ETV Bharat / state

ଦୁର୍ଘଟଣା ପରେ ପୁରୀରେ କୋଲକାତା ଯାତ୍ରୀଙ୍କୁ ଶୋଷଣ ! ବସ ଭଡ଼ା ୭୦୦ ବଦଳରେ ୧୭୦୦

author img

By

Published : Jun 3, 2023, 9:46 PM IST

ବାହାନଗାରେ ରେଳ ଦୁର୍ଘଟଣା ପରେ ଯାତ୍ରୀଙ୍କ ଠାରୁ ଦୁଇଗୁଣା ଅଧିକ ଭଡ଼ା ନେଉଛନ୍ତି ବସ ମାଲିକ । ପୁରୀରୁ କୋଲକାତାକୁ ବସ ଭଡ଼ା ୭୦୦ ଟଙ୍କା ଥିବାବେଳେ ଆଦାୟ କରୁଛନ୍ତି ୧୭୦୦ । ଅଧିକ ପଢ଼ନ୍ତୁ

bus fare high in puri
ଦୁର୍ଘଟଣା ପରେ ଦୁଇଗୁଣା ବସ ଭଡ଼ା
ଦୁର୍ଘଟଣା ପରେ ଦୁଇଗୁଣା ବସ ଭଡ଼ା

ପୁରୀ: ବାଲେଶ୍ବର ଜିଲ୍ଲା ବାହାନଗାରେ ରେଳ ଦୁର୍ଘଟଣା ପରେ ଅନେକ ଟ୍ରେନ ବାତିଲ ରହିଛି । ଫଳରେ ଯାତ୍ରୀ ବସ ଯୋଗେ ପୁରୀରୁ କୋଲକାତା ଯାତ୍ରା କରୁଛନ୍ତି । ଅତ୍ୟଧିକ ଭିଡ଼କୁ ଦେଖି କେତେକ ଅସାଧୁ ବସ ମାଲିକ ଏହାର ଫାଇଦା ନେବା ସହ ଯାତ୍ରୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏସି ବସ୍ ଗୁଡ଼ିକରେ କୋଲକାତା ଯିବା ପାଇଁ ୮ଶହ ଟଙ୍କା ଭଡା ଧାର୍ଯ୍ୟ ହୋଇଥିବା ବେଳେ ଯାତ୍ରୀଙ୍କ ଠାରୁ ଦୁଇ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ କରିଛନ୍ତି ଯାତ୍ରୀ ।

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ପୁରୀରୁ ଟ୍ରେନ ବାତିଲ ହୋଇଥିବା ଯୋଗୁ ଶହ ଶହ ଯାତ୍ରୀ ହଇରାଣ ହୋଇଛନ୍ତି । ଏଭଳି ପରିସ୍ଥିତିରେ କୋଲକାତା ଯିବାକୁ ଚାହୁଁଥିବା ଯାତ୍ରୀ ବସ ଯୋଗେ ଯାତ୍ରା କରୁଛନ୍ତି । ଏପରି ସ୍ଥଳେ ବସ ମାଲିକଙ୍କ ଅହେତୁକ ବସ ଭଡ଼ା ଯୋଗୁଁ ଯାତ୍ରୀଙ୍କୁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡ଼ିଛି । ଏନେଇ ଯାତ୍ରୀ ଅଭିଯୋଗ କରି କହିଛନ୍ତି, "ଟ୍ରେନ ବାତିଲ ଯୋଗୁଁ ବସ ମାଲିକ ମାନେ ଫାଇଦା ଉଠାଇ ଭଡ଼ା ଆକାଶ ଛୁଆଁ କରିଛନ୍ତି । କୋଲକାତା ଯିବାକୁ ହେଲେ ବସ ଭଡ଼ା ୮୦୦ ଟଙ୍କା ଦେବାକୁ ପଡ଼ିଥାଏ । ମାତ୍ର ବର୍ତ୍ତମାନ ବସ ମାଲିକମାନେ କେହି ୧୫୦୦ କହୁଥିବା ବେଳେ କେହି ୨୦୦୦ କହୁଛନ୍ତି । ଯାହାକି ସମସ୍ତଙ୍କ ପକ୍ଷେ ଦେବା ଅସମ୍ଭବ ହୋଇପଡ଼ିଛି ।" ଏଭଳି ସ୍ଥିତିରେ ଯେପରି ଯାତ୍ରୀଙ୍କୁ ଆର୍ଥିକ ଶୋଷଣ କରାନଯିବ ସେ ଦିଗରେ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ।"

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ କୋଲକାତାକୁ ଯିବାକୁ ଥିବା ଟ୍ରେନ ଗୁଡ଼ିକ ବାତିଲ ହୋଇଯାଇଛି । ଫଳରେ ପୁରୀରୁ କୋଲକାତା ଯିବାକୁ ଥିବା ଯାତ୍ରୀମାନେ ନିଜ ଗନ୍ତବ୍ୟ ପଥରେ ନଯାଇ ପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ପୁରୀ ରେଳଷ୍ଟେସନ ମ୍ୟାନେଜରଙ୍କ ସୂଚନା ଅନୁସାରେ, ଦୁର୍ଘଟଣା ଯୋଗୁଁ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ, ପୁରୀ-ପାଟନା ଏକ୍ସପ୍ରେସ, ଧଉଳି ଏକ୍ସପ୍ରେସ, ପୁରୀ-ଜଳେଶ୍ବର ଯିବାକୁ ଥିବା ଏହି ଚାରୋଟି ଟ୍ରେନ ବାତିଲ କରାଯାଇଛି । ଫଳରେ ରେଳ ଷ୍ଟେସନରେ ଶହଶହ ଯାତ୍ରୀ ଅଟକି ରହିଥିବା ବେଳେ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିବା ଷ୍ଟେସନ ମ୍ୟାନେଜର କହିଛନ୍ତି । ଦିଲ୍ଲୀ ଯିବାକୁ ଥିବା ନୀଳାଚଳ ଓ ଉତ୍କଳ ଏକ୍ସପ୍ରେସକୁ ଯାଜପୁରର ଜଖପୁରା ରୋଡ଼ ଠାରୁ ରୁଟ ପରିବର୍ତ୍ତନ କରାଯାଇ କେନ୍ଦୁଝର ଦେଇ ଝାଡ଼ଖଣ୍ଡର ଜୁରଲି ଜଙ୍କସନ ଦେଇ ଯିବାର ବ୍ୟବସ୍ଥା ହୋଇଛି । କୋଲକାତାକୁ ଜରୁରୀ କାର୍ଯ୍ୟରେ ଯିବାକୁ ଥିବା ଯାତ୍ରୀମାନେ ଜର୍ଲି ରୁଟ ଦେଇ ଯାଉଥିବା ଟ୍ରେନ ଗୁଡିକରେ ଯିବା ପାଇଁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.