ETV Bharat / state

ପର୍ଯ୍ୟଟକଙ୍କୁ ଚାଲିଛି ଲୁଟ୍‌, 28ରେ ସାତପଡା ବନ୍ଦ ଡାକରା - ସାତପଡା ବନ୍ଦ ଡାକରା

ସାତପଡା ପର୍ଯ୍ୟଟକଙ୍କୁ ଲୁଟ । ମନଇଚ୍ଛା ଅର୍ଥ ଆଦାୟ କରାଯାଉଛି ପର୍ଯ୍ୟଟକଙ୍କ ଠାରୁ । ଯାହାକୁ ନେଇ ଆସନ୍ତା 28 ତାରିଖରେ ସାତପଡା ବନ୍ଦ ଡାକରା ଦେଇଛି ସାତପଡ଼ା ମୋଟର ବୋଟ ସଙ୍ଘ । ଅଧିକ ପଢ଼ନ୍ତୁ

robbing tourists in Chilika
ପର୍ଯ୍ୟଟକଙ୍କୁ ଲୁଟୁଛନ୍ତି ଦଲାଲ
author img

By

Published : Dec 23, 2022, 8:28 AM IST

ପର୍ଯ୍ୟଟକଙ୍କୁ ଲୁଟୁଛନ୍ତି ଦଲାଲ

ବ୍ରହ୍ମଗିରି: ସାତପଡାରେ ପର୍ଯ୍ୟଟକଙ୍କୁ ଲୁଟ । ପର୍ଯ୍ୟଟକଙ୍କୁ ଲୁଟୁଛନ୍ତି ଦଲାଲ । ଡଙ୍ଗା ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଟଙ୍କା ନେଇ ଠକୁଛନ୍ତି ପର୍ଯ୍ୟଟକଙ୍କୁ । ଯଦି ଏଥିରେ ପ୍ରଶାସନ କୌଣସି ପଦକ୍ଷେପ ନନିଏ ଆସନ୍ତା 28 ତାରିଖରୁ ସାତପଡାକୁ ବନ୍ଦ କରିଦିଆଯିବ । ଏଭଳି ଚେତାବନୀ ଦେଇଛନ୍ତି ଚିଲିକା ଆବାହକ ଫାଲଗୁନି ଜାଲି ଓ ସଭାପତି କୃତିବାସ ଦଳାଇ ।

ପୁରୀ ଜିଲ୍ଲା ସାତପଡ଼ା ଚିଲିକା ଓ ଇରାୱାଡି ଡଲଫିନ ଭାରତ ବର୍ଷରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଶୀତ ଋତୁରେ ଦେଶ ବିଦେଶର ରଙ୍ଗବେରଙ୍ଗ ଚଢେଇ ପର୍ଯ୍ୟଟକମାନଙ୍କୁ ଚିଲିକା ଆସିବା ପାଇଁ ଆକୃଷ୍ଟ କରିଥାଏ । ଏହି ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିୟମ ଲାଗୁ କରାଯାଇଛି । ଚିଲିକା ଓ ଡଲଫିନ ଦେଖିବା ପାଇଁ ସରକାର ଡଙ୍ଗା ଧାର୍ଯ୍ୟ ମୂଲ୍ୟ 2200 ଟଙ୍କା କରାଯାଇଛି । ହେଲେ ସ୍ଥାନୀୟ କିଛି ଦଲାଲ ଏହି ନିୟମକୁ ଫୁ କରି 4000 ରୁ 5000 ଟଙ୍କା ପର୍ଯ୍ୟଟକମାନଙ୍କ ଠାରୁ ଲୁଟିଛନ୍ତି ଅଭିଯୋଗ ଆସିଛି । ଏପରିକି ଏଥିରେ ସ୍ଥାନୀୟ ପୋଲିସ ସହାୟତାରେ ଲୁଟ୍‌ ହେଉଥିବା ଅଭିଯୋଗ ହୋଇଛି ।

ସରକାରଙ୍କ ପାଖରେ ଚିଲିକାରେ ଚାଲୁଥିବା ଡଙ୍ଗା ଗୁଡିକର ପଞ୍ଜିକରଣ କରିବା ପାଇଁ ନିୟମ ଥିବା ବେଳେ ମାତ୍ର 300 ଡଙ୍ଗା ପଞ୍ଜିକରଣ କରାଯାଇଛି । ଅବଶିଷ୍ଟ 1000ରୁ ଊର୍ଦ୍ଧ୍ବ ଡ଼ଙ୍ଗା ବେନିୟମ ଭାବେ ଅଧିକ ଟଙ୍କା ନେଇ ପର୍ଯ୍ୟଟକମାନଙ୍କୁ ଚିଲିକା ବୁଲାଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏଥିରେ ପୋଲିସ ପ୍ରଶାସନ ଏମାନଙ୍କୁ ସାହାଯ୍ୟ କରୁଥିବା ସାତପଡ଼ା ମୋଟର ବୋଟ ସଙ୍ଘର ଆବାହକ ଓ ସଭାପତି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି । ପର୍ଯ୍ୟଟକମାନଙ୍କ ସୁରକ୍ଷା ପ୍ରତିବାଦ କରି ପୁରୀ ଜିଲ୍ଲାପାଳ ଓ ପୁରୀ ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ପ୍ରତିବାଦ ପତ୍ର ସଙ୍ଘ ପ୍ରଦାନ କରିଛି । ଆସନ୍ତା 27 ତାରିଖ ମଧ୍ୟରେ ଏହାର ସମାଧାନ କରାନଗଲେ 28 ତାରିଖରୁ ସାତପଡାକୁ ବନ୍ଦ କରିବାସହ ପର୍ଯ୍ୟଟକମାନଙ୍କୁ ସାତପଡ଼ା ସମ୍ପୂର୍ଣ୍ଣ ମନା କରାଯିବ ବୋଲି ଆବାହକ ଫାଲଗୁନି ଜାଲି ଓ ସଭାପତି କୃତିବାସ ଦଳାଇ ଜଣାଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.