ETV Bharat / state

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ: ଛତିଶା ନିଯୋଗ ବୈଠକରେ ହେବ ନିଷ୍ପତ୍ତି

author img

By

Published : Dec 10, 2020, 4:35 PM IST

ଆସନ୍ତା 12 ତାରିଖରେ ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ବୈଠକରେ ମନ୍ଦିର ଖୋଲିବା ନେଇ ହେବ ନିଷ୍ପତ୍ତି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ: ଛତିଶା ନିଯୋଗ ବୈଠକରେ ହେବ ନିଷ୍ପତ୍ତି
ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ: ଛତିଶା ନିଯୋଗ ବୈଠକରେ ହେବ ନିଷ୍ପତ୍ତି

ପୁରୀ: ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଛତିଶା ନିଯୋଗରେ ହେବ ନିଷ୍ପତ୍ତି । ଆସନ୍ତା 12 ତାରିଖରେ ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ଏହି ବୈଠକରେ ମନ୍ଦିର ଖୋଲିବା ନେଇ ଆଲୋଚନା କରାଯିବ । ଛତିଶା ନିଯୋଗର ନିଷ୍ପତ୍ତି ଆଧାରରେ ପରିଚାଳନା କମିଟିରେ ଏହା ପାରିତ କରାଯାଇ ସରକାରଙ୍କୁ ମନ୍ଦିର ଖୋଲିବା ନେଇ ସୁପାରିଶ କରାଯିବ ।

ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ସହ ଆସନ୍ତା ବର୍ଷ 14 ତାରିଖରେ ମକର ସଂକ୍ରାନ୍ତି ଓ 28 ତାରିଖରେ ଦେବାଭିଷେକ ନୀତି ନେଇ ନୀତି ନିର୍ଘଣ୍ଟ ଅନୁମୋଦନ ହେବ । ମନ୍ଦିର ଖୋଲିବା ନେଇ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ଶ୍ରୀମନ୍ଦିର ଖୋଲିବା ପରେ ଦର୍ଶନ ବ୍ୟବସ୍ଥାର ରୂପରେଖ ନେଇ ଆଲୋଚନା କରାଯିବ । ମନ୍ଦିର ଖୋଲିଲେ ଦର୍ଶନ ବ୍ୟବସ୍ଥା ନେଇ ସମସ୍ତ ପ୍ରସ୍ତୁତି କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.