ETV Bharat / state

ଉପକୂଳକୁ ମାଡିଲାଣି ଗଞ୍ଜେଇ ଚେର: କଣାସରୁ ୩ କୋଟିର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

author img

By

Published : Apr 6, 2023, 2:07 PM IST

ପୁରୀ କଣାସରେ ଗଞ୍ଜେଇ ଚାଷ । ୩ କୋଟିର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ

ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ
ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ
ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

ପୁରୀ: ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ନିଶା କାରବାର । ଏହାକୁ ରୋକ ଲଗାଇବା ପାଇଁ ଅନେକ ପନ୍ଥା ଆପଣାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନାହିଁ । ଏବେ ଉପକୂଳ ଓଡ଼ିଶାରେ ଏବେ ଚାଲିଛି ଗଞ୍ଜେଇ ଚାଷ । ପୁରୀ କଣାସରେ 3 କୋଟି ଟଙ୍କାର ଗଞ୍ଚେଇ ଗଛ ଠାବ କଲା ଅବକାରୀ ବିଭାଗ ।

ଓଡିଶାରେ ନିଶା ମାଫିଆ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ପୋଲିସ୍ ପ୍ରଶାସନ କାହାରିକୁ ଆଉ ଖାତିର କରୁନାହାନ୍ତି ନିଶା ମାଫିଆ । କେବଳ ଉପାନ୍ତ ଅଞ୍ଚଳ ନୁହେଁ ଏବେ ଉପକୂଳ ଓଡ଼ିଶାରେ ଖୁଲମ ଖୁଲା ଗଞ୍ଜେଇ ଚାଷ । ପ୍ରଶାସନର ଦୃଷ୍ଟିରେ ନ ପଡିବା ପାଇଁ ପରିବା ଚାଷ ହେଉଥିବା ଜମିରେ କରାଯାଇଛି ଗଞ୍ଜେଇ ଚାଷ ।

ତେବେ କଣାସରେ ଗଞ୍ଜେଇ ଚାଷ ହେଉଥିବା ନେଇ ପ୍ରଥମ ଥର ପାଇଁ ଖବର ସାମ୍ନାକୁ ଆସିଛି । କଣାସର ନାନକେରା ଅଞ୍ଚଳରେ ପରିବା ଚାଷ ଜମି ହିଡ଼ରେ ଶହ ଶହ ଗଞ୍ଜେଇ ଗଛ ଲଗାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅବକାରୀ ବିଭାଗ ଏହାକୁ ନଷ୍ଟ କରିବା ଆରମ୍ଭ କରିଛି । ପୁରୀ ଅବକାରୀ ବିଭାଗର ଏସପି ଜଗଦୀଶ ସାମଲଙ୍କ ନେତୃତ୍ବରେ ଗଞ୍ଜେଇ ଚାଷ ନଷ୍ଟ କରୁଛି ଅବକାରୀ ବିଭାଗ । ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ତିନି କୋଟି ଟଙ୍କା ହେବ ବୋଲି କହିଛନ୍ତି ଅବକାରୀ ଏସ୍ପି ।

୧୫ଜଣିଆ ଟିମ ଗଞ୍ଜେଇ ଚାଷ ନଷ୍ଟ କରୁଥିବା ଗଞ୍ଜେଇ ଚାଷ ନଷ୍ଟ କରିବା ପାଇଁ ପ୍ରାୟ ପାଞ୍ଚ ଦିନ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି । ସେପଟେ ଏତେ ପରିମାଣରେ ଗଞ୍ଜେଇ ଚାଷ କିଏ କିଏ କରୁଥିଲେ ଓ କେତେ ଦିନ ଧରି କରୁଥିଲା ସେନେଇ ସ୍ପଷ୍ଟ ସୂଚନା ନଥିବା ବେଳେ ଜମି ମାଲିକମାନେ ଫେରାର ଥିବା ଜଣାପଡିଛି । ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁରୀ ଅବକାରୀ ଅଧିକ୍ଷକ କହିଛନ୍ତି ।

ସେପଟେ ଏତେ ପରିମାଣର ଗଞ୍ଜେଇ ଚାଷକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ପୂର୍ବରୁ ଅନ୍ୟ ରାଜ୍ୟରୁ ପୁରୀ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ନଜିର ରହି ରହିଥିବା ବେଳେ ଏତେ ପରିମାଣରେ ଗଞ୍ଜେଇ ଚାଷ କିଭଳି ପୋଲିସ ଓ ଅବକାରୀ ବିଭାଗର ଦୃଷ୍ଟି ଆଢୁଆଳରେ ହେଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଗତକାଲି(ବୁଧବାର) ପାଞ୍ଚ ହଜାର ଗଛ ନଷ୍ଟ କରାଯାଇ ଥିବା ବେଳେ ସମ୍ପୂର୍ଣ୍ଣ ଗଛ ନଷ୍ଟ କରିବା ଯାଏ ଅପରେସନ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.