ETV Bharat / state

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥ ନିର୍ମାଣ କାଠ

author img

By

Published : Feb 12, 2021, 7:56 PM IST

ଚଳିତ ବର୍ଷ ରଥ ନିର୍ମାଣ ନେଇ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ରଥ କାଠ ପୁରୀରେ ପହଞ୍ଚିଛି । 2 ଟି ଟ୍ରକରେ ସମୁଦାୟ 49 ଟି କାଠ ଆସିଛି । ଏହି କାଠ ଗୁଡିକ ମଧ୍ୟରେ ଧଉରା, ଆସନ କାଠ ରହିଛି । ଅଦିକ ପଢନ୍ତୁ...

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥ ନିର୍ମାଣ କାଠ
ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥ ନିର୍ମାଣ କାଠ

ପୁରୀ : ଚଳିତ ବର୍ଷ ରଥ ନିର୍ମାଣ ନେଇ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ରଥ କାଠ ପୁରୀରେ ଆସି ପହଞ୍ଚିଛି । 2 ଟି ଟ୍ରକରେ ସମୁଦାୟ 49 ଟି କାଠ ଆସିଛି । ଏହି କାଠ ଗୁଡିକ ମଧ୍ୟରେ ଧଉରା, ଆସନ କାଠ ରହିଛି । ଆସନ୍ତା ସରସ୍ୱତୀ ପୂଜା ଦିନ ରଥ ଖଳାରେ ତିନିଟି ଧଉରା କାଠ ପୂଜା ହେବାର ପରମ୍ପରା ରହିଛି ।

ପ୍ରତିବର୍ଷ ସରସ୍ୱତୀ ପୂଜା ପୂର୍ବରୁ ପୁରୀରେ ପ୍ରଥମ ପର୍ଯ୍ୟାୟ କାଠ ଆସି ପହଞ୍ଚି ଥାଏ । ଏହି କାଠ ନୟାଗଡ ବନଖଣ୍ଡ ଦଶପଲ୍ଲା ବନାଞ୍ଚଳରୁ ଆସିଛି । ତିନି ରଥ ପାଇଁ ମୋଟ 865 ଖଣ୍ଡ କାଠ ମୋଟ ଦରକାର ରହିଥାଏ । ତେବେ ପୁର୍ବ ବର୍ଷ 69 ଟି କାଠ ବଳକା ଭାବେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି । ଏଣୁ, ଚଳିତ ବର୍ଷ 796 ଖଣ୍ଡ କାଠ ଆବଶ୍ୟକ ରହିଛି। ସେଥି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ 49 ଖଣ୍ଡ କାଠ ଆସି ପହଂଚି ସାରିଥିବା ବେଳେ ପର୍ଯ୍ୟାୟ କ୍ରମେ ଅନ୍ୟ କାଠ ଗୁଡିକ ଆସିବ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.