ETV Bharat / state

ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ଉତ୍ସବ ମୁଖର ପୁରୀ, ଜଗିଛନ୍ତି 44 ପ୍ଲାଟୁନ ଫୋର୍ସ

Police Security For Parikrama Project In Puri: ପରିକ୍ରମା ପ୍ରକଳ୍ପ ଉଦଘାଟନୀ ଉତ୍ସବ ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି । ଆଜିଠାରୁ 16 ତାରିଖ ପର୍ଯ୍ୟନ୍ତ ପୁରୀରେ 44 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jan 12, 2024, 5:36 PM IST

ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନୀ ଉତ୍ସବ ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି । ଆଜିଠାରୁ 16 ତାରିଖ ପର୍ଯ୍ୟନ୍ତ ପୁରୀରେ 44 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆସନ୍ତା 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ । ଆଜି ଠାରୁ ପୂଜା ବିଧି ଅନୁଷ୍ଠିତ ହୋଇଛି । ଏହାକୁ ଦୃଷ୍ଟିରେ ପୋଲିସ ପକ୍ଷରୁ କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନେଇ ପୁରୀରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଆଶିଷ ସିଂହ ।

ଆଜିଠାରୁ (12 ତାରିଖ)ରୁ 16 ତାରିଖ ପର୍ଯ୍ୟନ୍ତ ଓ 17 ତାରିଖ ପରିକ୍ରମା ପ୍ରକଳ୍ପ ଉଦଘାଟନ ଦିନ ପୁରୀ ସହରରେ କଡ଼ା ନିରାପତ୍ତା ବ୍ୟବସ୍ଥା ରହିବ । 17 ତାରିଖ ଉଦଘାଟନ ଦିବସରେ ଅନେକ ଭିଭିଆଇପି ଓ ନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତି ଦୃଷ୍ଟିରୁ ନିରାପତ୍ତା ବ୍ୟବସ୍ଥାକୁ କଡାକଡି କରାଯିବ । ଶ୍ରୀମନ୍ଦିର ପରିକ୍ରମା ପାଇଁ ସାରା ସହରରେ 5 ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ 44 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ । 5 ଜଣ ଅତିରିକ୍ତ ଏସପି, 10 ଜଣ ଡିଏସପି, 30 ଜଣ ଇନ୍ସପେକ୍ଟର ରହିବେ । 17 ତାରିଖ ଉଦଘାଟନ ଦିବସରେ ଅଲଗା ସୁରକ୍ଷା ବ୍ୟବସ୍ଥା ହେବ । ଏନେଇ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା ହେବ । 17 ତାରିଖରେ 66 ପ୍ଲାଟୁନ ପୋଲିସ ମୁତୟନ ରହିବେ ।

ତେବେ ଭକ୍ତମାନଙ୍କ ଦର୍ଶନରେ ଯେଭଳି କୌଣସି ବାଧା ନଉପୁଜେ ସେ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହେବ । ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଥିବା ଗେଟ୍ ଗୁଡିକରେ ପୋଲିସ ଫାର୍ସ ରହିବେ । ସିସିଟିଭି ଦ୍ବାରା ସମ୍ପୂର୍ଣ୍ଣ ନଜର ରଖାଯିବ । ଫେସ୍ ରିଡ଼ିଂ ଭଳି ଅତ୍ୟାଧୁନିକ ସିସିଟିଭି ଲାଗିବ । ଫଳରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚିହ୍ନଟରେ କୌଣସି ସମସ୍ୟା ହେବନାହିଁ । ସୁରକ୍ଷା ବ୍ୟବସ୍ଥା ପାଇଁ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ବ୍ୟବହାର ହେବ । କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇ ସବୁ କିଛି ନିୟନ୍ତ୍ରଣ କରାଯିବ । ଯଜ୍ଞସ୍ଥଳୀରେ ଅଲଗା ସୁରକ୍ଷା ବ୍ୟବସ୍ଥା ହେବ । ସ୍ବତନ୍ତ୍ର ଭାବେ ଗଠନ ହୋଇଥିବା k9 ଟିମ, ବୋମା ନିଷ୍କ୍ରିୟକାରୀ ଟିମ, ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରାପ୍ତ ସାଧା ପୋଷାକରେ ପୋଲିସ ମୁତୟନ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ....ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଜିଠୁ ପୂଜାବିଧି, ନବବଧୂ ପରି ସଜେଇ ହୋଇଛି ଜଗନ୍ନାଥ ଧାମ

ସେହିପରି ଆସନ୍ତା 16 ତାରିଖ ଯାଏ ଟ୍ରାଫିକ କଟକଣା ରହିବନି । ଯଦି ଅଧିକ ଲୋକ ଆସନ୍ତି ସ୍ଥିତି ଦେଖି ମାର୍କେଟ ଛକରୁ ଟ୍ରାଫିକ କଟକଣା ହୋଇପାରେ । 17 ତାରିଖରେ ଉଦଘାଟନ ଉତ୍ସବ ଥିବାରୁ ଟ୍ରାଫିକ କଟକଣା ଲାଗୁ ହେବ । ଏହା ପୂର୍ବରୁ ପୋଲିସ ପକ୍ଷରୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ । ତେବେ ପୁରୀବାସିନ୍ଦାଙ୍କ ପାଇଁ ଯେଭଳି କିଛି ଅସୁବିଧା ନହୁଏ ସେ ନେଇ ନଜର ରଖାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.