ETV Bharat / state

ସ୍ନାନ ଯାତ୍ରାରେ ଅଘଟଣ, ସମୁଦ୍ରରେ ବୁଡି ଜଣେ ପର୍ଯ୍ୟଟକ ମୃତ

author img

By

Published : Jun 4, 2023, 5:45 PM IST

ପୁଣି ପୁରୀ ସମୁଦ୍ରରେ ଭାସି ଯିବା କାରଣରୁ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ସେ ରାଜସ୍ଥାନ ଅଞ୍ଚଳର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ପୁରୀ ସମୁଦ୍ରରେ ବୁଡି ଜଣେ ପର୍ଯ୍ୟଟକ ମୃତ
ପୁରୀ ସମୁଦ୍ରରେ ବୁଡି ଜଣେ ପର୍ଯ୍ୟଟକ ମୃତ

ପୁରୀ: ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଭାସି ଯାଇ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ସେକ୍ଟର 7 ଚୈତନ୍ୟ ଛକ ସମ୍ମୁଖ ବେଳାଭୂମିରେ ସ୍ନାନ କରିବା ସମୟରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ମୃତକ ହେଲେ ରାଜସ୍ଥାନର 14 ବର୍ଷୀୟ ଯୁବକ ଦିଲରାଜ ଚାନ୍ଦ । ଦିଲରାଜ ପୁରୀ ବୁଲିବାକୁ ଆସିଥିବାବେଳେ ସମୁଦ୍ରରେ ଗାଧୋଇବା ପାଇଁ ଯାଇଥିଲେ । ସେହି ସମୟରେ ସମୁଦ୍ର ଜୁଆରରେ ଭାସିଯାଇଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ତୁରନ୍ତ ଲାଇଫ ଗାର୍ଡ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ପୁରୀ ସମୁଦ୍ରରେ ବୁଡି ଜଣେ ପର୍ଯ୍ୟଟକ ମୃତ
ପୁରୀ ସମୁଦ୍ରରେ ବୁଡି ଜଣେ ପର୍ଯ୍ୟଟକ ମୃତ

ତେବେ ପୂର୍ବରୁ ମଧ୍ୟ ଅନେକ ସମୟରେ ସମୁଦ୍ରରେ ବୁଡି ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ନଜିର ରହିଛି । ଗତବର୍ଷ ନଭେମ୍ବରରେ ଗ୍ବାଲିୟର ବାଦେରା ଅଞ୍ଚଳର ଜଣେ ପର୍ଯ୍ୟଟକ ପୁରୀ ସମୁଦ୍ରରେ ବୁଡି ମୃତ୍ୟୁବରଣ କରିଥିଲେ। ବଳିଆପଣ୍ଡା ଅଞ୍ଚଳରେ ଥିବା ଏକ ହୋଟେଲ ସମ୍ମୁଖରେ ଗୋଧୋଇଥିବାବେଳେ ଗଭୀର ସମୁଦ୍ରକୁ ଯିବା ଫଳରେ ଜୁଆରରେ ଭାସି ଯାଇଥିଲେ । ପରେ ଲାଇଫ ଗାର୍ଡ ମାନେ ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇସାରିଥିଲା । ସେହିପରି ସେପ୍ଟେମ୍ବରରେ ସମୁଦ୍ରରେ ବୁଡି ଯିବାରୁ ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟଙ୍କ ଜୀବନ ଯାଇଥିଲା। ଏହାସହ ସମୁଦ୍ରରେ ବୁଡି ଯାଇ ବାପ ପୁଅଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ଆସିଥିଲା।

ଏହି ଘଟଣା ପରେ ସ୍ବର୍ଗଦ୍ଵାର ଅଞ୍ଚଳ ବେଳାଭୁମିରେ ରେଡ୍ ଫ୍ଲାଗ ଲଗାଯାଇଥିଲା । ଏହାସହ ଏହି ବେଳାଭୂମିକୁ ନୋ ବାଥ୍ ଜୋନ୍ ଘୋଷଣା କରାଯାଇଥିଲା। ଖାଲି ସେତିକି ନୁହେଁ, 2016 ନଭେମ୍ବରରେ ସମୁଦ୍ରରେ ବୁଡି ଜଣେ ବିଦେଶୀ ପର୍ଯ୍ୟଟକ ମଧ୍ୟ ମୃତ୍ୟୁବରଣ କରିଥିଲେ । ଋଷରୁ ଆସିଥିବା ପର୍ଯ୍ୟଟକ ଜଣକ ସମୁଦ୍ର ମଧ୍ୟକୁ ଯାଇ ଗାଧୋଉଥିବାବେଳେ ଏପରି ଅଘଟଣ ଘଟିଥିଲା।

ଅପରପକ୍ଷେ, ପୁରୀ ସମୁଦ୍ରରେ ଆବଶ୍ୟକ ସଂଖ୍ୟକ ଲାଇଫ ଗାର୍ଡ ନ ଥିବା କାରଣରୁ ଅନେକ ନିରୀହ ପର୍ଯ୍ୟଟକଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଆସୁଛି । କାଳ ବୈଶାଖୀ, ଲଘୁଚାପ, ବାତ୍ୟାର ଆଗମନ ବେଳେ ମୁଖ୍ୟତଃ ସମୁଦ୍ର ଅଶାନ୍ତ ରହିଥାଏ । ଏହାସହ ଚନ୍ଦ୍ରଗ୍ରହଣ ସମୟରେ ସମୁଦ୍ରର ଢେଉ ଉଚ୍ଚ ରହିବା ସହ ଖୁବ୍ ଜୋରରେ ଲହଡି ଆସିଥାଏ । ଏହି ସମୟରେ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଥାଏ। ଗଭୀର ସମୁଦ୍ରକୁ ଯାଇ ଗାଧୋଇଥିବା ପର୍ଯ୍ୟଟକଙ୍କୁ ସଚେତନ କରିବା ପାଇଁ ନିୟମିତ ଭାବେ ଲାଇଫ ଗାର୍ଡ ନିୟୋଜିତ ରହିବାର ଆବଶ୍ୟକତା ରହିଛି। ଏହାସହ no bathing zoneରେ ନ ଗାଧୋଇବାକୁ ଯାଉଥିବା ପର୍ଯ୍ୟଟକଙ୍କ ଉପରେ ନଜର ରଖିବା ପାଇଁ ବେଳାଭୂମିରେ ଆବଶ୍ୟକୀୟ ସଂଖ୍ୟାରେ ଲାଇଫ ଗାର୍ଡ ନିୟୋଜିତ ପାଇଁ ଦାବି କରାଯାଇଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.