ETV Bharat / state

ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣା: ଫେରାର ଅଭିଯୁକ୍ତ ଗିରଫ - ସିଦ୍ଧବକୁଳ ଲେନ ଶିଶୁକନ୍ୟା ଦୁଷ୍କର୍ମ ଘଟଣା

ପୁରୀ ଟାଉନ ଥାନା ଅନ୍ତର୍ଗତ ସିଦ୍ଧବକୁଳ ଲେନରେ ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ପୁରୀ ପୋଲିସ । ଅଧିକ ପଢନ୍ତୁ

ସିଦ୍ଧବକୁଳ ଲେନ ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣା: ଫେରାର ଦୁଷ୍କର୍ମକାରୀ ଅଭିଯୁକ୍ତ ଗିରଫ

author img

By

Published : Jan 26, 2022, 8:17 PM IST

ପୁରୀ: ପୁରୀ ଟାଉନ ଥାନା ଅନ୍ତର୍ଗତ ସିଦ୍ଧବକୁଳ ଲେନରେ 5 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଗିରଫ । ପୁରୀ ପୋଲିସର ସ୍ବତନ୍ତ୍ର ଟିମ୍ ଅଭିଯୁକ୍ତ ମହେଶ ମହାନ୍ତିକୁ ଆଜି ଗିରଫ କରିଛି । ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ଚାରି ଜଣିଆ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ବେଳେ ଘଟଣାର ଚାରିଦିନ ପରେ ଅଭିଯୁକ୍ତ ମହେଶ ମହାନ୍ତିକୁ ଆଜି ସନ୍ଧ୍ୟାରେ ଗିରଫ କରିଛି ପୋଲିସ ।

ଅଭିଯୁକ୍ତ ମହେଶ ମହାନ୍ତିକୁ ଗିରଫ ପରେ ଅଧିକ ପଚରାଉଚରା କରାଯାଉଥିବା ନେଇ ଏକ ଟ୍ବିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଏସପି କନୱର ବିଶାଳ ସିଂ । ଗତ ୨୩ ତାରିଖରେ ପୁରୀ ଟାଉନ ଥାନା ଅନ୍ତର୍ଗତ ସିଦ୍ଧବକୁଳ ଲେନରେ ଜଣେ ପାଞ୍ଚ ବର୍ଷର ଶିଶୁ କନ୍ୟାକୁ ଅଭିଯୁକ୍ତ ମହେଶ ମହାନ୍ତି ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା । ଏନେଇ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାର ୪ ଦିନ ପରେ ଅଭିଯୁକ୍ତକୁ ଆଜି ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.