ETV Bharat / state

ଲକଡାଉନ କୋହଳ ପରେ ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

author img

By

Published : May 29, 2020, 12:26 PM IST

Updated : May 29, 2020, 12:36 PM IST

ଦୋଳ ବେଦୀ କୋଣ ନାରାୟଣ ମନ୍ଦିର ନିକଟରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଲକଡାଉନ କୋହଳ ପରେ ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ
ଲକଡାଉନ କୋହଳ ପରେ ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଶ୍ରୀମନ୍ଦିର ଚର୍ତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତ୍ବାରାନ୍ବିତ ହୋଇଛି । ଶୁକ୍ରବାର ଶ୍ରୀମନ୍ଦିର ନିକଟ ଦୋଳ ବେଦୀ କୋଣ ନାରାୟଣ ମନ୍ଦିର ନିକଟରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି । ଉପଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି ।

ପୁରୀକୁ ହେରିଟେଜ ସିଟି ଗଢି ତୋଳିବା ନେଇ ମୁଖ୍ୟମନ୍ତ୍ରୀଙ୍କର ସ୍ବପ୍ନର ପ୍ରକଳ୍ପ ରହିଛି । ତେବେ କୋଭିଡ ସଂକ୍ରମଣ ଭୟ ଓ ଲକ ଡାଉନ ଯୋଗୁଁ ଏହା ବନ୍ଦ ରହିଥିଲା । ପୁଣି ଆଜି ଏହି କାର୍ଯ୍ୟ ତ୍ବାରାନ୍ବିତ ହୋଇଛି । ଶ୍ରୀମନ୍ଦିରର ଚାରିପାଖ ର ବିକାଶ, ସୌନ୍ଦର୍ଯ୍ୟ କରଣ ସମେତ ଜଗନ୍ନାଥ ବଲ୍ଲଭରେ ଅତ୍ୟାଧୁନିକ ଧ୍ୟାନ କେନ୍ଦ୍ର ସହ ପ୍ରତୀକ୍ଷା ଗୃହ, ଜଗନ୍ନାଥ ବଲ୍ଲଭକୁ ଅତ୍ୟାଧୁନିକ ଟ୍ରାମ୍ପେଟ ସେତୁ, ଅତ୍ୟାଧୁନିକ ମାର୍କେଟ କଂପ୍ଲେକ୍ସ , ଅତ୍ୟାଧୁନିକ ମଲ୍ଟି ପାର୍କିଂ ଷ୍ଟାଣ୍ଡ ଆଦି ପ୍ରୋଜେକ୍ଟ ରହିଛି । ତେବେ ଏହି କାର୍ଯ୍ୟକ୍ରମକୁ ସମର୍ଥନ କରି ପୁରୀ ବାସିନ୍ଦା ନିଜର ଜାଗା ସରକାରଙ୍କୁ ହସ୍ତାନ୍ତର କରିଛନ୍ତି । ସରକାର ମଧ୍ୟ ଉପଯୁକ୍ତ କ୍ଷତିପୂରଣ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 29, 2020, 12:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.