ETV Bharat / state

ନୂଆବର୍ଷରେ ଶ୍ରୀମନ୍ଦିରରେ ବଢିବ ଭିଡ଼, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ସଜାଗ ପୋଲିସ

Tight security by Puri police; ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ଭକ୍ତ ଛୁଟି ଆସିବେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ପୁରୀ ପୋଲିସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 29, 2023, 10:05 PM IST

tight security by puri police
ପୁରୀରେ କଡା ସୁରକ୍ଷା
ପୁରୀରେ କଡା ସୁରକ୍ଷା

ପୁରୀ: ନୂଆବର୍ଷରେ ଶ୍ରୀମନ୍ଦିରରେ ବଢିବ ଭକ୍ତଙ୍କ ଗହଳି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଛି ପ୍ରଶାସନ । ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ଭକ୍ତ ଛୁଟି ଆସିବେ। ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇବେ ସେନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ପୁରୀ ପୋଲିସ। କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଏବଂ ପୁରୀ ଏସପି ଡଃ କନୱର ବିଶାଳ ସିଂ ପୁରୀର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ସମସ୍ତ ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ ଜାଗାରେ କେତେ ପୋଲିସ କର୍ମଚାରୀ ଓ ଅଧିକାରୀ ରହିବେ, ଭିଡ଼ ନିୟନ୍ତ୍ରଣ କିଭଳି କରିହେବ ଓ ଭକ୍ତଙ୍କ ସୁବିଧା ପାଇଁ କିଭଳି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହୋଇପାରିବ ସେନେଇ ସ୍ଥିତି ଅନୁଧ୍ୟାନ କରାଯାଇଛି ।

ପୁରୀ ଏସପି କହିଛନ୍ତି, "ଭକ୍ତଙ୍କୁ ସୁରକ୍ଷା ଓ ସୁବିଧା ଯୋଗାଇଦେବା ପୋଲିସର ପ୍ରାଥମିକ କର୍ତ୍ତବ୍ୟ। ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ଭିତରେ ୭ଟି ଓ ଶ୍ରୀମନ୍ଦିର ବାହାରେ ୯ଟି ସେକ୍ଟରରେ ବିଭକ୍ତ କରାଯାଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ଦାୟିତ୍ଵକୁ ପରିଚାଳନା କରିବେ। ସେହିପରି ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସମୁଦ୍ର କୂଳ ରାସ୍ତା ଏବଂ ବଡ଼ଦାଣ୍ଡର କିଛି ଅଞ୍ଚଳକୁ ଯାନବାହନ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବ। ସ୍ଥାନୀୟ ଲୋକଙ୍କ ଯାତାୟତ ପାଇଁ କଟକଣାକୁ କମ୍ କରାଯିବା ସହ ଆମ୍ବୁଲାନ୍ସ ଯିବା ପାଇଁ ସ୍ବତନ୍ତ୍ର କରିଡର ବ୍ୟବସ୍ଥା କରାଯିବ।"

ସେ ଆହୁରି ମଧ୍ୟ କହିଛନ୍ତି, "5ଟି ପୋଲିସ କଣ୍ଟ୍ରୋଲ ରୁମ୍ ଦ୍ବାରା ସୁରକ୍ଷା ବ୍ୟବସ୍ଥା ପରିଚାଳନା କରାଯିବା ସହ ମେଡିକାଲରେ ଚିକିତ୍ସା ସେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ସମୁଦ୍ର କୂଳରେ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଲାଇଫ୍ ଗାର୍ଡ ମୁତୟନ ସହ ପୋଲିସ ପକ୍ଷରୁ ବିଚରେ ପେଟ୍ରୋଲିଙ୍ଗ କରାଯିବ। ଏଥିସହ ଅପରାଧୀଙ୍କୁ ଦମନ କରିବା ପାଇଁ ଆଣ୍ଟି କ୍ରାଇମ୍ ଡ୍ରାଇଭ, ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଏବଂ ବିଭିନ୍ନ ସ୍ଥାନରେ ଗାଡ଼ି ଚେକିଙ୍ଗ ସହ‌ ହୋଟେଲ ଗୁଡ଼ିକ ମଧ୍ୟ ପୋଲିସ ସ୍କାନରରେ ରହିବ।"

ସେପଟେ ନୂଆବର୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ମୋଟର ଭେଇକିଲ୍ ଆକ୍ଟ ଅନୁଯାୟୀ, ଗାଡ଼ି ଗୁଡ଼ିକ କଡାକଡି ଯାଞ୍ଚ କରାଯିବ। ମଦ୍ୟପାନ କରି ଗାଡି ଚଳାଉଥିବା ନଜରକୁ ଆସିଲେ 10ହଜାର ଟଙ୍କା ଜରିମାନା ସହ ୩ ମାସ ପାଇଁ ଲାଇସେନ୍ସ ସସପେଣ୍ଡ କରାଯିବ। ବାଇକ ଚାଳକ ହେଲମେଟ ନପିନ୍ଧି ଗାଡି ଚଳାଇଲେ, କାର୍ ଚାଳକ ସିଟ୍ ବେଲ୍ଟ ନପିନ୍ଧିଲେ ଏବଂ ୧୬ ବର୍ଷରୁ କମ ବର୍ଷର ପିଲା ଗାଡି ଚଳାଉଥିବା ନଜରକୁ ଆସିଲେ ଜରିମାନା ସହ ଲାଇସେନ୍ସ ସସପେଣ୍ଡ କରାଯିବ ।

ଏହା ମଧ୍ୟ ପଢନ୍ତୁ...ଜିରୋ ନାଇଟ ସେଲିବ୍ରେସନ: ହୋଟେଲ ଓ ବାର୍‌କୁ କଡ଼ା ନିର୍ଦେଶ, ଆସିଲା ଗାଇଡ୍‌ଲାଇନ୍‌

ସେହିପରି ଓଭର ସ୍ପିଡ୍ ଚାଳନା, ଗାଡି ଚଳାଉଥିବା ସମୟରେ ମୋବାଇଲ ଫୋନରେ କଥାହେବା ନଜରକୁ ଆସିଲେ ଜରିମାନା ସହ ଲାଇସେନ୍ସ ମଧ୍ୟ ସସପେଣ୍ଡ କରାଯିବ। ତେଣୁ ପୁରୀ ସହରବାସୀ ତଥା ଜିଲ୍ଲାବାସୀ ସଡ଼କ ସୁରକ୍ଷା ନିୟମ ନିୟମ ମାନିବାକୁ ପୋଲିସ ପକ୍ଷରୁ ଅପିଲ୍ କରାଯାଇଛି।ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ପୁରୀ ସହରକୁ ପର୍ଯ୍ୟଟକଙ୍କ ଆଗମନ ବଢି ଚାଲିଥିବାବେଳେ ସେମାନଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଜନସାଧାରଣ ସଚେତନ ହୋଇ ପୋଲିସର ସମସ୍ତ ନିୟମ ମାନିବାକୁ ଅନୁରୋଧ କରିଛନ୍ତି ପୁରୀ ଏସପି।‌

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.