ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପଦଚିହ୍ନ ଛାଡିଗଲେ କି ମହାପ୍ରଭୁ ! ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସିଂହଦ୍ବାର ସମ୍ମୁଖରେ ହଳଦୀ ରଙ୍ଗର ପଦଚିହ୍ନକୁ ଦେଖି ଏହା ମହାପ୍ରଭୁଙ୍କର ବୋଲି ସନ୍ଦେହ କରାଯାଉଛି । ରଥରୁ ସିଂହଦ୍ବାର ପର୍ଯ୍ୟନ୍ତ ପାଦ ଚିହ୍ନ ପଡିଥିବା ଦେଖିବାକୁ ମିଳିଛି । ଏହା ମହାପ୍ରଭୁଙ୍କର ଅଲୌକିକତା ବୋଲି ଅନୁଭବ କରି ଭକ୍ତମାନେ ଏହି ପଦଚିହ୍ନକୁ ମୁଣ୍ଡିଆ ମଧ୍ୟ ମାରୁଛନ୍ତି ।
ଗତକାଲି ଅଭିମାନିନୀ ପ୍ରିୟାଙ୍କ ମାନଭଞ୍ଜନ କରି ରତ୍ନବେଦୀରେ ବିରାଜିତ ହୋଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ନବଦିନାତ୍ମକ ଲୀଳାଖେଳା ସାରି ବର୍ଷକର ମାଉସୀ ମା' ଗୁଣ୍ଡିଚା ମନ୍ଦିର ଯାତ୍ରା ସମ୍ପନ୍ନ ହୋଇଛି । ଦୀର୍ଘଦିନ ଧରି ଭଗବାନଙ୍କୁ ଦେଖିନଥିବା ଭକ୍ତଙ୍କୁ ନିଜେ ଆସି ଦର୍ଶନ ଦେଇଛନ୍ତି ମହାପ୍ରଭୁ । ମାତ୍ର କୋଭିଡ କଟକଣା କାରଣରୁ ପୁଣି କେବେ ଭକ୍ତ ଓ ଭଗବାନଙ୍କ ମିଳନ ହେବ ତାହା ଆଶଙ୍କାରେ । ହେଲେ ଭାବବିନୋଦିଆ, ଭକ୍ତ ବତ୍ସଳ କଳାଠାକୁର ଆଉ ଏକ ଅଲୌକିକ କରିଛି ବୋଲି ଭକ୍ତର ଅନୁଭବ । ପୁଣି କେବେ ଦେଖାହେବ ସେଥିପାଇଁ ମାହାପ୍ରଭୁ ତାଙ୍କ ପଦଚିହ୍ନ ଛାଡି ଯାଇଥିବା ଭକ୍ତର ଭାବନା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ