ETV Bharat / state

ଖୋଲିବ ବ୍ଲୁ ଫ୍ଲାଗ ବିଚ୍, ଧାର୍ଯ୍ୟ ହେଲା ଟିକେଟ ଦର - ପୁରୀ ଖବର

ନୂତନ ଭାବେ ପୁରୀରେ ତିଆରି ହୋଇଥିବା ବ୍ଲୁ ଫ୍ଲାଗ ବିଚ ଶେଷ ପର୍ଯ୍ୟାୟରେ ଥିବାବେଳେ କେବଳ ଅପେକ୍ଷା ଉଦଘାଟନକୁ । ଏଥିରେ ପ୍ରବେଶ ପାଇଁ 4ଟି ପ୍ରକାରର ଟିକେଟ ବ୍ୟବସ୍ଥା ହେବ । ଶୁକ୍ରବାର ଗଣମାଧ୍ୟମରେ ପୁରୀ ଜିଲ୍ଲାପାଳ ଏନେଇ ସବିଶେଷ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ବ୍ଲୁ ଫ୍ଲାଗ ବିଚ୍ ପ୍ରବେଶ ନେଇ ଧାର୍ଯ୍ୟ ହେଲା ଟିକେଟ ଦର

author img

By

Published : Sep 4, 2020, 6:53 PM IST

ପୁରୀ: ପୁରୀର ସ୍ବର୍ଣ୍ଣିମ ବେଳାଭୂମି ବହୁ ଦଶନ୍ଧି ପରେ ତାର ବାସ୍ତବ ରୂପ ନେଇଛି । ପୁରୀ ବେଳାଭୂମିକୁ ବିଶ୍ୱ ସ୍ତରୀୟ କରାଯାଇଛି। ସୁବିଧା ସୁଯୋଗ, ସାଜସଜା ଓ ସବୁଜିମା ବେଳାଭୂମିକୁ ନୂଆ ରୂପ ଦେଇଛି । ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ସବୁ ସୁବିଧା ଖଞ୍ଜି ଦିଆଯାଇଛି । ତେବେ ନୂତନ ଭାବେ ପୁରୀରେ ତିଆରି ହୋଇଥିବା ବ୍ଲୁ ଫ୍ଲାଗ ବିଚ ଶେଷ ପର୍ଯ୍ୟାୟରେ ଥିବାବେଳେ କେବଳ ଅପେକ୍ଷା ଉଦଘାଟନକୁ ।

ବ୍ଲୁ ଫ୍ଲାଗ ବିଚ୍ ପ୍ରବେଶ ନେଇ ଧାର୍ଯ୍ୟ ହେଲା ଟିକେଟ ଦର

ଏଥିରେ ପ୍ରବେଶ ପାଇଁ 4ଟି ପ୍ରକାରର ଟିକେଟ ବ୍ୟବସ୍ଥା ହେବ । ମାସିକ ପାସ ଟିକେଟ 300 ଟଙ୍କା ଏବଂ ଦୈନିକ ଟିକେଟ 20 ଟଙ୍କା । ଏହି ଟିକଟ ନେଇ ତିନି ଘଣ୍ଟା ଜଣେ ବ୍ଲୁ ଫ୍ଲାଗ ବିଚରେ ବୁଲି ପାରିବେ । ସାରା ଦିନ ବ୍ଲୁ ଫ୍ଲାଗ ବିଚରେ ବୁଲିବାକୁ ଚାହୁଁଥିଲେ ସ୍ଥାନୀୟ ଲୋକଙ୍କ ପାଇଁ 50 ଟଙ୍କା ଏବଂ ପର୍ଯ୍ୟଟକଙ୍କ ପାଇଁ 100 ଟଙ୍କା ରହିବ । ଗଣମାଧ୍ୟମରେ ପୁରୀ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି ।

ଦେଶ ବିଦେଶ ପର୍ଯ୍ୟଟକଙ୍କୁ ପୁରୀ ବେଳାଭୂମି ବେଶ ଆକର୍ଷିତ କରିଥାଏ । ପୁରୀରେ ନୂତନ ଭାବେ ତିଆରି ହୋଇଥିବା ବ୍ଲୁ ଫ୍ଲାଗ ବିଚ ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବ । ବେଳାଭୂମିରେ ବସିଲେ ଦେଶ ବିଦେଶର ଯେକୌଣସି ଅନ୍ତର୍ଜାତୀୟ ବେଳାଭୂମି ଭଳି ଅନୁଭବ ହେବ । ପୁରୀକୁ ବ୍ଲୁ ଫ୍ଲାଗ ବିଚ କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ମିଳିତ ଭାବେ କରିଛନ୍ତି । ଏହି ବ୍ଲୁ ଫ୍ଲାଗ ବିଚରେ ସ୍ଵଚ୍ଛତା, ସବୁଜିମା , ବସିବା ପାଇଁ ଛତ୍ରି , ବାଥିଂ ଜୋନ, ସମୁଦ୍ର ସ୍ନାନ ପରେ ଅତ୍ୟାଧୁନିକ ଶୌଚାଳୟ ସୁବିଧା , ପାନୀୟ ଜଳ ଓ ପାର୍କିଂ ସୁବିଧା ଏଠାରେ ରହିଛି । ତେବେ କୋଭିଡ କଟକଣା ଥିବାରୁ ଏହା ଲୋକାର୍ପଣ ହୋଇପାରିନଥିଲା । ହେଲେ ଚଳିତ ମାସ ଏହା ଉଦଘାଟନ ହେବାର ସମ୍ଭାବନା ରହିଛି ।

ପୁରୀ ବେଳାଭୂମି ଗାନ୍ଧି ପାର୍କରୁ ମେ ଫେୟାର ହୋଟେଲ ପର୍ଯ୍ୟନ୍ତ ଏହି ବ୍ଲୁ ଫ୍ଲାଗ ବିଚ ତିଆରି ହୋଇଛି। ଯାହାକି ବେଶ ଆକର୍ଷଣୀୟ ହୋଇଛି । ଏହାର ସୁବିଧା ଓ ସୁଯୋଗ ବିଶ୍ଵ ଅନ୍ୟ ପ୍ରମୁଖ ବେଳାଭୂମି ସମକ୍ଷକ । ଗୋଆ ବିଚ ଭଳି ପାଲମୀରା ପାମ ଟ୍ରି ଲଗାଯାଇଛି । ତାଳପତ୍ର ଓ ବେତର ପ୍ରସ୍ତୁତ ସେଡ ଓ ଚେୟାର ରହିଛି । ଏଠାରେ ବସି ପର୍ଯ୍ୟଟକମାନେ ବାହାର ରାଜ୍ୟର ବିଚ୍ ଭଳି ମଜା ନେଇପାରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.