍କୃତ ବିଶ୍ବବିଦ୍ୟାଳୟକୁ ଏକ ସ୍ବତନ୍ତ୍ର ପରିଚୟ ଦେବା ପାଇଁ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କା ଆର୍ଥିକ ଅନୁଦାନ ଯୋଗାଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଯଜ୍ଞରେ ଆହୁତି ଦେବା ସହ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ୮ ମହଲା ବିଶିଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଭବନ, ପାଞ୍ଚମହଲା ବିଶିଷ୍ଟ ଓ ତିନିଶହ କ୍ଷମତା ସମ୍ପନ୍ନ ମହିଳା ଛାତ୍ରାବାସ ଓ ତିନିଶହ କ୍ଷମତା ସମ୍ପନ୍ନ ପୁରୁଷ ଛାତ୍ରାବାସ, ପାଞ୍ଚମହଲା ବିଶିଷ୍ଟ ଅତିଥି ଭବନର ଶିଳାନ୍ୟାସ କରିଥିଲେ ମନ୍ତ୍ରୀ । ଏଥିସହ ବାହାର ପ୍ରଦେଶରୁ ଆସୁଥିବା ବିଶ୍ବବିଦ୍ୟାଳୟ କର୍ମଚାରୀ ଓ ଅଧିକାରୀଙ୍କ ନିମନ୍ତେ ଷ୍ଟାଫ କ୍ବାଟର ପାଇଁ ମଧ୍ୟ ଶିଳାନ୍ୟାସ କରାଯାଇଥିଲା । ସଂସ୍କୃତ ଭାଷା ସବୁ ଭାଷାର ଜନନୀ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦେଶ ରେ ସମସ୍ତ ସଂସ୍କୃତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ନବୀକରଣ କରାଯାଉଛି। ସଂସ୍କୃତ ବିଦ୍ବାନ ମାନେ ସଂସ୍କୃତ ଭାଷାର ମର୍ଯ୍ୟାଦା ରଖିବା ସହ ପ୍ରତ୍ୟେକ ଜୀବନରେ ଅନୁଭବ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିଜ ଅଭିଭାଷଣରେ ମତ ରଖିଥିଲେ ।

ସଦାଶିବ ସଂସ୍କୃତ ବିଶ୍ଵବିଦ୍ୟାଳୟ ପରିସରରେ ଆଚାର୍ଯ୍ୟ ସନ୍ଦୀପନୀ ବେଦ ବିଶ୍ବବିଦ୍ୟାଳୟର ଏକ ଶାଖା ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଛି। ଏହାଦ୍ବାରା ମହାନ ଭାରତୀୟ ସଂସ୍କୃତି ବେଦ ଓ ସନାତନ ଧର୍ମର ମହାନତା ବିଶ୍ବକୁ ମାର୍ଗଦର୍ଶନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ସଂସ୍କୃତ ବିଶ୍ଵବିଦ୍ୟାଳୟର ମାନ ମର୍ଯ୍ୟଦା ଓ ପ୍ରତିଷ୍ଠା ବୃଦ୍ଧି ପାଇଁ ଉଦ୍ୟମ କରୁଛନ୍ତି। ଲକ୍ଷ୍ମୀ ପୁରାଣର ବିଭିନ୍ନ ଭାଷାରେ ଅନୁବାଦ ପାଇଁ ସେ ନ୍ୟାସନାଲ ବୁକ ଟ୍ରଷ୍ଟ ସହ କଥା ହେବେ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଅଧିକ ପଢନ୍ତୁ- ଭାରତ ୟୁଏଇ ଷ୍ଟ୍ରାଟେଜିକ ସମ୍ପର୍କକୁ ଶିଖର ନେବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୋରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହି ସମୟରେ ନାଟମଣ୍ଡପ ମରାମତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ନାଟମଣ୍ଡପ ଅନୁଧ୍ୟାନ ପରେ ଧର୍ମେନ୍ଦ୍ର କହିଛନ୍ତି ଏହାର ମରାମତି ନିର୍ଦ୍ଧାରିତ ସମୟରେ ହେବା ଆବଶ୍ୟକ । ଏଏସଆଇ ଏକ ବିଶ୍ବସନୀୟ ସଂସ୍ଥା । ତାକୁ କାଠଗଡାକୁ ଆଣିବା ଉଚିତ ନୁହେଁ । ଏଏସଆଇ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ଦ୍ବନ୍ଦ ଦୂର ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ । ରତ୍ନଭଣ୍ଡାର ମରାମତି ସହ ସ୍ବର୍ଣ୍ଣାଳଙ୍କାରର ଗଣତି ମଣତି ଓ ମରାମତି ଆବଶ୍ୟକ ବୋଲି କହିଲେ ।

ସୂଚନାଯୋଗ୍ୟଯେ ତିନି ଦିନ ବ୍ୟାପୀ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ହେବାକୁ ଥିବା ବେଳେ ଆଜିର କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର କୂଳାଧିପତି ଶ୍ରୀନିବାସ ବରଖଡି, ସଦାଶିବ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟର ନିର୍ଦ୍ଦେଶକ ଅତୁଲ ନନ୍ଦ, ପୁରୀ ଓ ବ୍ରହ୍ମଗିରି ବିଧାୟକ, ଆଇଟିଡିସି ଅଧ୍ୟକ୍ଷ ସମ୍ବିତ ପାତ୍ର, ପ୍ରଫେସର ହରେକୃଷ୍ଣ ଶତପଥୀ, ପ୍ରଫୁଲ୍ଲ ମିଶ୍ର, ଜୀବନ ଚୈତନ୍ୟ ସ୍ବାମୀ ଜୀ, ରାଜେନ୍ଦ୍ର କୁମାର ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରତ ବର୍ଷର ବିଭିନ୍ନ ସଂସ୍କୃତ ବିଶ୍ଵବିଦ୍ୟାଳୟରୁ ତିନିଶହରୁ ଉର୍ଦ୍ଧ୍ବ ବିଦ୍ବାନ ଯୋଗ ଦେଇଛନ୍ତି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.