ETV Bharat / state

ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ସମ୍ପନ୍ନ

ଗୁରୁବାର ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ସ୍ନାନମଣ୍ଡପକୁ ପହଣ୍ଡିରେ ବିଜେ ସମୟରେ ଏହି ସେନାପଟା ମହାପ୍ରଭୁଙ୍କ ଶରୀରକୁ ସୁରକ୍ଷା ଦେଇ ଥାଏ।

author img

By

Published : Jun 4, 2020, 4:58 PM IST

Updated : Jun 4, 2020, 6:51 PM IST

ମହାପ୍ରଭୁଙ୍କ ସେନାପଟା ଲାଗି ନୀତି
ମହାପ୍ରଭୁଙ୍କ ସେନାପଟା ଲାଗି ନୀତି

ପୁରୀ: ଶୁକ୍ରବାର ମହାପ୍ରଭୁଙ୍କ ସ୍ନାନଯାତ୍ରା । ପରମ୍ପରା ମୁତାବକ ପୂର୍ବଦିନ ଅର୍ଥାତ ଗୁରୁବାର ସକାଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି ହୋଇଛି। ଦଇତାପତି ସେବକମାନେ ଏହି କାର୍ଯ୍ୟ ପରମ୍ପରା ଅନୁଯାୟୀ କରିଥାନ୍ତି। ତଦନୁଯାୟୀ ଗୁରୁବାର ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ସ୍ନାନମଣ୍ଡପକୁ ପହଣ୍ଡିରେ ବିଜେ ସମୟରେ ଏହି ସେନାପଟା ମହାପ୍ରଭୁଙ୍କ ଶରୀରକୁ ସୁରକ୍ଷା ଦେଇ ଥାଏ।

ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ସମ୍ପନ୍ନ

ତେବେ ବୁଧବାର ସନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କ ବାହୁଟ କଣ୍ଟ ଲାଗି ମଧ୍ୟ ହୋଇଛି । ପରେ କୋଠ ସୁଆଁ ସିଆ ସେବକମାନେ ମହାପ୍ରଭୁଙ୍କ ରତ୍ନ ସିଂହାସନରେ ଚାରମାଳ ବାନ୍ଧିଛନ୍ତି। ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦିତ ନୀତି ନିର୍ଘଣ୍ଟ ଅନୁଯାୟୀ ଚଳିତ ବର୍ଷ ସ୍ନାନଯାତ୍ରା ପହଣ୍ଡି ଗୁରୁବାର ରାତିରୁ ଆରମ୍ଭ ହେବ ।

ନିର୍ଘଣ୍ଟ ଅନୁଯାୟୀ ଗୁରୁବାର ରାତି ଗୋଟାଏରେ ମଙ୍ଗଳାର୍ପଣ, ରାତ୍ର ଗୋଟାଏରୁ 4 ଟା ଯାଏଁ ଡୋର ଲାଗି, ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ । ଶୁକ୍ରବାର ସକାଳ 7ଟା 30 ରୁ 9ଟା 30 ଭିତରେ ମଇଲମ, ମେକାପ ସର୍ବାଙ୍ଗ ଓ ନୂଆଲୁଗା ଲାଗି ହେବ । ସକାଳ 10 ଟା 30ରେ ଛେରା ପହଁରା, ଦିନ 11ଟାରୁ 12ଟା ଭିତରେ ହାତୀ ବେଶ, ଦିବା 4 ଘଟିକାରେ ପୁଷ୍ପାଞ୍ଜଳି ଓ ଡୋର ଲାଗି, ସନ୍ଧ୍ୟା 5 ଟା ରୁ 8 ଟା ଭିତରେ ବାହୁଡା ପହଣ୍ଡି, ରାତ୍ର 4 ଟା ରେ ଅନବସର ନୀତି ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 4, 2020, 6:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.