ETV Bharat / state

ପୁରୀର ନୂତନ ଏସପି ଭାବେ ଦାୟିତ୍ବ ନେଲେ ଉମାଶଙ୍କର - ପୁରୀ

ପୁରୀ ଜିଲ୍ଲାର ନୂତନ ଏସପି ଭାବେ ଉମାଶଙ୍କର ଦାଶ ଦାୟିତ୍ବ ଗ୍ରହଣ କରିଛନ୍ତି । ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମେ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Feb 22, 2019, 11:47 PM IST

ପୁରୀ: ପୁରୀ ଜିଲ୍ଲାର ନୂତନ ଏସପି ଭାବେ ଉମାଶଙ୍କର ଦାଶ ଦାୟିତ୍ବ ଗ୍ରହଣ କରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ସେ ପୁରୀର ନୂତନ ଏସପି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କର ସ୍ବାଗତ କରାଯାଇଥିଲା । ଉମାଶଙ୍କର ପୂର୍ବରୁ ସୁନ୍ଦରଗଡର ଏସପି ଭାବେ କାର୍ଯ୍ୟରତ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମେ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି । ବିଭିନ୍ନ ଅପରାଧ ଘଟଣାରେ ପୋଲିସକୁ ସୂଚନା ଦେବା ସହ ଆଇନ ଶୃଙ୍ଖଳା ବେଳେ ପୋଲିସକୁ ସହଯୋଗ କରିବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଅନ୍ୟପଟେ ଅପରାଧ ଘଟାଉଥିବା ବ୍ୟକ୍ତି ବିଶେଷ ଓ ଅପରାଧୀଙ୍କୁ ଏସପି ସତର୍କ କରାଇ ଦେଇଛନ୍ତି ।

ଆଗକୁ ସାଧାରଣ ନିର୍ବାଚନ ସହିତ ରଥଯାତ୍ରା, ପୁରୀ ସହରରେ ଟ୍ରାଫିକ ବ୍ୟବସ୍ଥା, ପର୍ଯ୍ୟଟକଙ୍କ ସୁରକ୍ଷା, ଶ୍ରୀମନ୍ଦିରରେ ଶୃଙ୍ଖଳା ଆଦି ପ୍ରସଙ୍ଗ ଉପରେ ସ୍ବତନ୍ତ୍ର ନଜର ରଖିବେ ବୋଲି କହିଛନ୍ତି । ଏଥିସହ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀଙ୍କ ନଜର ଥିବାରୁ ଏହାର ନିରାପତ୍ତା ପ୍ରମୁଖ ବ୍ୟବସ୍ଥା ରହିବ ବୋଲି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

'ଶିଶୁକନ୍ୟାଙ୍କ ସୁରକ୍ଷା ପାଇଁ ସଚେତନତା ଆବଶ୍ୟକ'

ବାଲେଶ୍ୱର: ବର୍ତ୍ତମାନ ପରିସ୍ଥିତିରେ ଶିଶୁ କନ୍ୟାମାନଙ୍କ ଉପରେ ବଢି ଚାଲିଛି ଅତ୍ୟାଚାର । ଭୃଣ ହତ୍ୟା ଠାରୁ ଆରମ୍ଭ କରି ଦୁଷ୍କର୍ମ ପ୍ରତିଦିନ ଦେଖିବାକୁ ମିଳୁଛି । ତେବେ ଏହାକୁ ରୋକିବା ପାଇଁ ସଚେତନତା ଅଭାବ ଦେଖାଯାଉଛି । କନ୍ୟା ଦୁନିଆରେ ସବୁଠାରୁ ମୂଲ୍ୟବାନ ତେଣୁକରି ତାକୁ କନ୍ୟାରତ୍ନ ବୋଲି ମଧ୍ୟ କୁହାଯାଏ । ତେଣୁ ସେମାନଙ୍କ ସୁରକ୍ଷା ପାଇଁ ସମସ୍ତେ ଅଣ୍ଟା ଭିଡିବା ଆବଶ୍ୟକ । ଏଭଳି କିଛି ମତ ଦେଇଛନ୍ତି ବାଲେଶ୍ୱର ଉତ୍କଳ ବାଳାଶ୍ରମରେ ଆୟୋଜିତ ଜାତୀୟ ଶିଶୁକନ୍ୟା ଦିବସରେ ଯୋଗ ଦେଇଥିବା ଅତିଥିମାନେ । 

ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଜିଲ୍ଲାପାଲଙ୍କ ସହ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଅଧ୍ଯକ୍ଷା ନିବେଦିତା ମହାନ୍ତି, ଡିସିପିୟୁ ଇନଚାର୍ଜ ମନୋଜ ସେନାପତି, ଜେଜେବି ସଦସ୍ୟା ଶୁଭଶ୍ରୀ ଲେଙ୍କା ଉପସ୍ଥିତ ଥିଲେ । ଜିଲ୍ଲାର 13ଟି ଶିଶୁ ଯତ୍ନ ଅନୁଷ୍ଠାନରୁ ସଦସ୍ୟ ଏଥିରେ ଯୋଗ ଦେଇଥିଲେ । ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ପୁରଷ୍କୃତ କରାଯାଇଥିଲା । 

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ନ୍ୟୁଜ୍‌

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.