ETV Bharat / state

ଲୁଟିନେଲେ 18 ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ, 2 ଗିରଫ - 18 ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଗାଏବ୍

18 ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଗାଏବ୍ । ଟ୍ରକରେ ଆସିଥିଲା 18 ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ । ଛତିଶଗଡରୁ ଖାଦ୍ୟ ସାମଗ୍ରୀ ଅପହରଣ । ଖାଦ୍ୟ ସାମଗ୍ରୀ ପରିବହନ କରୁଥିବା ଟ୍ରକ ଜବତ । ଅଧିକ ପଢ଼ନ୍ତୁ

ଲୁଟିନେଲେ 18 ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ, 2 ଗିରଫ

author img

By

Published : Sep 4, 2022, 7:28 AM IST

ପୁରୀ: କାକଟପୁର ଥାନା ପୋଲିସ ସହାୟତାରେ ଦୁଇଟି ଖାଦ୍ୟ ସାମଗ୍ରୀ ପରିବହନ କରୁଥିବା ଟ୍ରକକୁ ଜବତ କରିଛି ଛତିଶଗଡ଼ ପୋଲିସ । ଛତିଶଗଡ଼ ପୋଲିସ୍ ସହ ମିଶି କାକଟପୁର ପୋଲିସ୍ ଦୁଇଟି ଟ୍ରକ୍ ଜବତ କରିବା ସହ ଏହାର ଦୁଇ ଡ୍ରାଇଭରଙ୍କୁ ଗିରଫ ମଧ୍ୟ କରିଛି । ସୂଚନା ଅନୁଯାୟୀ ଗତ 18 ତାରିଖରେ ଛତିଶଗଡ଼ର ଭାଟପଡ଼ା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଗୋଦାମରୁ ଦୁଇଟି ଟ୍ରକ୍ 18 ଲକ୍ଷ ଟଙ୍କାର ବିଭିନ୍ନ ଖାଦ୍ୟ ସାମଗ୍ରୀ ନେଇ ଭୁବନେଶ୍ବର ଅଭିମୁଖେ ଆସିଥିଲା ।

ଲୁଟିନେଲେ 18 ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ, 2 ଗିରଫ

ହେଲେ ସଠିକ୍ ତାରିଖରେ ଏହି ଦୁଇଟି ଟ୍ରକ ଭୁବନେଶ୍ବରରେ ପହଞ୍ଚି ନଥିବାବେଳେ ଏହାର କୌଣସି ଖୋଜ ଖବର ମଧ୍ୟ ମିଳିନଥିଲା । ଏନେଇ ଛତିଶଗଡ଼ରୁ ମାଲ୍ ପଠାଇଥିବା ବ୍ୟବସାୟୀ ଜଣକ ଛତିଶଗଡ଼ର ଭାଟାପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତି କରି ଜିପିଏସ ଟ୍ରାକିଂ କରି ପୁରୀର କାକଟପୁରରେ ଟ୍ରକ ଦୁଇଟି ଥିବା ଜାଣିବାକୁ ପାଇଥିଲା ।

ପରେ ଏକ ପୋଲିସ୍ ଟିମ୍ ଆସି କାକଟପୁର ପୋଲିସ୍ ସହାୟତାରେ ଚଢ଼ଉ କରି ଟ୍ରକକୁ ଜବତ କରିଥିଲେ । ଏହାସହ ଏଥିରେ ସମ୍ପୃକ୍ତ ଥିବା ଦୁଇଜଣ ଡ୍ରାଇଭରଙ୍କୁ ଗିରଫ କରିଥିଲେ । ଏହି ଦୁଇ ଜଣ ଡ୍ରାଇଭର ମାଲିକ ସହ ମିଶି 18 ଲକ୍ଷ ଟଙ୍କାର ଥିବା ଖାଦ୍ୟ ସାମଗ୍ରୀକୁ ଅନ୍ୟ ସ୍ଥାନରେ ବିକ୍ରି କରିଦେଇଥିଲେ । ଏହାସହ ଗାଡ଼ିର ନମ୍ବର ପ୍ଲେଟ ମଧ୍ୟ ବଦଳାଇ ଦେଇଥିଲେ ।

ସେପଟେ ଗିରଫ ହୋଇଥିବା ଦୁଇଜଣ ଡ୍ରାଇଭରଙ୍କ ନାଁରେ ଛତିଶଗଡ଼ ପୋଲିସ୍ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି । ଜବତ ହୋଇଥିବା ଟ୍ରକ ଭିତରୁ ଗହମ, ଚଣା, ଡାଲି ଏବଂ ଚୂଡା ଭଳି ଅନେକ ଖାଦ୍ୟ ସାମଗ୍ରୀ ଥିଲା । ଛତିଶଗଡ଼ ଅଞ୍ଚଳରୁ ଟ୍ରକରେ ଆଣିଥିବା ଖାଦ୍ୟସାମଗ୍ରୀକୁ ସେମାନେ କେଉଁଠାରେ ହଡପ କଲେ ଓ ସେଗୁଡିକୁ କାହାକୁ ଦେଲେ ତାର ତଦନ୍ତ କଲାପରେ ଅଧିକ ତଥ୍ୟ ଜଣାପଡିବ ବୋଲି କହିଛି ଛତିଶଗଡ଼ ପୋଲିସ୍ ।

ଏଭଳି ଘଟଣା କାକଟପୁର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଛତିଶଗଡ଼ରୁ ବାହାରିଥିବା ଏହି ଟ୍ରକଟି ଗନ୍ତବ୍ୟ ସ୍ଥଳରେ ନପହଞ୍ଚି ଅଧାବାଟରୁ କେଉଁଆଡେ ଉଭାନ ହୋଇଯାଇଥିଲା ତାକୁ ନେଇ ଚାଲିଛି ତଦନ୍ତ । ଏହାସହ ଏହାପଛରେ ମାଷ୍ଟରମାଇଣ୍ଡ କିଏ ତାକୁ ପୋଲିସ ଖୁବଶୀଘ୍ର ଧରିବ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛି ।

ତେବେ ଛତିଶଗଡ଼ରୁ ଖାଦ୍ୟସାମଗ୍ରୀ ଆଣି ଆସୁଥିବା ଟ୍ରକ୍ ଭୁବନେଶ୍ବରରୁ ଗାଏବ ଓ ପରେ କାକଟପୁରରୁ ପୋଲିସ ଟ୍ରକ ଉଦ୍ଧାର କରିବା ଘଟଣା ପୋଲିସ ପାଇଁ ଏକ ବଡ଼ ସଫଳତା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.