ETV Bharat / state

ରାଜ୍ୟବାସୀଙ୍କ ଆକୃଷ୍ଟ କରିବାକୁ ଜମ୍ମୁକାଶ୍ମୀର ପର୍ଯ୍ୟଟନ ବିଭାଗର ସଜବାଜ, ଓଡିଶାରେ କରିବ ରୋଡ ଶୋ’ - JK tourism department

ଭାରତରେ ଭୂ-ସ୍ବର୍ଗ ଜମ୍ମୁ-କାଶ୍ମୀର । ଓଡିଶାରୁ ପର୍ଯ୍ୟଟକ ଜାମୁ କାଶ୍ମୀର ଯିବାକୁ ଅନୁରୋଧ କରିଛି ଜାମୁ କାଶ୍ମୀର ପର୍ଯ୍ୟଟନ ବିଭାଗ । ଅଧିକ ପଢନ୍ତୁ...

ଜାମୁକାଶ୍ମୀର ବୁଲିଯିବାକୁ ପର୍ଯ୍ୟଟନ ବିଭାଗର ସଜବାଜ, ରାଜ୍ୟର କରିବ ରୋଡ଼ ସୋ

author img

By

Published : Feb 27, 2021, 9:30 AM IST

ପୁରୀ: ଭାରତରେ ଭୂ-ସ୍ବର୍ଗ ଜମ୍ମୁ-କାଶ୍ମୀର। ମା ବୈଷ୍ଣଦେବୀ, ବାବା ଅମରନାଥ, ହିମାଳୟ ଓ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ପାଇଁ ପ୍ରତିବର୍ଷ ଜାମ୍ମୁ-କାଶ୍ମୀରକୁ ଅଢେଇ କୋଟି ଭକ୍ତ ଓ ପର୍ଯ୍ୟଟକ ଯାଇଥାନ୍ତି। ଓଡିଶାରୁ ମଧ୍ୟ ପର୍ଯ୍ୟଟକ, ଜାମୁ କାଶ୍ମୀର ଯିବାକୁ ଅନୁରୋଧ କରିଛି ଜାମୁ କାଶ୍ମୀର ପର୍ଯ୍ୟଟନ ବିଭାଗ । ପୁରୀରେ ଏକ ସାମ୍ବାଦିକ ସମିଳନୀରେ ଏହି ସୂଚନା ଦିଆଯାଇଛି।

ଜାମୁକାଶ୍ମୀର ବୁଲିଯିବାକୁ ପର୍ଯ୍ୟଟନ ବିଭାଗର ସଜବାଜ, ରାଜ୍ୟର କରିବ ରୋଡ଼ ସୋ

ଓଡିଶା ଲୋକଙ୍କୁ ଜାମୁ କାଶ୍ମୀର ଯିବା ନେଇ ଆକୃଷ୍ଟ କରିବା ପାଇଁ ପୁରୀରେ 2 ଦିନ ଧରି ରୋଡ଼ ସୋ ମଧ୍ୟ ହେବ। ରାଜ୍ୟର ବିଭିନ୍ନ ସହରରେ ଆଗାମୀ ଦିନରେ ଏହି ରୋଡ଼ ସୋ ଜାମୁ କାଶ୍ମୀର ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜନ ହେବ । ଗତବର୍ଷ କୋରୋନା ମହାମାରୀ ସମୟରେ ମଧ୍ୟ ୪୫ ଲକ୍ଷ ପର୍ଯ୍ୟଟକ ଜାମ୍ମୁ-କାଶ୍ମୀର ଯାଇ ବିଭିନ୍ନ ତୀର୍ଥ ଓ ପର୍ଯ୍ୟଟନସ୍ଥଳୀ ବୁଲିଥିଲେ।

ତଥ୍ୟ ଅନୁଯାୟୀ, ୨୦୧୯ରେ ଓଡିଶାରୁ ୪୦ ହଜାର ଲୋକେ ଜାମ୍ମୁ-କାଶ୍ମୀର ଯାଇଥିଲେ। ଜାମ୍ମୁ-କାଶ୍ମୀରର ୩୦ଟି ଜିଲ୍ଲା ମଧ୍ୟରୁ ଅଧିକାଂଶ ସ୍ଥାନ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ । ରାଜ୍ୟରେ 2ଟି ଏୟାରପୋର୍ଟ, 3ଟି ରେଳଷ୍ଟେସନ ଓ ସଡକପଥରେ ଯୋଗାଯୋଗର ବ୍ୟବସ୍ଥା ଥିବା ବେଳେ କୋରୋନା ମହାମାରୀ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି। ପର୍ଯ୍ୟଟକଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ରହିବା, ଖାଇବା ପିଇବା, ଯାତାୟତର ସମସ୍ତ ବ୍ୟବସ୍ଥା ରହିଥିବାରୁ ଓଡ଼ିଶାରୁ ଅଧିକ ପର୍ଯ୍ୟଟକ ଜାମ୍ମୁ-କାଶ୍ମୀର ଆସିବା ପାଇଁ ଅନୁରୋଧ କରାଯାଇଛି।

ଓଡିଶାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେଲେ ଭୁବନେଶ୍ବରରୁ ଜମ୍ମୁ କିମ୍ବା କାତ୍ରାକୁ ସିଧାସଳଖ ଟ୍ରେନ ଚଳାଚଳ କରିବା ନେଇ କେନ୍ଦ୍ର ସରକାର ବିଚାର କରିପାରନ୍ତି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର କହିଥିଲେ । ଦେଶର ବିଭିନ୍ନ ସ୍ଥାନରେ ଜାମ୍ମୁ-କାଶ୍ମୀର ପର୍ଯ୍ୟଟନ ରୋଡ ସୋ କରାଯାଉଥିବାବେଳେ ସେଠାରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ପୁରୀରେ ଏହି ରୋଡ ସୋ ଆୟୋଜନ କରାଯାଇଛି ।

ପୁରୀରରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.