ETV Bharat / state

ଆସୁଛି ‘ଫନି’: ପର୍ଯ୍ୟଟକଙ୍କୁ ପୁରୀ ମନା

ସାମ୍ଭାବ୍ୟ ବାତ୍ୟା ‘ଫନି’ ପାଇଁ ପର୍ଯ୍ୟଟକଙ୍କୁ ପୁରୀରେ ରହିବା ମନା କରାଯାଇଛି । ଆସନ୍ତାକାଲି(ଗୁରୁବାର) ସନ୍ଧ୍ୟା ସୁଦ୍ଧା ପୁରୀ ଛାଡିବା ପାଇଁ ସବୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଇଛି ।

ଡିଜାଇନ ଫଟୋ
author img

By

Published : May 1, 2019, 9:13 AM IST

ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟା ‘ଫନି’ ପାଇଁ ପର୍ଯ୍ୟଟକଙ୍କୁ ପୁରୀରେ ରହିବାକୁ ମନା କରାଯାଇଛି । ଆସନ୍ତାକାଲି(ଗୁରୁବାର) ସନ୍ଧ୍ୟା ସୁଦ୍ଧା ପୁରୀ ଛାଡିବା ପାଇଁ ସବୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଇଛି । ପୁରୀରେ ଯେଭଳି କୌଣସି ପର୍ଯ୍ୟଟକ ନ ରୁହନ୍ତି, ତାହା ଉପରେ କଡା ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ 4 ତାରିଖ ପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଅନାବଶ୍ୟକ ପରିବହନ ଯାତ୍ରା ଉପରେ ମଧ୍ୟ ରୋକ ଲଗାଇଯାଇଛି । ଏନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହ ଜିଲ୍ଲା ପ୍ରଶାସନକୁ ଅଧିକ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

shreemayee

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.