ETV Bharat / state

ଉଚ୍ଛେଦ ହେଲା ବ୍ରିଟିଶ ଅମଳର ରଘୁନନ୍ଦନ ଲାଇବ୍ରେରୀ - puri news

ଐତିହାସିକ ଏମାର ମଠ ସଂଲଗ୍ନ ରଘୁନନ୍ଦନ ଲାଇବ୍ରେରୀ ଉଚ୍ଛେଦ ହୋଇଛି । ଲାଇବ୍ରେରୀ ଉଚ୍ଛେଦ ପୂର୍ବରୁ ଏଠାରେ ଥିବା ସମସ୍ତ ପୁସ୍ତକ ଗୁଡିକୁ ଜିଲ୍ଲାପାଳଙ୍କ ଅଫିସର ଏକ ପ୍ରକୋଷ୍ଠରେ ରଖାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Aug 30, 2019, 7:04 PM IST

ପୁରୀ: ଐତିହାସିକ ଏମାର ମଠ ସଂଲଗ୍ନ ରଘୁନନ୍ଦନ ଲାଇବ୍ରେରୀ ଆଜି ଉଚ୍ଛେଦ ହୋଇଛି । ଜେସିବି ମେସିନ ସାହାଯ୍ୟରେ ବ୍ରିଟିଶ ଅମଳର ଏହି ପୁରୁଣା ଲାଇବ୍ରେରୀକୁ ଭଙ୍ଗାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

1921 ମସିହାରେ ମହନ୍ତ ଗଦାଧର ରାମାନୁଜ ଦାସ ତାଙ୍କ ଗୁରୁ ରଘୁନନ୍ଦନ ରାମାନୁଜ ଦାସଙ୍କ ନାମରେ ଏହି ଲାଇବ୍ରେରୀ ପ୍ରତିଷ୍ଠା କରିଥିଲେ। ଏହି ଲାଇବ୍ରେରୀରେ 5 ହଜାରରୁ ଅଧିକ ପୁସ୍ତକ ରହିଥିଲା । ଏଥିରେ ବିଶ୍ବ ଇତିହାସର ବିରଳ ବହି, ବିଭିନ୍ନ ତାଳପତ୍ର ପୋଥି, ରାମାୟଣ, ବିଭିନ୍ନ ସାହିତ୍ୟ ଆଦି ପୁସ୍ତକ ରହିଥିଲା ।

ଲାଇବ୍ରେରୀର ଉଚ୍ଛେଦ ପୂର୍ବରୁ ଏଠାରେ ଥିବା ସମସ୍ତ ପୁସ୍ତକ ଗୁଡିକୁ ଜିଲ୍ଲାପାଳଙ୍କ ଅଫିସର ଏକ ପ୍ରକୋଷ୍ଠରେ ରଖାଯାଇଛି । ଆଗାମୀ ଦିନରେ ଏକ ନୂଆ ରୂପରେ ରଘୁନନ୍ଦନ ଲାଇବ୍ରେରୀ ପୁଣି ଥରେ ସ୍ଥାପନା କରାଯିବ ବୋଲି ଜିଲ୍ଲାପାଳ ବଳବନ୍ତ ସିଂ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଉଛେଦ ହେଲା ରଘୁନନ୍ଦନ ଲାଇବ୍ରେରୀ

Body:ଐତିହାସିକ ଏମାର ମଠର ବ୍ରିଟିଶ ଅମଳର ତଥା ଓଡ଼ିଶାର ପୁରାତନ ରଘୁନନ୍ଦନ ଲାଇ ବ୍ରେରୀ ଉଛେଦ ହୋଇଛି। jcb ମେସିନ ସାହାଯ୍ୟ ଭଙ୍ଗା ଯାଇଛି ଏହି ପୁରୁଣା ଲାଇ ବ୍ରେରୀ କୁ । ଯାହାକି ଇତିହାସ ପାଲଟି ଯାଇଛି। 1921 ମସିହାରେ ମହନ୍ତ ଗଦା ଧର ରାମାନୁଜ ଦାସ ଏହା ନିଜ ଗୁରୁ ରଘୁନନ୍ଦନ ରାମାନୁଜ ଦାସ ଙ୍କ ନାମରେ ନାମିତ କରିଥିଲେ। ଏହି ଲାଇବ୍ରେରୀ ରେ 5 ହଜାର ରୁ ଅଧିକ ବହି ରହିଥିଲା। ବିଶ୍ୱ ଇତିହାସ ର ବିରଳ ବହି, ବିଭିନ୍ନ ତାଳ ପତ୍ର ପୋଥି, ରାମାୟଣ , ବିଭିନ୍ନ ସାହିତ୍ୟ ବହି ରହିଥିଲା ଏହି ଲାଇ ବ୍ରେରୀ ରେ। ତେବେ ଏହି ବହି ଗୁଡିକୁ ଜିଲା ପାଳ ଙ୍କ ଅଫିସର ଏକ ପ୍ରକୋଷ୍ଠ ରେ ରଖାଯାଇଛି। ଅଗାମୀ ଦିନରେ ରଘୁନନ୍ଦନ ଲାଇ ବ୍ରେରୀ ପ୍ରତିଷ୍ଠା କରାଯାଇ ଏହି ବହି ଗୁଡ଼ିକ ରଖାଯିବ ବୋଲୀ ଜିଲା ପାଳ ବଲବନ୍ତ ସିଂ ପୂର୍ବରୁ ସୂଚନା ଦେଇଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.